ସଇନ୍ତଳା: ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ଶୁକ୍ରବାର ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବ୍ଲକ ବିଜେପି ପକ୍ଷରୁ ସ୍ଥାନୀୟ ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିଜେପି ମଣ୍ତଳ ସଭାପତି ଦର୍ଶନ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ମୁକେଶ ଜୈନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମହେନ୍ଦ୍ର ଠାକୁରଙ୍କ ନେତୃତ୍ବରେ ଲବେନ୍ଦ୍ର ବେହେରା, ଗୋପବନ୍ଧୁ ବଗର୍ତି, ସୁରେଶ ଦନ୍ତୀ, କରୁଣାସିନ୍ଧୁ ପସାୟତ, ଅକ୍ଷୟ ରଣା, ଗଦାଧର ବଗର୍ତି, ବବଲୁ ବୁଡ଼େକ, ସରୋଜ ସାହୁ, ମହେନ୍ଦ୍ର ଅମାତ, ଗୋବିନ୍ଦ ସାହୁ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ। ପରେ ମୁଖ୍ୟମନ୍ତ୍ରୀଙ୍କ ଉେଦ୍ଦଶ୍ୟରେ ଏକ ଦାବିପତ୍ର ଉପସ୍ଥିତ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ଦିଆଯାଇଥିଲା।

Advertisment

ତୁଷୁରା: ତୁଷୁରାରରେ ବିଜେପି ଜିଲ୍ଲା ଉପସଭାପତି ଦୀନବନ୍ଧୁ ବେହେରାଙ୍କ ନେତୃତ୍ବରେ ବିଦ୍ୟୁତ୍‌ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ‌େରେ ଏକ ଦାବିପତ୍ର ଦିଆଯାଇଥିଲା। ଦାବିପତ୍ର ଦେବା ସମୟରେ ବିଜେପି ନେତା ମହେନ୍ଦ୍ର ଠାକୁର, ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ, ଗୁଡ଼ଭେଲା ମଣ୍ଡଳ ସଭାପତି ସତ୍ୟବାନ ବାଗ, ସମରା ମଣ୍ଡଳ ସଭାପତି ଭ୍ରମର ସେଠ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରୁଣୁଗୋପାଲ ସାହୁ, ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରୀ ସଦସ୍ୟ ନରସିଂହ ସିଂହ, ମୁରଲୀ ରଣା, ଆନନ୍ଦ ପ୍ରଧାନ, ଅଭିନାଶ ସାହୁ, ସୁଧାଂଶୁ ସାହୁ, ଯୁଧିଷ୍ଠିର କୁମ୍ଭାର, ଧନସିଂ ରଣା, ଶମ୍ଭୁ ପ୍ରସାଦ ସାହୁ, ପୂର୍ଣ୍ଣ ରଣା, କ୍ଷୀରୋଦ୍ର ପ୍ରଧାନ, ଦର୍ଶନ ପ୍ରଧାନ, ଲବେଦ୍ର ବେହେରା, ବବୁଲୁ ବୁଡେକ ପ୍ରମୁଖ ଉପସ୍ଥିତ ଥିଲେ।