ବଣାଇଁଗଡ଼: ବିମଳାଗଡ଼-ତାଳଚେର ରେଳ ପ୍ରକଳ୍ପ ବିଳମ୍ବିତ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଜମି ଅଧିଗ୍ରହଣ କାମ ମଧ୍ୟ ସରିନି। ଜାତୀୟ ରାଜପଥ ୨୧୫/୫୨୦, ଜାତୀୟ ରାଜପଥ ୧୪୩ର ଜମିଅଧିଗ୍ରହଣ କରିବାରେ ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ଏପରି ହୋଇଥିବା ବିଜେପି ଆରୋପ କରିଛି। ଏଥିସହ ତୈଳ ବୃଦ୍ଧିକୁ ବିରୋଧ ଆଳରେ ବିଜେଡିର ଗୁଣ୍ଡାରାଜ ପ୍ରତିବାଦରେ ଶତାଧିକ ବିଜେପି କାଯ୍ୟର୍କର୍ତ୍ତା ବଣେଇ ସାଙ୍ଗଠନିକ ଜିଲ୍ଲା ସଭାପତି ରାହାସବିହାରୀ ପ୍ରଧାନଙ୍କ ନେତୃତ୍ୱରେ ଆଜି ରାଜାଧରଣୀଧର ବହୁମୁଖୀ ଖେଳପଡ଼ିଆ ନିକଟରୁ ସହରର ମୁଖ୍ୟରାସ୍ତାରେ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାଯ୍ୟର୍ାଳୟ ସମ୍ମୁଖରେ ଏକ ବିକ୍ଷୋଭ ସଭାରେ ସାମିଲ ହୋଇଥିଲେ। ଦଳର ରାଜ୍ୟ କାଯ୍ୟର୍କାରିଣୀ ସଦସ୍ୟ ରମେଶ ଅଗ୍ରଓ୍ଵାଲ ଓ ମନୋଜ କୁମାର ପ୍ରଧାନ ନବୀନ ସରକାରଙ୍କ ବଣାଇଁ ମାଟି ପାଇଁ କୁମ୍ଭୀର କାନ୍ଦଣାର ତୀବ୍ର ସମାଲୋଚନା କରିଥିଲେ। କେତେକ ସରକାରୀ ଅଧିକାରୀ ବିସ୍ଥାପିତଙ୍କଠାରୁ ଲାଞ୍ଚ ଦାବି କରୁଥିବାରୁ ଜମି ଅଧିଗ୍ରହଣରେ ବିଳମ୍ବ ଘଟୁଥିବା ସେ କହିଥିଲେ। ବିମଳାଗଡ଼-ତାଳଚେର ରେଳ ପ୍ରକଳ୍ପ କାଯ୍ୟର୍କାରୀ ହେଲେ ବଣାଇଁର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ, ପଯ୍ୟର୍ଟନ, ନିଯୁକ୍ତି କ୍ଷେତ୍ରରେ ଯଥେଷ୍ଟ ବିକାଶ ହୋଇପାରିବ। ନବୀନ ବାବୁ ଜାଣିସୁଣି ରାଜନୈତିକ ଅଭିସନ୍ଧି ରଖି ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଉପେକ୍ଷା କରୁଛନ୍ତି। ବିକ୍ଷୋଭରେ ସାମିଲ ବହୁ ଦଳୀୟ ନେତା ମଧ୍ୟ ଚିଟ୍ଫଣ୍ଡରେ ସମ୍ପୃକ୍ତ ଥିବା ସାଂସଦ ଓ ବିଧାୟକଙ୍କ ବିରୋଧରେ ବର୍ଷିଥିଲେ। ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବଣାଇଁ ଉପଜିଲ୍ଲାପାଳ ସ୍ୱାଧାଦେବ ସିଂହଙ୍କୁ ଦଳ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ବିକ୍ଷୋଭରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଡିଙ୍ଗୁରା ଓରାମ, ଲୁଥାର ଓରାମ, ଦୁଃଖୀଶ୍ୟାମ ନନ୍ଦ, ବଣେଇ ମଣ୍ଡଳ ସଭାପତି ହେମନ୍ତ କୁମାର ସାହୁ, ସରସରା ମଣ୍ଡଳ ସଭାପତି ସୁରେନ୍ଦ୍ର ନାଥ ସାହୁ, ଲହୁଣିପଡ଼ା ମଣ୍ଡଳ ସଭାପତି ନାରାୟଣ କୁମ୍ଭାର, ଗୁରୁଣ୍ଡିଆ ମଣ୍ଡଳ ସଭାପତି ବାସୁଦେବ ସାହୁ, କୋଇଡ଼ା ମଣ୍ଡଳ ସଭାପତି ମେଲୋରି ବାରିକ, ଖୁଣ୍ଟଗାଁ ମଣ୍ଡଳ ସଭାପତି ପ୍ରଦୀପ କୁମାର ସ୍ୱାଇଁ, ଯୁବ ମୋର୍ଚ୍ଚା ସଭାପତି ଉଗ୍ରସେନ କିଶାନ, ଜିଲ୍ଲା ସଭାନେତ୍ରୀ ଜୟନ୍ତୀ ମହାନ୍ତ, ଜିଲା ସମ୍ପାଦକ ସେବତୀ ନାଏକ, ସଂଖ୍ୟାଲଘୁ ସମ୍ପାଦକ ମହମ୍ମଦ୍ ମଇମ, କୃଷକ ମୋର୍ଚ୍ଚା ସଭାପତି ସୁଶିଲ କୁମାର ରଥ, ଜିଲ୍ଲା ଉପସଭାପତି ଅଭିମନ୍ୟୁ ମିଶ୍ର, ଦିବାକର ବିଶ୍ୱାଳ, ଉପେନ୍ଦ୍ର ବେହେରା, ଦୟାନିଧି ସେନାପତି, ଶକୁନ୍ତଳା ନାଏକ, ପପୁନ ମିଶ୍ର, ଦିବ୍ୟ ମଞ୍ଜରୀ ଶେଖର ଦେଓ, ମିଥିଳା ପାତ୍ର, ଦେବାନନ୍ଦ ସାହୁ, ପ୍ରହ୍ଲାଦ ପ୍ରଧାନ, ନୃପମଣି ଛଦିଆ, ପ୍ରଫୁଲ୍ଲ କିଶାନ, କମଳଲୋଚନ ସେନାପତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
ଉପଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବିଜେପିର ବିକ୍ଷୋଭ
ବିମଳାଗଡ଼-ତାଳଚେର ରେଳପଥ ଜମି ଅଧିଗ୍ରହଣ ତ୍ୱରାନ୍ଵିତ ଦାବି
/sambad/media/post_attachments/wp-content/uploads/2017/09/rkl.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)