ଛାତ୍ରୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବ୍ଲାକମେଲ କରୁଥିଲା ଯୁବକ, ମାଲେସିଆ ଫେରାର

ପୁରୀ: ଗୋପ ଅଞ୍ଚଳର ଜଣେ ଯୁବକ କଲେଜ ଛାତ୍ରୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବ୍ଲାକମେଲିଂ କରୁଥିଲା। ଥାନାରେ ଅଭିଯୋଗ ହେବା ପୂର୍ବରୁ ମାଲେସିଆ ଫେରାର ହୋଇଯାଇଛି। ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ସଂପୃକ୍ତ କଲେଜ ଛାତ୍ରୀ ଥାନାରେ ଅଭିଯୋଗ ଆଣିଛନ୍ତି। ପୁରୀ ଅତିରିକ୍ତ ଏସ୍‌ପି ଅରୁଣ ଜେନା ଆଜି କଲେଜ ଛାତ୍ରୀଙ୍କ ବୟାନ ରେକର୍ଡ କରିଛନ୍ତି। ନ୍ୟାୟ ପାଇବା ପାଇ କଲେଜ ଛାତ୍ରୀ ଥାନା ଆଗରେ ଧାରଣା ଦେଇଥିଲେ।

ସୂଚନାଯୋଗ୍ୟ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଭାଇରାଲ ନେଇ ଥାନାରେ ଅଭିଯୋଗ ହୋଇଥିଲା। ଗୋପ ମୁସଲମାନବସ୍ତିର ସମୀର ମହମ୍ମଦ ଓରଫ ସୁମନ ନାମରେ ଜଣେ ଯୁବକ କଲେଜ ଛାତ୍ରୀଙ୍କୁ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବାକୁ ବ୍ଲାକମେଲ କରୁଥିଲା। ଅଭିଯୁକ୍ତକୁ ଗିରଫ ଦାବିରେ ଗୋପ ଥାନା ଆଗରେ ପୀଡ଼ିତା ଓ ସମ୍ପର୍କୀୟଙ୍କ ଧାରଣା ଦେଇଥିଲେ। ସମୀର ମହମ୍ମଦ ଏବେ ମାଲେସିଆରେ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର