ବ୍ଲକ୍ ଉପାଧ୍ୟକ୍ଷଙ୍କୁ ଉପେକ୍ଷା: ସିଡି ତଳେ ପଡିଛି ନାମ ଫଳକ, ବସିବାକୁ ସିଟ୍‌ ନାହିଁ

ଯାଜପୁର: ମନମାନୀରେ ଚାଲିଛି ଯାଜପୁର ବ୍ଲକରେ ସରକାରୀ କାର୍ଯ୍ୟ। କେତେବେଳେ କଣ ହେଉଛି ତାହା ସାଧାରଣକୁ ମାଲୁମ ପଡୁନି। ଏଠାରେ ରାଜନେତା ଓ ଦଳୀୟଙ୍କ ଭିଡ ରହୁଥିବା ବେଳେ ସାଧାରଣ ସେବା ପାଇଁ ଆସି ହୀନସ୍ତା ହେଉଛି। ତେବେ ଆଜି ବ୍ଲକରେ ପରିସରରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଯାହାକି ବ୍ଲକ୍ ଉପାଧ୍ୟକ୍ଷାଙ୍କୁ ସାଂଘାତିକ ଭାବେ ଉପେକ୍ଷା କରାଯାଇଛି। ପଞ୍ଚାୟତ ସମିତି ପକ୍ଷରୁ ତାଙ୍କୁ ଯୋଗାଇ ଦିଆଯାଇଥିବା ଘର ସରକାରୀ କାର୍ଯ୍ୟରେ ଲାଗିଥିବା ବେଳେ ତାଙ୍କର ନାମ ଫଳକକୁ ଏକ ଅପରିତ୍ୟକ୍ତ ସ୍ଥାନରେ ଫୋପାଡି ଦିଆଯାଇଛି।

ସୂଚନା ଅନୁସାରେ ଗତ ସାଢ଼େ ୩ ବର୍ଷ ହେଲା ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ଯାଜପୁର ବ୍ଳକରେ ଜଣେ ମହିଳାଙ୍କୁ ଉପାଧ୍ୟକ୍ଷା ଭାବେ ବଛା ଯାଇଥିଲା। ଏହି ଅବସରରେ ବେରୁଦା ପଞ୍ଚାୟତର ସିମିତିସଭ୍ୟ ପ୍ରଦୀପ ନାୟକ ବ୍ଲକ ଅଧ୍ୟକ୍ଷ ‌ ହୋଇଥିବା ବେଳେ ରୁଦ୍ରପୁର ପଞ୍ଚାୟତର ସମିତିସଭ୍ୟା ପ୍ରଣତୀ ଆଚାର୍ଯ୍ୟ ଯାଜପୁର ବ୍ଲକର ଉପାଧ୍ୟକ୍ଷା ପଦବୀରେ ବିଜୟୀ ହୋଇଥିଲେ। ଏହା ପରେ ଲୋକ ପ୍ରତିନିଧି ନିୟମାନୁସାରେ ସେମାନଙ୍କୁ ବ୍ଲକ ପରିସରରେ ନିଜସ୍ବ କାର୍ଯ୍ୟାଳୟ ପ୍ରଦାନ କରାଯାଇଥିଲେ।

ତେବେ ସେତେ ବେଳେ ଉପାଧ୍ୟକ୍ଷାଙ୍କୁ ଦିଆଯାଇଥିବା ଗୃହକୁ ନେଇ ଅସନ୍ତୋଷ ଉଠିବାରୁ ବ୍ଲକ ଅଧ୍ୟକ୍ଷଙ୍କ ଗୃହ ନିକଟରେ ଉପାଧ୍ୟକ୍ଷାଙ୍କୁ ଗୃହ ସ୍ଥାନାନ୍ତରିତ ହେବା ସହ ନାମ ଫଳକ ଲାଗିଥିଲା। କିନ୍ତୁ ପ୍ରାୟତଃ ମାସେ ହେବ ଉପାଧ୍ୟକ୍ଷଙ୍କ ଗୃହକୁ ପ୍ରଶାସନ କବଜା କରିଛି। ଉପାଧ୍ୟକ୍ଷ ଚୌକି ନଥିବା ବେଳେ ତାଙ୍କ ଗୃହ ଆଗରେ ଲିଗିଥିବା ନାମ ଫଳକ ଏକ ଅପରିତ୍ବକ୍ତ ସ୍ଥାନରେ ପଡିଛି। ତାଙ୍କର ଗୃହକୁ ମାସେ ହେଲା ନୂଆକରି ଯୋଗ ଦେଇଥିବା ଅତିରିକ୍ତ ବିଡିଓ ଅକ୍ଷୟ କୁମାର ବେହେରା ବ୍ୟବହାର କରୁଛନ୍ତି।

ଏଠାରେ ପ୍ରଶ୍ନ ଉଠୁଛି ଏପରି ଜଣେ ଦାୟିତ୍ବବାନ୍ ଲୋକ ପ୍ରତିନିଧିଙ୍କୁ ଅସମ୍ମାନ କରିବା ପୂର୍ବରୁ ତାଙ୍କୁ ଏନେଇ ଅବଗତ କରାଯାଇ ଥିଲା କି ଯଦି ନାହିଁ ତେବେ କେଉଁ ଅଧିକାରରେ ତାଙ୍କ ନାମ ଫଳକକୁ ଅପରିତ୍ବକ୍ତ ସ୍ଥାନରେ ପକା ଯାଇପାରିଲା ତାହା ସନ୍ଦେହ ସୃଷ୍ଟି କରୁଛି। ଦାୟିତ୍ବରେ ଥିବା ପର୍ଯ୍ୟନ୍ତ ଶ୍ରୀମତି ଆଚାର୍ଯ୍ୟଙ୍କ ଏକ କ୍ଷମତା ରହିଥିବା ବେଳେ ତାଙ୍କ ଆଗୋଚରରେ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ତେବେ ଏନେଇ ଉପାଧ୍ୟକ୍ଷା ପ୍ରଣତୀ ଆଚାର୍ଯ୍ୟ ଅସନ୍ତୋଷ ପ୍ରକାଶ କରିବା ସହ ଏହା ତାଙ୍କୁ କଷ୍ଟ ଦେଇଛି ବୋଲି କହିଛନ୍ତି। ଅନ୍ୟ ପଟେ ଏହାର କାରଣ ଜାଣିବା ପାଇଁ ବ୍ଲକ୍ ଅଧ୍ୟକ୍ଷ ପ୍ରଦୀପ ନାୟକଙ୍କୁ ଫୋନ୍ କରାଯାଇଥିବା ବେଳେ ସେ ଫୋନ୍ ଉଠାଇ ନଥିବା ବେଳେ ବିଡିଓଙ୍କ ସହ ଯୋଗାଯୋଗ ହୋଇପାରିନାହିଁ।

ସମ୍ବନ୍ଧିତ ଖବର