ରକ୍ତଦାତା ଦିବସ ଉପଲକ୍ଷେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ମାଲକାନଗିରି: ଆଜି ବିଶ୍ବ ରକ୍ତଦାତା ଦିବସ ଅବସରରେ ଜୟ ମାଲକାନଗିରି ଗ୍ରୁପ ଏବଂ ଆମ ଓଡିଶା ତରଫରୁ ସ୍ବେଚ୍ଛାକୃତ ରକ୍ତଦାତା ଦିବସ ପାଳିତ ହୋଇଯାଇଛି। ମାନ୍ଦାପାଲୀ ହାଇସ୍କୁଲ ଠାରେ ଆୟୋଜିତ ରକ୍ତଦାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡିଓ ଉମାଶଂକର ଦଳେଇ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ କନିଷ୍ଠ ଯନ୍ତ୍ରୀ ସଂତୋଷ କୁମାର କିରସାନୀ, ସିଆରପିଏଫ ଯବାନ କିତିଶ ମିସ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିଛି ଏହି କାର୍ଯ୍ୟକ୍ରମକୁ ଉଦାଘାଟନ କରିଥିଲେ। କରୋନା ମହାମାରୀକୁ ଆଖି ଅଗରେ ରଖି ଏହି କାର୍ଯ୍ୟକ୍ରମ ସମସ୍ତ ନୀତି ନୟମ ଅନୁଯାୟୀ ଆୟୋଜନ କରାଯାଇଥିଲା। ଜିଲ୍ଲାରେ ରକ୍ତର ଘୋର ଅଭାବ ପରିଲକ୍ଷିତ ହେଉଥିବାରୁ ଜୟ ମାଲକାନଗିରି ଗ୍ରୁପର ସଦସ୍ୟମାନେ ଏଭଳି ମହାନ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଭିନ୍ନ ଦୁର୍ଗମ ଅଂଚଳରେ ରକ୍ତଦାନ ଶିବିର ଆୟୋଜନ କରି ଲୋକଙ୍କୁ ସଚେତନ କରାଇବା ସହ ଜିଲ୍ଲାରେ କାହାରିକୁ ରକ୍ତର ଅଭାବରୁ ମରିବାକୁ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଆମ ଓଡିଶା ଏଥିରେ ଏହି ଗ୍ରୁପ ସହଯୋଗ କରିଆସୁଛି। ସୂଚନା ଯୋଗ୍ୟ ଯେ ଯେତେବେଳେ ବି କୌଣସି ଅସହାୟ, ଗରିବ ଲୋକଙ୍କୁ ରକ୍ତ ଦରକାର ପଡେ ଏହି ଗ୍ରୁପ ପ୍ରଥମକରି ଆଗକୁ ଆସି ରକ୍ତଦାନ କରିଥାନ୍ତି। ପ୍ରତିଦିନ ମେଡିକାଲରେ ଲୋକଙ୍କୁ ସହଯୋଗ କରିବା ସହ ଗରିବ ଲୋକଙ୍କୁ ସହାୟତାର ହାତ ବଢାଇଥାନ୍ତି।

ଆଗାମୀ ଦିନରେ ମଧ୍ୟ ବିଭିନ୍ନ ସ୍ଥାନରେ ରକ୍ତଦାନ କାର୍ଯ୍ୟକ୍ରମ କରାଯିବ ବୋଲି କୁହାଯଇଛି। ଆଜି ଅନୁଷ୍ଠିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ମୋଟ ୨୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ରକ୍ତଦାନ କାର୍ଯ୍ୟକ୍ରମରେ ରକ୍ତଦାତାମାନେ ହେଲେ ତାପସ ବାଚାର, ସଂଜୟ ବରୋଇ, ନକୁଳ ବିଶ୍ବାସ, ତାପସ ରାୟ, ମହାନନ୍ଦ ବାଇନ, ଶଂକର ସରକାର, ଦିଲୀପ ମଣ୍ଡଳ, ଶଭମୟୀ ବାଇନ, ଅଶିମାନନ୍ଦ ଓଝା, ଅମ୍ବରେଶ ସରକାର, ସୁରୁ ହିଆଲ, ନିବରାମ ବିଶ୍ବାସ, ବସନ୍ତ କୁମାର ପଡିଆମି, ଜଗନ୍ନାଥ ବିଶ୍ବାସ, ପ୍ରତାପ ଦେ, ସୁଜିତ ଦାସ, ଉତ୍ତମ ପଡିଆମି, ହିମାଂଶୁ ଶେଖର ନନ୍ଦୀ, ଭୀମା ପଡିଆମି, ଲାକା ମାଡକାମୀ, ଜଗଂ ସୁନା, ବାବୁରାଓ ହନ୍ତାଳ, ପ୍ରହ୍ଲାଦ ମିର୍ଧା, ସପନ ମଣ୍ଡଳ ଏବଂ ତିରୁପତି ରାଓ ରହିଛନ୍ତି। ତେବେ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଜୟ ମାଲକାନଗିରି ଗ୍ରୁପର ରବୀ ରାଜେଶ, ବସନ୍ତ ନାୟକ, ଲକ୍ଷ୍ମୀକାନ୍ତ ପୂଜାରୀ, ସ୍ବାଧୀନ ପରଜା, ଜଗଦିଶ ନାୟକ, ସଂଦୀପ ମୁଦ୍ରା, ଉମା ମହେଶ୍ବର, ପି.ଦିବାକର ରାଓ, ପି.ସାଗର କୁମାର, ଅନୁପ ସୁନାନୀ, ସୁନିଲ ସେଠି ପ୍ରମୁଖ ରହିଥିଲେ। ରକ୍ତ ଭଣ୍ଡାରରର ଟେକନିସିଆନ ସୁଜର ରାୟଙ୍କ ନେତୃତ୍ବରେ ରକ୍ତ ସଂଗ୍ରହ କରାଯାଇଥିଲା।

ସମ୍ବନ୍ଧିତ ଖବର