ଜୟପୁର: ଆସନ୍ତା ୨୭ରୁ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ମଣ୍ତିଚାଲ ଅଭିଯାନ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ ଓ ଅନ୍ୟ କର୍ମକର୍ତ୍ତା ମାନେ କହିଛନ୍ତି। ଜୟପୁର ଜୋନରୁ ଏହି ଅଭିଯାନ ଆରମ୍ଭ କରାଯିବ। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ରଜତ ମାଦଳା, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଭଗବାନ ମୁଦୁଲି, ପୂର୍ବତନ ସାସ˚ଦ ଜୟରାମ ପାଙ୍ଗୀ, କୋଟପାଡ ବିଜେପି ପ୍ରାର୍ଥୀ ଖଗେଶ୍ବର ପୂଜାରୀ, କୋରାପୁଟ ଆର.ଏମ ସି ଉପାଧ୍ୟକ୍ଷ କର୍ପୁର ହନ୍ତାଳ, ଅରୁଣ ଭଟ୍ଟମିଶ୍ର ଓ ବିଜେପି ରାଜ୍ୟ ସ୍ଥାୟୀ ସଭ୍ୟ ଗୌତମ ସାମନ୍ତରାୟ ପ୍ରମୁଖ ଅଂଶ ଗ୍ରହଣକରି ଅଭିଯାନରେ କେନ୍ଦ୍ର ସରକାର ନୂତନ କୃଷିନୀତି ସପକ୍ଷରେ ଚାଷୀମାନଙ୍କୁ ସଚେତନ କରାଯିବ ବୋଲି କହିଥଇଲେ। ଏହି ସଚେତନତା କାର୍ଯ୍ୟକ୍ରମ ଚାଳିବା ସମୟରେ କେନ୍ଦ୍ରରୁ ବି କିଛି ନେତା ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ଏମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଜୁଏଲ ଓରାମ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ବିରୋଧି ଦଳ ନେତା ପ୍ରଦୀପ ନାୟକଙ୍କ ସମେତ ଅନ୍ୟ ନେତା ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ଦେଇଥିଲେ।
କେନ୍ଦ୍ର ସରକାର କୃଷକର ଉନ୍ନତି ପାଇଁ ବିଶେଷକରି ଆୟକୁ ଦ୍ବିଗୁଣିତ କରିବା ପାଇଁ ଅନେକ ପଦକ୍ଷେପ ନେଉଥିବା ବେଳେ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ଏବ˚ ଅସହଯୋଗ କାରଣରୁ ଓଡିଆ ଚାଷୀ କେନ୍ଦ୍ରୀୟ ଯୋଜନା ଗୁଡିକରୁ ଲାଭ ଉଠାଇବାରୁ ବଞ୍ଚିତ ହେଉଛନ୍ତି। କେନ୍ଦ୍ର ସରକାର ଧାନର ଏମଏସପି ୧୮୬୯ ଟଙ୍କା ଦେଉଥିବା ବେଳେ ମଣ୍ତିରେ ୩କେଜିରୁ ୮କେଜି ପର୍ଯ୍ୟନ୍ତ କଟିନି ଛଟନି ହେଉଥିବାରୁ ଚାଷୀ ପ୍ରକୃତଏମଏସପି ମୂଲ୍ୟ ପାଇ ପାରୁ ନାହାନ୍ତି। ମଣ୍ତିର ଭିତ୍ତିଭୂମି ପାଇଁ କେନ୍ଦ୍ର ସରକାର ଅର୍ଥର ବ୍ୟବସ୍ଥା କରିଥିବା ସ୍ଥଳେ ଅଦ୍ୟାବିଧି ଓଡିଶାରେ ମଣ୍ତି ଭିତ୍ତିଭୂମି ସୁଧୁରି ପାରି ନାହିଁ। ଧାନ ଅଖା ପାଇଁ କେନ୍ଦ୍ର ସରକାର ଟଙ୍କା ଦେଉଥିଲେ ମଧ୍ୟ ଚାଷୀଙ୍କୁ ଅଖାର ଟଙ୍କା ଦିଆଯାଉନାହିଁ। ଏବର୍ଷ ଧାନକିଣା ପାଇଁ କେନ୍ଦ୍ର ସରକାର ୧୮ ହଜାର କୋଟିରୁ ଉର୍ଦ୍ଧ ଟଙ୍କା ଦେଉଥିଲେ ମଧ୍ୟ ଓଡିଶାରେ ଅଦ୍ୟାବଧି ଅର୍ଦ୍ଧାଧିକ ଜିଲ୍ଲାରେ ଧାନମଣ୍ତି ଖୋଲିନାହିଁ ବୋଲି ଅଭିଯୋଗ କରିଥିଲେ। ରାଜ୍ୟରେ ସାରର ବ୍ୟାପକ କଳାବଜାର ଏବ˚ ସାର ଯୋଗାଣରେ ରାଜ୍ୟ ସରକାରଙ୍କ ବିଫଳତା ଦେଖା ଦେଇଛି। ଚାଷୀର ବଳକା ଧାନକୁ ଅନ୍ୟାନ୍ୟ ରାଜ୍ୟ ସରକାର କିଣୁଥିବାବେଳେ ଓଡିଶା ସରକାର ଉକ୍ତ ଧାନକୁ କିଣିବା ଦରକାର। ରାଜ୍ୟର ୩୦ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚିତ କରିବାର ପ୍ରତିଶୃତି ଆଜି ବି ପାଳନ ହୋଇପାରିଲା ନାହିଁ ବୋଲି କହିଥିଲେ। ଆଗାମୀ ୨୭ ତାରିଖରୁ ବିଜେପି କୃଷକ ମୋର୍ଚ୍ଚା ମଣ୍ତି ଚାଲ ଅଭିଯାନ ମାଧ୍ୟମରେ ଓଡିଶାର ୩୫୦୦ ମଣ୍ତିକୁ ଯାଇ ସ୍ଥିତି ଅନୁଧ୍ୟାନ କରିବ। ମଣ୍ତିରେ ଏବ˚ ପଞ୍ଚାୟତରେ ପୋଷ୍ଟର ମାରିବ। ସବୁ ମଣ୍ତିରେ କେନ୍ଦ୍ରୀୟ ସହାୟତା ବ୍ୟାନର ମାରି ଚାଷୀଙ୍କୁ ସଚେତନ କରିବ। ପ୍ରତ୍ୟେକ ମଣ୍ତିରେ କୃଷକ ପଞ୍ଚାୟତ ଆୟୋଜନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଏମାନେ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/jpr-bjp-1.jpg)