ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ପ୍ରତିବାଦରେ ବିଜେପିର ବିକ୍ଷୋଭ

ବାଲିଅନ୍ତା: ବାଲିଅନ୍ତା ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଏବଂ ଦୁର୍ନୀତି ପ୍ରତିବାଦରେ ଆଜି ପୂର୍ବାହ୍ନରେ ବାଲିଅନ୍ତା ବ୍ଲକ ବିଜେପି ସଂଗଠନ ପକ୍ଷରୁ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବରିଷ୍ଠ ନେତା ‌ନରେନ୍ଦ୍ର ନାଥ ନାୟକ ଅଧ୍ୟକ୍ଷତା କରିଥିଲେ। ଆୟୋଜିତ ପ୍ରତିବାଦ ସଭାରେ ବାଲିଅନ୍ତା ବ୍ଲକରେ ଥିଲାବାଲା ଲୋକ ଯୋଜନାର ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ନେଇ ବକ୍ତବ୍ୟ ଦେଇଥିଲେ। ଅପରପକ୍ଷରେ କେନ୍ଦ୍ର ସରକାରଙ୍କର ପ୍ରଦତ୍ତ ଯୋଜନାରୁ ତୃଣମୂଳସ୍ତରରେ ଗରିବ ଖଟିଖିଆ ଏବଂ ଦିନମଜୁରିଆ ବର୍ଗ ଯୋଜନାରୁ ବାଦପଡ଼ିଥିବା ନେଇ ଅସନ୍ତେିାଷ ବ୍ୟକ୍ତ କରିଥିଲେ। ବିଗତ ବର୍ଷରୁ ୨୦୧୯/୨୦୨୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ପକ୍କାଘର ଯୋଜନାରେ ବ୍ଲକରେ ବ୍ୟାପକ ଅନିୟମିତତା ଓ ଦୂର୍ନୀତି ହୋଇଥିବା ନେଇ ବରିଷ୍ଠ ନେତୃବୃନ୍ଦ ବକ୍ତବ୍ୟ ଦେଇଥିଲେ। ଖାଲି ସେତିକି ନୁହେଁ ନିକଟରେ ବାଲିଅନ୍ତା ବ୍ଲକ ପ୍ରଶାସନ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୋଟ ୭୦୦ ଲୋକଙ୍କର ପକ୍କାଘର ନଥିବା ଦର୍ଶାଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପକ୍କାଘର ଥିବା ବହୁ ଥିଲାବାଲା ଧନୀକ ଅଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକା‌ ପ୍ରସ୍ତୁତ କରାଯାଇଛି।

Sambad

ଯେଉଁଥିରେ ଯୋଗ୍ୟ ହିତାଧିକାରୀଙ୍କ ନାମ ସର୍ଭେ ତାଲିକାରୁ ବାଦ ପଡ଼ିଯାଇଛି। ତେଣୁ ଉପଯୁକ୍ତ ହିତାଧିକାରୀଙ୍କ ନାମ ପୁନର୍ବାର ତାଲିକାରେ ଯୋଡ଼ିବା ଦିଗରେ ବ୍ଲକ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଦାବି କରିଥିଲେ। ଏହି ପରିପ୍ରେକ୍ଷୀରେ ବିଭିନ୍ନ ସୂଚନା ଅଧିକାର ଆଇନ ବଳରେ ବାଲିଅନ୍ତା ବ୍ଲକ ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅଧାରରେ ମିଳିଥିବା ତଥ୍ୟ ପ୍ରମାଣ ସଂପର୍କରେ ତଥ୍ୟ ପଠନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶାରଦା ପ୍ରସାଦ ସତପଥୀ, ବରିଷ୍ଠ ନେତା ପଶାନ୍ତ ଆଦିତ୍ୟ, ସୁବାସ ଚନ୍ଦ୍ର ଜେନା, ଶିବ ମଲ୍ଲିକ, ତାପସ ଚନ୍ଦ୍ର ଜେନା ସଂଜୟ ତ୍ରିପାଠୀ, ମାଗୁଣି ସେଠୀ, ସିଦ୍ଧେଶ୍ବର ନାଥ, ବସନ୍ତ ନାୟକ, ଗଦାଧର ଜେନା, ବିଜୟ ମହାରଣା, ସନ୍ତୋଷ ସାହୁ, ଏବଂ ଜୟୀରାମ ସାହୁ ପ୍ରମୁଖ ସାମିଲ ଥିଲେ। ଶେ‌ଷରେ ସମବେତ ନେତୃବୃନ୍ଦ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏସଂପର୍କିତ ଦାବିପତ୍ର ବିଡିଓ ଜୟଦେବ ଦାଶଙ୍କୁ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର