ରାୟଗଡା: ରାୟଗଡା ନଗର ସ୍ଥିତ ଏକ ଘରୋଇ ହୋଟେଲ ସମ୍ମିଳନୀ କକ୍ଷରେ ଭାରତୀୟ ଜନତା ପାର୍ଟି ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ ଆଜି ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀର ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ତଥା ରାୟଗଡା ବିଧାୟକ ଆଶାୟୀ ପ୍ରାର୍ଥୀ ବସନ୍ତ କୁମାର ଉଲ୍ଲାକା ଏବଂ ଜ଼ିଲ୍ଲା ସମ୍ପାଦକ ଆଇନଜୀବୀ ପଦ୍ମନାଭ ଦାଶ ଯୋଗ ଦେଇଥିଲେ। ରାୟଗଡାରେ ଏବେ କ୍ଷୁଦ୍ର ବ୍ୟବସାୟୀଙ୍କ ସମେତ ଗରିବ, ନିମ୍ନ ଓ ମଧ୍ୟବିତ୍ତ ପରିବାର ହାତ ଉଧାରି ନେଇ ଋଣ ପ୍ରଦାନ କରି ଗୋଷ୍ଠୀଙ୍କ ଦ୍ୱାରା ଶୋଷିତ ହୋଇ ନିଜର ଜୀବିକା ହରେଇବା ସହ ଘର ସମ୍ପତ୍ତି ହରେଇବାକୁ ପଡୁଛି ବୋଲି ଶ୍ରୀ ଦାସ ଅଭିଯୋଗ କରିଥିଲେ। ଋଣ ପ୍ରଦାନ ତଥା ପ୍ରତିଦିନ ଟଙ୍କା ପୈଠ ବ୍ୟବସ୍ଥାରେ ଆବଶ୍ୟକ ଅର୍ଥ ଦେଇ ୧୦ ପ୍ରତିଶତ ସୁଧ ହାରରେ ଜନତାଙ୍କୁ ଲୁଟୁଛନ୍ତି। ନିକଟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ତାଙ୍କ ରାଜ୍ୟରେ ଏପରି ହାତ ଉଧାରି ଭଳି କଳା ବଜାରି ଉପରେ ଅଙ୍କୁଶ ଲଗାଇବା ସହ ଏଥିରେ ସମ୍ପୃକ୍ତ ଥିବା ଯେ କେହି ଧରା ପଡିଲେ ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବା ପରେ ଆନ୍ଧ୍ର ସୀମାନ୍ତ ରାୟଗଡା ଉପରେ କିଛି ଗୋଷ୍ଠୀ ନଜର ପକାଇ ରାୟଗଡା ଠାରେ ହାତ ଉଧାରୀ ଦେବା ଆରମ୍ଭ କରିଛନ୍ତି ବୋଲି ଶ୍ରୀ ଦାସ ଅଭିଯୋଗ କରିଥିଲେ। ଭାରତର ପ୍ରାୟ ସମସ୍ତ ରାଜ୍ୟକୁ ଗମନାଗମନ ସୁବିଧା ରାୟଗଡାରୁ ରହିଥିବା ଯୋଗୁଁ ଜିଲ୍ଲାରେ ଅନେକ ରାଜ୍ୟରୁ ବ୍ୟବସାୟୀ ଏଠାକୁ ଆସି ବ୍ୟବସାୟ କରୁଛନ୍ତି। ସେହି ପ୍ରକାରରେ ଏଠାକାର ସ୍ଥାୟୀ ବ୍ୟବସାୟୀ ମଧ୍ୟ ରହିଛନ୍ତି। ରାୟଗଡା ବଜାରରେ ଉଭୟ ବୃହତ ଏବଂ କ୍ଷୁଦ୍ର ବ୍ୟବସାୟୀ ଅଛନ୍ତି। ବ୍ୟବସାୟ କରିବା ପାଇଁ ଅର୍ଥର ନିତ୍ୟାନ୍ତ ଆବଶ୍ୟକତା ରହିଥିବା ବେଳେ ବ୍ୟାଙ୍କକୁ ଋଣ ମାଗିବା ପାଇଁ ଗଲେ କିଛି ସୁଫଳ ମିଳୁନାହିଁ।
ଏଭଳି ସ୍ଥିତିରେ ପଡୋଶୀ ରାଜ୍ୟରୁ ଆସିଥିବା କିଛି ଗୋଷ୍ଠୀ ଏପରି କ୍ଷୁଦ୍ର ବ୍ୟବସାୟୀଙ୍କୁ ଚିହ୍ନଟ କରି ସେମାନଙ୍କୁ ହାତ ଉଧାରି ଦେଉଛନ୍ତି। ହାତ ଉଧାରୀ ବଦଳରେ ୧୦ ଶତକଡା ସୁଧରୁ ଅଧିକା ମାସିକା ହିସାବରେ ନେବା ସହ ଋଣ ନେଇଥିବା ବ୍ୟକ୍ତିର କୌଣସି ଜମି ତଥା ଘର ବନ୍ଧା ହିସାବରେ ରଖୁଛନ୍ତି ତାହାବି ବିକ୍ରି ହେଲା ଭଳିଆ ଚୁକ୍ତିନାମା କରି ଏବଂ ଜବରଦସ୍ତି ବ୍ଲାଙ୍କ ଚେକ୍ ବି ରଖୁଥିବା ଅଭିଯୋଗ କରିଛନ୍ତି ଶ୍ରୀ ଦାସ। ଯଦି କୌଣସି ଋଣ ନେଇଥିବା ବ୍ୟକ୍ତି ସୁଧ କିମ୍ବା ମୂଳ ଫେରେଇବାରେ ବିଳମ୍ବ କରୁଛି ତାହାଲେ କିଛି ଅସାମାଜିକ ଯୁବକମାନଙ୍କୁ ନେଇ ଧମକ ଦେବା ସହ ମାରପିଟ ମଧ୍ୟ କରି ରାୟଗଡ ଭଳି ଶାନ୍ତି ପ୍ରିୟ ଜାଗାରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଏପରି ଅନେକ ଘଟଣା ସାମ୍ନାକୁ ଆସିଥିବା ବେଳେ କ୍ଷୁଦ୍ର ବ୍ୟବସାୟୀ ନିଜର ସମ୍ପତ୍ତି ମଧ୍ୟ ହରାଉଛନ୍ତି। ଜିଲ୍ଲାରେ ଏପରି କୋଟି କୋଟି ଟଙ୍କାର ବେଆଇନ କାରବାର ହେଉଥିବା ବେଳେ ଜିଲ୍ଲା ଓ ପୋଲିସ ପ୍ରଶାସନ ସହ ଦୁର୍ନୀତି ନିବାରଣ ବିଭାଗ ଦୃଷ୍ଟି ଦେବା ପାଇଁ ଗଣମାଧ୍ୟମ ଜରିଆରେ ଶ୍ରୀ ଦାସ ଅନୁରୋଧ କରିଛନ୍ତି। ଆନ୍ଧ୍ର ପ୍ରଦେଶରେ ହାତ ଉଧାରି ଦେଇ ଋଣ ନେବା ବ୍ୟବସାୟ ବନ୍ଦ ହୋଇଥିବା ଯୋଗୁଁ ଏବେ ସବୁ ବେପାରି ଓଡିଶା ମୁହାଁ। ମୁଖ୍ୟତଃ ରାୟଗଡା ଜିଲ୍ଲାରେ ଏମାନଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଏଥିପାଇଁ ଭାଜପା ତରଫରୁ ଚେତାବନୀ ଦିଆଯାଇଛି ଯେ ଆଗକୁ ଯଦି କୌଣସି ଲୋକଙ୍କୁ ଏହି ବେପାରିମାନେ ଲୁଟନ୍ତି ତେବେ ଆନ୍ଦୋଳନ ହେବ।