ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବାଘେଡ଼ା ଷ୍ଟେସନ୍ ନିକଟସ୍ଥ ହେମଗିରି ଜଙ୍ଗଲର ଗର୍ଜନ୍ ପାହାଡରେ ଏକ କଳା ବାଘକୁ ସୋମବାର ବନ ବିଭାଗ ଠାବ କରିଛି। ଏହି କଳା ବାଘଟି କଲରାପତ୍ରିଆ ପ୍ରଜାତିର ବାଘ ବୋଲି ଜଣାପଡ଼ିଛି। ଏହାକୁ ‘ବ୍ଲାକ୍ ପାନ୍ଥର’ ବୋଲି ବି କୁହାଯାଉଛି। ତେବେ ନବେ ଦଶକରେ ଓଡ଼ିଶାରେ କଳାବାଘ ଦେଖାଯାଇଥିଲା ବୋଲି କୁହାଯାଉଥିଲା ବେଳେ ହେମଗିରି ଜଙ୍ଗଲରେ ଏହି କଳାବାଘ ଠାବ ହେବା ଖବର ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଗତବର୍ଷ ବନବିଭାଗ ଓ୍ଵାଇଲର୍ଡ ଲାଇଫ୍ କାର୍ଯ୍ୟକ୍ରମ ସମୟରେ ପଶୁ ଗଣନା ଚାଲିଥିଲା। ଏହି ସମୟରେ ସେଠାରେ ସିସିଟିଭି ଖଞ୍ଜା ଯାଇଥିଲା। ତେବେ ସୋମବାର ଏହି ସିସିଟିଭିରେ କଳାବାଘ ଜଙ୍ଗଲରେ ଥିବା ଜଣାପଡ଼ିଛି। ଦେଶର ଅନ୍ୟ ୮ଟି ରାଜ୍ୟରେ ମଧ୍ୟ କଳା ବାଘ ଅଛନ୍ତି। ତେବେ କଳାବାଘ ଓ ମେଲାନିଷ୍ଟିକ ଟାଇଗର ଥିବା ଏକମାତ୍ର ରାଜ୍ୟ ଓଡ଼ିଶା ବୋଲି ପିସିସିଏଫ୍ (ୱାଇଲ୍ଡ ଲାଇଫ୍) ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି।