ଭଦ୍ରକ: ରାଜସ୍ଥାନ ସରକାରଙ୍କର କଳା ସ୍ବାସ୍ଥ୍ୟ ଆଇନ ବିରୁଦ୍ଧରେ ଏବଂ ଭାରତର ବିଭିନ୍ନ ସ୍ଥାନରେ ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ଆଜି ଭଦ୍ରକ ମୁଖ୍ୟ ଚିକତ୍ସାଳୟ ସମ୍ମିଳନୀ କକ୍ଷରେ ଡଃ. ମୀନକେତନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଭାରତୀୟ ଚିକିତ୍ସକ ସଂଘର ସମ୍ପାଦକ ଡଃ. ହରେକୃଷ୍ଣ ନାୟକ ଏହି ସଭାରେ ଯୋଗ ଦେଇ ରାଜସ୍ଥାନ ସରକାରଙ୍କର ଡାକ୍ତର ବିରୋଧି ଆଇନ ଓ ରାଜସ୍ଥାନ ସରକାରଙ୍କର ଡାକ୍ତର ମାନଙ୍କ ଉପରେ ଦମନ ମୂଳକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିଲେ। ରାଜସ୍ଥାନ ସରକାର ଡାକ୍ତରଙ୍କ ଉଦ୍ଦେଶ୍ୟରେ ଲାଗୁ କରିଥିବା ଆଇନକୁ ପ୍ରତ୍ୟାହାର କରି ଓ ନୂତନ ଆଇନ ପ୍ରଣୟନ ସହିତ ଡାକ୍ତରମାନଙ୍କ ସୁରକ୍ଷା ନିମନ୍ତେ ବୈଠକରେ ଦାବୀ କରାଯାଇଥିଲା।
ବୈକରେ ଡଃ. କନକଲତା ସାହୁ, ଡଃ. ସଂଗୀତା ବଳ, ଡଃ. ଦୀପଙ୍କର ମୁଖାର୍ଜୀ, ଡଃ. ଷ୍ଟାଲିନ ଦାସ, ଡଃ. ସୁବାସ ବିଶ୍ଵାଳ, ଡଃ. ଅମିତାଭ ଜେନା, ଡଃ. ନିଶାନ୍ତ ଦାସ, ଡଃ. ପ୍ରଭାତ କୁମାର ବେହେରା, ଡଃ. ମନୋରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଡାକ୍ତର ମାନେ ପ୍ରତିବାଦ ସଭାରେ ଉପସ୍ଥିତ ରହି ନିଜର ମତ ଉପସ୍ଥାପନ କରିଥିଲେ। ଏହି ଅବସରରେ ଏକ ଦାବିପତ୍ର ଭଦ୍ରକ ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇବାକୁ ନିଷ୍ପତି ନିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/IMG-20230327-WA0059.jpg)