ନୟାଗଡ: ନୟାଗଡ ଜିଲ୍ଲାର ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀ ଖଣ୍ଡପଡ଼ା ଓ ରଣପୁରରେ ବିଜେଡ଼ିକୁ ଶକ୍ତ ଧକ୍କା ଲାଗିଛି | ଖଣ୍ଡପଡାରେ ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ ଜିତିଥିବାବେଳେ ବିଜେଡିର ସାବିତ୍ରୀ ପ୍ରଧାନ ପରାଜିତ ହୋଇଯାଇଛନ୍ତି | ସେହିପରି ରଣପୁର ବିଧାନସଭାରେ ବିଜେପି ପ୍ରାର୍ଥୀ ସୁରମା ପାଢ଼ୀ ଜିତିଯାଇଛନ୍ତି |
ବିଜେଡିର ସତ୍ୟନାରାୟଣ ପ୍ରଧାନଙ୍କୁ ହରାଇଦେଇଛନ୍ତି ସୁରମା | ମିଳିଥିବା ସୂଚନା ମୁତାବକ ସୁରମା ପାଢ଼ୀ ୮୧୪୩୯ ଭୋଟ ପାଇଥିବାବେଳେ ବିଜେଡିର ସତ୍ୟନାରାୟଣ ପ୍ରଧାନ ୬୫ ହଜାର ୮୯୫ ଭୋଟ ପାଇଛନ୍ତି | ସୁରମା ୧୫୫୪୪ ଭୋଟରେ ଜିତିଯାଇଛନ୍ତି | ସେହିପରି ଖଣ୍ଡପଡାରେ ଦୁଷ୍ମନ୍ତ ସ୍ୱାଇଁ ୭ ହଜାର ୧୨୦ ଭୋଟରେ ଜିତିଯାଇଛନ୍ତି | ଦୁଷ୍ମନ୍ତ ସ୍ୱାଇଁ ୭୫ ହଜାର ୧୩୯ ଖଣ୍ଡ ଭୋଟ ପାଇଥିବାବେଳେ ସାବିତ୍ରୀ ପ୍ରଧାନ ୬୮୦୧୯ ଭୋଟ ପାଇଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/ba41fe4c-44a6-46b7-ba97-12d422ece7f6.jpg)