ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ଭୂପିନ୍ଦର ହୁଡ୍ଡାଙ୍କ କୁଶପୁତ୍ତଳିକା ଦାହ

ବାରିପଦା : ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ସଭାନେତ୍ରୀ ସରୋଜିନୀ କିସ୍କୁଙ୍କ ନେତୃତ୍ୱରେ ବାରିପଦା ଦେଉଳସାହିସ୍ଥିତ କଂଗ୍ରେସର ଜିଲ୍ଲା କାର୍ୟ୍ୟାଳୟ ସମ୍ମୁଖରେ ହରିୟାଣାର କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ହୁଡ୍ଡାଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଶ୍ରୀ ହୁଡ୍ଡା ଚଳିତ ମାସ ୮ ଅନ୍ତର୍ଜାତୀୟ ମହିଳା ଦିବସରେ ଯେଉଁ ଭଳି ଭାବେ ମହିଳାଙ୍କୁ ଅସଦାଚରଣ କଲେ ଉକ୍ତ ଘଟଣାକୁ ମୟୂରଭଞ୍ଜ ମହିଳା ବିଜେପି ପକ୍ଷରୁ ଦୃଢ଼ ନିନ୍ଦା କରିବା ସାଙ୍ଗକୁ ଏହାର ପ୍ରତିବାଦରେ କୁଶପୁତ୍ତଳିକା ଦାହ କରାଯାଇଥିଲା । ଉକ୍ତ କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ମହିଳା ନେତ୍ରୀ ପାୟଲ ରାୟ, ଶୋଭାବତୀ ଓତା, ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ସଶ୍ମିତା ପୃଷ୍ଟି, ହେମଲତା ଦାଶ, ଅନୀତା ସେଠୀ, ଖୁସୀ ଦାଶ, ପାରୁଲ କର୍ମକାର, ସୁଜାତା ଷଡ଼ଙ୍ଗୀ, ସବିତା ବେହେରା, ସୁଶୀଳା ସାମନ୍ତରାୟ, ଦେବବ୍ରତ ସାମଲ, ସୁବ୍ରତ ମୁଖୀ, ନିରଞ୍ଜନ ଦାଶ, ବରେନ୍ଦ୍ର ପାତ୍ର, ଲକ୍ଷ୍ମୀଧର ହାବଡ଼ା, ଲମ୍ବୋଦର ବେହେରା, ପ୍ରବୀଣ ପାତ୍ର, ବିଜୟ ଦାସ, ଅଶୋକ ଓତା, କ୍ରୀଷ୍ଣା ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।

ସମ୍ବନ୍ଧିତ ଖବର