ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ସରିବା ପରେ ମଙ୍ଗଳବାର ଦିନ ବୀରମହାରାଜପୁର କଲେଜରେ ସମସ୍ତ ଇଭିଏମ୍ ମେସିନ୍ ଷ୍ଟ୍ରଙ୍ଗ ରୁମ୍ରେ ରଖାଯାଇଛି । ଏଠାରେ ବନ୍ଧୁକଧାରି ପୁଲିସ୍ ଜଗି ରହିଛନ୍ତି । କିନ୍ତୁ ବୀରମହାରାଜପୁର ବିଜେପି ଦଳ ତରଫରୁ ଯୁବନେତା ଓ କର୍ମୀ ୨୪ ଘଣ୍ଟା ଜଗି ରହିଛନ୍ତି ଷ୍ଟ୍ରଙ୍ଗ ରୁମ୍।
ଏହି କ୍ରମରେ ମଙ୍ଗଳବାର ରାତି ସାରା ଯୁବନେତା ପ୍ରଭାସ କୁମାର ପଣ୍ଡା ଓ ରାଜକୁମାର ମହାକୁଡ଼ ଜଗି ରହିଛନ୍ତି। ଆସନ୍ତା ୪ ତାରିଖରେ ହେବାକୁ ଥିବା ଭୋଟ ଗଣତିର ପର୍ଯ୍ୟନ୍ତ ଧାରାବାହିକ ଭାବରେ ଯୁବ ମୋର୍ଚ୍ଚାର କର୍ମୀମାନେ ଜଗି ରହିବେ ବୋଲି ବିଜେପି ନେତା ତଥା ଆଇନଜୀବୀ ସତ୍ୟବ୍ରତ ମିଶ୍ର ସୁଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/4ebab13f-5290-407d-b1bf-2c9655f14a42.jpeg)