ଷ୍ଟ୍ରଙ୍ଗ ରୁମ୍ ପାଖରେ ଜଗିଛନ୍ତି ବିଜେପି କର୍ମୀ, ଗଣତି ପର୍ଯ୍ୟନ୍ତ ରଖିବେ ନଜର

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ସରିବା ପରେ ମଙ୍ଗଳବାର ଦିନ ବୀରମହାରାଜପୁର କଲେଜରେ ସମସ୍ତ ଇଭିଏମ୍ ମେସିନ୍ ଷ୍ଟ୍ରଙ୍ଗ ରୁମ୍‌ରେ ରଖାଯାଇଛି । ଏଠାରେ ବନ୍ଧୁକଧାରି ପୁଲିସ୍ ଜଗି ରହିଛନ୍ତି । କିନ୍ତୁ ବୀରମହାରାଜପୁର ବିଜେପି ଦଳ ତରଫରୁ ଯୁବନେତା ଓ କର୍ମୀ ୨୪ ଘଣ୍ଟା ଜଗି ରହିଛନ୍ତି ଷ୍ଟ୍ରଙ୍ଗ ରୁମ୍।

ଏହି କ୍ରମରେ ମଙ୍ଗଳବାର ରାତି ସାରା ଯୁବନେତା ପ୍ରଭାସ କୁମାର ପଣ୍ଡା ଓ ରାଜକୁମାର ମହାକୁଡ଼ ଜଗି ରହିଛନ୍ତି। ଆସନ୍ତା ୪ ତାରିଖରେ ହେବାକୁ ଥିବା ଭୋଟ ଗଣତିର ପର୍ଯ୍ୟନ୍ତ ଧାରାବାହିକ ଭାବରେ ଯୁବ ମୋର୍ଚ୍ଚାର କର୍ମୀମାନେ ଜଗି ରହିବେ ବୋଲି ବିଜେପି ନେତା ତଥା ଆଇନଜୀବୀ ସତ୍ୟବ୍ରତ ମିଶ୍ର ସୁଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର