ବାଇକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ଖଣ୍ଡପଡ଼ା: ଖଣ୍ଡପଡା ବ୍ଲକ ଶିଖରପୁର ପଞ୍ଚାୟତ ଅଧୀନ ଜିଲ୍ଲୀପଡା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିବା ସହିତ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। ଆଜି ବିଳମ୍ବିତ ସନ୍ଧ୍ୟାରେ ଉକ୍ତ ଗ୍ରାମ ନିକଟରେ ବାଇକ ଯୋଗେ ନୟାଗଡରୁ ଖଣ୍ଡପଡା ଅଭିମୁଖେ ଆସୁଥିବା ଖଳିସାହି ଗ୍ରାମର ଗଣେଶ୍ଵର ମୁଦୁଲି (୩୧) ଏବଂ ପ୍ରକାଶ ମୁଦୁଲି (୩୨) ଭାରସ୍ୟାମ ହରାଇ ଖସିପଡିଥିଲେ। ତେବେ ବାଇକ ପଛପଟେ ବସିଥିବା ଗଣେଶ୍ଵରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହିତ ଉଭୟେ ଗୁରୁତର ଆହତ ହୋଇଥିଲେ। ଖବରପାଇ ଅଗ୍ନିଶମ ବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଖଣ୍ଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ।

ସେଠାରେ ଗଣେଶ୍ଵରଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ପ୍ରକାଶଙ୍କର ଗୁରୁତର ଅବସ୍ଥାରେ ଚିକିତ୍ସା ଚାଲିଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ସେହିପରି ସ୍ଥାନୀୟ ପୁଲିସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବ ଜବତ କରିଥିବା ବେଳେ ଆସନ୍ତାକାଲି ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର