ମା’ ଜଗଦ୍ଧାତ୍ରୀ କ୍ଲବ୍‌ ପକ୍ଷରୁ ରକ୍ତଦାନ ଶିବିର; ୧୦୭ ୟୁନିଟ୍‌ ରକ୍ତ ସଂଗୃହୀତ

ମଣିଷ ସେବା ନକଲେ ଜନ୍ମ ସାର୍ଥକ ହୁଏନି: ଡି ପ୍ରକାଶ ରାଓ

କମର୍ଦା: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ ବାଉଁଶଡ଼ିହା ମା’ ଜଗଦ୍ଧାତ୍ରୀ କ୍ଲବ୍‌ ପକ୍ଷରୁ ଏକ ରକ୍ତଦାନ ଶିବିର ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ବାଉଁଶଡ଼ିହା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଡା. ହେମନ୍ତ କୁମାର ମହାନ୍ତ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଡି ପ୍ରକାଶ ରାଓ ଯୋଗଦେଇ ମାନବ ସେବା ହିଁ ମାଧବ ସେବା ବୋଲି କହିଥିଲେ।

ମଣିଷ ବଞ୍ଚିବା ବିଢ଼ିବା ଭିତରେ ଯଦି ଅନ୍ୟ ମଣିଷର ସାହାଯ୍ୟ କରି ନପାରିଲା, ତେବେ ତା’ର ଜନ୍ମ ସାର୍ଥକ ହୋଇ ନଥାଏ ବୋଲି ମଧ୍ୟ ମତପ୍ରକାଶ କରିଥିଲେ। ସେହିପରି ମୁଖ୍ୟବକ୍ତା ଭାବେ ସମାଜସେବୀ ସେକ୍‌ ଜନତ ହୁସେନ, ସମ୍ମାନିତ ଅତିଥି ଭାବେ ବାଲେଶ୍ୱର ରକ୍ତଭଣ୍ଡାର ଅଧିକାରୀ ମହେଶ କୁମାର ବିଶ୍ୱାଳ, ବି ବିଜୟଲକ୍ଷ୍ମୀ, ଡି ଭାରତିଆ, ପି ଜ୍ଞାନେଶ୍ୱର ରାଓ ଓ ଅତିଥି ଭାବେ ଗୋପାଳ ଚନ୍ଦ୍ର ପଣ୍ଡା, ମାନସ ରଂଜନ ମହାନ୍ତି, ସତ୍ୟବ୍ରତ ଜେନା, ଆଇନଜୀବୀ ଅରୂପ କୁମାର ଜେନା ଯୋଗଦେଇ ବକ୍ତବ୍ୟ ଦେଇଥିଲେ।

ଏହି ଅବସରରେ ଆଲୋକ ଭଂଜ ଓ ଭବେଶ ଦାସଙ୍କୁ ସମ୍ବର୍ଧନା ପ୍ରଦାନ କରାଯାଇଥିଲା। ହୃଷିକେଶ ମହାନ୍ତି ମଂଚ ପରିଚାଳନା ଏବଂ ନରନାରାୟଣ ମିଶ୍ର ବେଦପାଠ କରିଥିଲେ। ଡା. ବିଶ୍ୱାଳ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଟେକ୍ନିସିଆନ୍‌ ବିଜୟ କୁମାର ପଟ୍ଟନାୟକ, ଦେବାଶିଷ ଦତ୍ତ, ଦିବ୍ୟଜ୍ୟୋତି ଦାସ ମହାପାତ୍ର, ପ୍ରୀତିମ ସାଗର ଜେନା, ହେମଲତା ସେଠୀ ଓ ସନ୍ତୋଷ କୁମାର ଜେନା ରକ୍ତ ସଂଗ୍ରହ କରିଥିଲେ। କ୍ଲବର ସଭାପତି ସଭାପତି ସୁଜିତ ପାତ୍ର ଓ ସଂପାଦକ ଅଭିଷେକ କରଙ୍କ ତତ୍ତ୍ୱାବଧାନାରେ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଏଥିରୁ ୧୦୭ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା।

ମଣ୍ଟୁ ରାଉଳ, ସୁନୀଲ ରାଉଳ, ଯଞ୍ଜସେନ ମହାନ୍ତ, ଶୁଭକାନ୍ତ ମହାନ୍ତି, ଗୋବିନ୍ଦ ବାରିକ, ଜ୍ୟୋତି ରାଉଳ, ହରିଶ ଗାରୁ, ଜୟନ୍ତ ମାହାର୍ଣ୍ଣା, ବଳରାମ ଦଣ୍ଡପାଟ, ସତ୍ୟଜିତ ଗାରୁ, ସୁର୍ଯ୍ୟସ୍ମିତା ବେହେରା, ବିଶ୍ୱଜିତ ଗାରୁ, ଚିରଂଜିତ ଗାରୁ, ସସ୍ମିତା ରାୟ, ଶତାବ୍ଦୀ ରାୟ, ଦିଲ୍ଲୀପ ବାରିକ, ବାବୁ ଦଣ୍ଡପାଟ, ଗୌତମ ଗାରୁ, ମୁନା ଦାସ, ଗୋରୀଶଙ୍କର ବାରିକ, ସୁଶୀଲ ରାଉତ, ଖଗେନ୍ଦ୍ର ଆଇଚ, ରାକେଶ ର୍ମିଦ୍ଦା, ଯୁଗଳକିଶୋର ରାୟ, ସଞ୍ଜୟ ରାଉଳ, ଭୋଗରାଇ ବ୍ଲକ୍‌ ସମ୍ବାଦ ପ୍ରତିନିଧି ବିଶ୍ୱମ୍ବର ଦାସ, ଉତ୍ତର ଓଡ଼ିଶା ସଂସ୍କରଣର ଆମ-ଓଡ଼ିଶା ସହଯୋଗୀ ଲକ୍ଷ୍ମୀଧର ବାରିକ୍‌ ଓ କମର୍ଦ୍ଦା ସମ୍ବାଦ ପ୍ରତିନିଧି ଶକ୍ତିରାଣୀ ମିଶ୍ର ଶିବିର ପରିଚାଳନା କରିଥିବା ବେଳେ କ୍ଲବର ସମସ୍ତ କର୍ମକର୍ତା ଏବଂ ସ୍କୁଲ୍‌ କମିଟିର ସଦସ୍ୟ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର