ଜୟପୁର: ଜୟପୁର ଉପଖଣ୍ଡର କଳାଜୀରା ଚାଉଳ ଏବେ ଦ୍ବିତୀୟ ଥର ଝାରସୁଗୁଡା ବିମାନବନ୍ଦରରେ ବିକ୍ରି ପାଇଁ ଯାଇଥିବା ସୂଚନା ମିଳିଛି। ଏହା ସହ ହଳଦୀ ଗୁଣ୍ଡ ଓ ମାଣ୍ଡିଆ ଚୁନାବି ଯାଇଥିବା ସୂଚନା ମିଳିଛି। ଜିଲ୍ଲା ଯୋଗାଣ ଓ ବିପଣନ ସମିତି (ଓରମାସ) କୋରାପୁଟ ଏଗ୍ରୋ ପ୍ରଡ୍ୟୁସର କଂପାନି (କେପକୋ) ଜରିଆରେ ଏସବୁ ଝାରସୁଗୁଡା (ଓରମାସ)କୁ ବିକ୍ରି କରିଥିବା କହିଛନ୍ତି ଓରମାସର ଅଧିକାରୀ ରୋଶନ କୁମାର କାର୍ତ୍ତିକ। ଏହା ପୂର୍ବରୁ କଳାଜୀରା ଚାଉଳକୁ ଆମାଜନ ଇ-ବ୍ୟବସାୟୀକ କମ୍ପାନି ନିଜ କମ୍ପାନି ଜରିଆରେ ବିକ୍ରି ଆରମ୍ଭ କରିଥିଲା। ଏହାସହ ଭୁବନେଶ୍ବର ବିମାନବନ୍ଦର, ନୂଆଦିଲ୍ଲୀର ସରୋଜ ଆଉଟଲେଟ ସହ ବିଭିନ୍ନ ରାଜ୍ୟ, ଜାତୀୟସ୍ତରର ପ୍ରଦର୍ଶନୀ, ମେଳା ସହ ଆମାଜାନରେ କଳାଜୀରା ଚାଉଳ ବିକ୍ରି ହେଉଛି ବୋଲି କହିଛନ୍ତି ଜିଲ୍ଲାଯୋଗାଣ ଓବିପଣନ ସମିତି ଅଧିକାରୀ। କଳାଜୀରା ଧାନକୁ ଜୟପୁର, କୋଟପାଡ଼, ଓ ବୋରିଗୁମ୍ମା ବ୍ଲକରୁ କିଣି ଏଥିରୁ ଚାଉଳ ବାହାର କରି ପ୍ୟାକିଂ କରି ବଜାରରେ ବିକ୍ରି କରାଯାଉଛି ବୋଲି କହିଛନ୍ତି ଜିଲ୍ଲାଯୋଗାଣ ଓବିପଣନ ସମିତି ଅଧିକାରୀ।
ଏହି ବର୍ଷକ ମଧ୍ୟରେ ଏକ ମେଟ୍ରିକ ଟନ କଳାଜୀରା ଚାଉଳ ବିକ୍ରି କରାଯାଇଛି ବୋଲି କହିଛନ୍ତି ଜିଲ୍ଲାଯୋଗାଣ ଓବିପଣନ ସମିତି ଅଧିକାରୀ। ଆଗାମୀ ଦିନରେ ଦେଶର ଅନ୍ୟାନ୍ୟ ବିମାନବନ୍ଦର ଓ ଆଉଟଲେଟ ଗୁଡିକରେ ଏହି କଳାଜୀରା ଚାଉଳ ବିକ୍ରି କରାଯିବାର ଯୋଜନା ରହିଛି ବୋଲି କହିଛନ୍ତି ଜିଲ୍ଲାଯୋଗାଣ ଓବିପଣନ ସମିତି ଅଧିକାରୀ। ଧାନର ଉତ୍ପତିସ୍ଥଳୀ ଜୟପୁରର କଳାଜୀରା ଧାନ ୨ଟି ବିମାନବନ୍ଦରରେ ବିକ୍ରି ହେବା ଜିଲ୍ଲା ପାଇଁ ସମ୍ମାନର ପ୍ରଶ୍ନ। କଳାଜୀରା ଧାନ ସହ ଅନ୍ୟ ୧୮୨ରକମର ଧାନ ସଂରକ୍ଷଣ ପାଇଁ ଜୟପୁର ବ୍ଲକର ପାତ୍ରପୁଟ ଗାଁର କମଳା ପୂଜାରୀ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ। ଏହି ଧାନ ପାଇଁ ସମଗ୍ରସ ବିଶ୍ବରେ ଜୟପୁର କୋରାପୁଟ ଜିଲ୍ଲାକୁ ସ୍ବତନ୍ତ୍ର ପରିଚୟ ଦେଇଛି। ଏହି ଧାନର ଉତ୍ପାଦନ କମ୍ ହେଉଥିବାରୁ ଚାଷୀ ମାନେ କମ ଚାଷ କରୁଛନ୍ତି। ତେବେ ଏଭଳି ବଜାର ମିଳିଲେ ଅଧିକା ଚାଷୀ ଏହି ଧାନ ଚାଷ କରିବାକୁ ଇଛା ପ୍ରକାଶ କରିବେ ବୋଲି ବହୁ ଚାଷୀ କହିଛନ୍ତି।