ରାୟଗଡ଼ା/ଗୁଣପୁର: ପଥର ଖାଦାନରେ ଆଜି ଅପରାହ୍ଣ ସମୟରେ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ଯୋଗୁଁ ଜଣେ ମହିଳାଙ୍କ ସମେତ ମୋଟ୍ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ବିସ୍ଫୋରଣ ଦ୍ୱାରା ଅନ୍ୟ ୬ ଜଣ ଶ୍ରମିକ ଗୁରୁତର ହୋଇଥିବା ସୂଚନା ମିଳିଛି। ତେବେ ରିପୋର୍ଟ ଲେଖାଯିବା ବେଳକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୩ ମୃତକ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି। ତାଙ୍କର ନାଁ ଡୁଡି ଶବର (୫୦)। ଆହତମାନେ ହେଲେ ବୁଡା ଶବର(୫୦), ପାନ୍ତୁଲ ଶବର (୪୫), ସୁକୁ ଶବର (୫୦), ବଳିଆ ଶବର (୧୦), ସମିୟାନ ଶବର (୧୨)।
/sambad/media/post_attachments/wp-content/uploads/2020/10/f38b021c-b456-4cd8-92ec-947df46ae844-1024x461.jpg)
ମିଳିଥିବା ସୂଚନା ଅନୁସାରେ ଗୁଣୁପୁର ଥାନା ଅନ୍ତର୍ଗତ ଓକିଲଗୁଡ଼ା ନିକଟରେ ଥିବା ଏକ ପଥର ଖାଦାନରେ ନୁଙ୍ଗୁରତାଳ ଜଲତାର, ସାମ୍ପିନି ଗ୍ରାମର ଶ୍ରମିକମାନେ କାମ କରୁଥିଲେ। ପଥର ଖଣ୍ଡଗୁଡ଼ିକ ଶ୍ରମିକଙ୍କ ଦେହରେ ଆସି ବାଜିଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ହୋଇଛନ୍ତି। ବେବେ ବିସ୍ଫୋରଣ ପରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Gunupur-blast-16_Thumb.jpg)