କୋରାପୁଟ: ରାଜ୍ୟରେ ବର୍ତ୍ତମାନ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି। ଆଇନ ଶୃଙ୍ଖଳା ରକ୍ଷା ଦାୟିତ୍ୱରେ ଥିବା ଖୋଦ ଜଣେ ଏଏସଆଇ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରିଥିବା ଏହା ପ୍ରମାଣିତ କରିଛି। ରାଜ୍ୟ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏଥିପାଇଁ ଦାୟି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇ ଆଜି କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପ୍ରବେଶ କରିଥିଲେ ବିଜେପି କର୍ମୀ। ବୁଧବାର କୋରାପୁଟ ଜିଲ୍ଲା ବିଜେପି ପକ୍ଷରୁ ବାଳକ ବିଦ୍ୟାଳୟ ଛକ ନିକଟରୁ ଶୋଭାଯାତ୍ରା କରାଯାଇଥିଲା। ଏହି ବିକ୍ଷୋଭ ଶୋଭାଯାତ୍ରାରେ କୋରାପୁଟ ଜିଲ୍ଲାର କୋଣଅନୁକୋଣରୁ କର୍ମି ଓ ନେତାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ପ୍ରତିବାଦ କରିଥିଲେ। ପୁଲିସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକ ବନ୍ଦ କରି ସେମାନଙ୍କୁ ଅଟକା ଯାଇଥିଲା। ଯାହାକୁ ବିରୋଧ କରି ବିଜେପିକର୍ମୀ ମାନେ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ। ସିଧା ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ବିତୀୟ ଗେଟ ନିକଟରେ ପହଞ୍ଚିଥିଲେ।

Advertisment

publive-image Sambad

ସେଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପ୍ରବେଶ କରୁଥିବାବେଳେ କିଛି ସମୟ ପାଇଁ ପୁଲିସ ଓ ବିଜେପି କର୍ମୀ ମାନଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାସ୍ଥଲରେ ଚାପା ଉତ୍ତେଜନା ଦେଖା ଦେଇଥିବାବେଳେ କର୍ମୀମାନେ ଜିଲ୍ଲାପାଳଙ୍କ ପାଟିକୋ ନିକଟରେ ଧାରଣାରେ ବସି ନାରାବଜୀ କରିଥିଲେ। କୋରାପୁଟ ବିଜେପି ଜିଲ୍ଲା ସଭାପତି ସୁମନ୍ତ କୁମାର ପ୍ରଧାନରେ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାଳିରାମ ମାଝୀ, ଗୌତମ ସାମନ୍ତରାୟ, ପୁଣ୍ଣିମା ନାୟକ, ଦେବେନ୍ଦ୍ର ମହାନ୍ତି, ଚନ୍ଦ୍ର ଶେଖର ରଥ, ବୈଦନାଥ ମିଶ୍ର, ବିପଦଭଞ୍ଜନ ଦାସ, ଦେବୀ କର, ସିର୍ଦ୍ଧାଥ ମୁଦୁଲି, ଜି.ସଞ୍ଜୀବ କୁମାର, ନକୂଳ ବିଷ‌ୋୟୀ, ରବି ଚନ୍ଦ୍ର ପାଢୀ, ଭାଗରଥୀ ପାଟିନିଆ, ଚୈତନ୍ୟ ହନ୍ତାଳ ଓ ସରୋଜ ମିଶ୍ରଙ୍କ ସହ ବହୁ ନେତା ଉପସ୍ଥିତ ଥିଲେ।