ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀପୁରର ବ୍ଲକ ସ୍ତରୀୟ ପରବ ସ୍ଥାନୀୟ ସାଙ୍ଗାନ୍ନା ହାଇସ୍କୁଲ ପଡିଆ ଠାରେ ସମାପ୍ତ ହୋଇଛିା ସ୍ଥାନୀୟ ମୁତ୍ୟାଲୁମାଁଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ସେଠାରୁ ମସାଲ୍ ଆଣି ପଡିଆରେ ସ୍ଥାପନ କରିବା ସହ ପରବ ପତ୍ତାକା ଉତ୍ତୋଳନ କରାଯିବା ପରେ ପରବ ଶୁଭାରମ୍ଭ କରାଯାଇଥିଲାା
ସମାରୋହର ମୁଖ୍ୟ ଅତିଥି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଓ ସମ୍ମାନିତ ଅତିଥି ବିଧାୟକ ପ୍ରଭୁଜାନିଙ୍କ ଉଦଘାଟନ ଉତ୍ସବରେ ଅନୁପସ୍ଥିତ ସତ୍ତ୍ୱେ ଝାଙ୍କର ଦେବୀଙ୍କ ନିକଟରେ ଅଧ୍ୟକ୍ଷା ସୁୱାଇ କୁଲେସିକା, ପୁର୍ବତନ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକାଙ୍କ ସହ ବିଡିଓ ବେଣୁଧର ଶବର ଓ ବ୍ଲକର ସରପଞ୍ଚ ସମିତିସଭ୍ୟମାନେ ଆଦିବାସୀଙ୍କ ରୀତିନିତିରେ ପୂଜା କରି ପରବର ଶୁଭକାମନା କରିଥିଲୋ
ପରବ ସକାଶେ ପଡିଆରେ ସରକାରଙ୍କ ବିଭିନ୍ନ ଲୋକଭିମୁଖି ଯୋଜନା ପ୍ରଦର୍ଶନ କରାଯିବା ସକାଶେ ୧୫ଟି ବିଭିନ୍ନ ପ୍ରକାର ଷ୍ଟଲ କରାଯାଇଥିଲାା ଚଳିତ ବର୍ଷ ଚଳନୀୟ ଭାବେ ଲକ୍ଷ୍ମୀପୁରରେ ପରବ ପାଳନ କରାଯାଇଥିବା ବେଳେ ଷ୍ଟେଜ ଓ ଆଲୋକ ସଜ୍ଜା ଆଦିବାସୀ ପରଂପରା ଅନୁଯାୟୀ ପ୍ରତିବର୍ଷ ଯେମିତି କରାଯାଉଥିଲା ସେମିତି କରାଯାଇପାରିଲା ନାହିଁ। ପ୍ରତିବର୍ଷ କିଛି ଶିକ୍ଷକ ମଞ୍ଚ ଦାୟିତ୍ୱ ନେଇଁ ଭଲଭାବେ ସଜାଡୁଥିବା ବେଳେ ସେମାନଙ୍କୁ ଅଣଦେଖା କରାଯାଉଥିବା କାରଣରୁ ସେମାନେ ଚଳିତ ବର୍ଷ ସହଯୋଗ କରି ନ ଥିଲୋ ଚଳିତ ବର୍ଷର ପରବ ୨୪ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ଯେଉଁ ଉଦ୍ଦେଶ୍ୟ ନେଇ ପରବ ଆରମ୍ଭ କରାଯାଇଥିଲା ତାହା ଧିରେ ଧିରେ ପଥଚ୍ୟୁତ ହେବାରେ ବସିଲାଣି। ଆନ୍ତରିକତାର ସହ ନୁହଁ ବରଂ ବାଧ୍ୟ ବାଧକତାରେ ଲକ୍ଷ୍ମୀପୁରରେ ପରବ ପାଳନ କରାଯାଉଛି, ଲକ୍ଷ୍ମୀପୁରରେ ଅନେକ ଆଦିବାସୀ ପ୍ରତିଭା ଲୁକ୍କାୟିତ ଭାବେ ରହିଯାଇଛନ୍ତି, ପରବ ମାଧ୍ୟମରେ ତାହା ଉନ୍ମଚୋନ କରାଯିବାକୁ କୁହାଯାଉଥିଲେ ମଧ୍ୟ ଚଳିତ ବର୍ଷ ବ୍ଲକର ୩ଟି ପଞ୍ଚାୟତକୁ ବାଦ୍ ଦେଲେ ଅନ୍ୟ ୧୦ଟି ପଞ୍ଚାୟତ ଗ୍ରାମପଞ୍ଚାୟତ ସ୍ତରୀୟ ପରବ ପାଳନ କରିନାହାଁନ୍ତି। ଏପରିକି ଜିଲ୍ଲାତରଫରୁ ଯେଉଁ ଅନୁଦାନ ଦିଆଯାଉଛି ତାହା ବ୍ଲକ ସ୍ତରୀୟ ପରବ ସକାଶେ କିଛି ନୁହଁ। ଅର୍ଥ ହିଁ ମୁଖ୍ୟ ବାଧକ ସାଜୁଛି, କାରଣ ପଞ୍ଚାୟତ ସ୍ତରରେ ଯଦି ପରବ ପାଳନ ନହୁଏ ତାହେଲେ କେମିତି ଗ୍ରାମାଞ୍ଚଳରୁ ଲୁକ୍କାୟିତ ପ୍ରତିଭା କୁ ଉନ୍ମୋଚନ କରାଯାଇପାରିବ ବୋଲି ପୁର୍ବତନ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା ପ୍ରକାଶ କରିଛନ୍ତିା