ସ୍ଵର୍ଗତ ପ୍ରକାଶ ଚନ୍ଦ୍ର ଦକ୍ଷିଣରାୟଙ୍କ ସ୍ମୃତି ଉଦ୍ଦେଶ୍ୟରେ ରକ୍ତଦାନ ଶିବିର

ଖଇରା, – ସ୍ଵର୍ଗତ ପ୍ରକାଶ ଚନ୍ଦ୍ର ଦକ୍ଷିଣରାୟଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକ ଅବସରରେ ସମ୍ବାଦ ଆମ ଓଡ଼ିଶା ସହଯୋଗରେ ଚୂନନଟି ନୋଡାଲ ବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ସ୍ଵର୍ଗତ ଧର୍ମପତ୍ନୀ ସତ୍ୟଭାମା ପ୍ରଧାନଙ୍କ ତତ୍ୱାବଧାନ ରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ବାଲେଶ୍ବର ରକ୍ତଭଣ୍ଡାର ଅଧିକାରୀ ଡ଼ା ମହେଶ କୁମାର ବିଶ୍ବାଳ ଓ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ରତ୍ନମଣି ଦାସପଟ୍ଟନାୟକ ମିଳିତ ଭାବେ ଶିବିରକୁ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ସମ୍ବାଦିକ ଅନାମ ଚରଣ ପଣ୍ଡା,ବଳରାମ ପଣ୍ଡା,ଉତ୍କଳ ବନ୍ଧୁ ପଣ୍ଡା, କିଶୋର କୁମାର ବେହେରା, ହିମାଂଶୁ କୁମାର ଦାସ ଓ ବିସ୍ମୟ କୁମାର ବେହେରା ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ସ୍ଵର୍ଗତ ପ୍ରକାଶ ଚନ୍ଦ୍ର ଦକ୍ଷିଣରାୟଙ୍କ ସ୍ମୃତି ଚାରଣ କରିଥିଲେ। ସ୍ଵର୍ଗତ ଦକ୍ଷିଣରାୟ ସମ୍ବାଦର କାର୍ଯ୍ୟରତ ସମ୍ବାଦିକ ଥିଲେ। ଡାକ୍ତର ବିଶ୍ବାଳ ରକ୍ତଦାତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଟେକ୍ନିସିଆନ ବିଜୟ କୁମାର ପଟ୍ଟନାୟକ, ବିନୋଦ କୁମାର ଦାସ, ନରେନ୍ଦ୍ର ମଲ୍ଲିକ ରକ୍ତ ସଂଗ୍ରହ କରିଥିଲେ। ପ୍ରଭାସ ଦକ୍ଷିଣରାୟ, ପରେସ ଦକ୍ଷିଣରାୟ, ସନ୍ତୋଷ ଦକ୍ଷିଣରାୟ, ସୁମନ ଦକ୍ଷିଣରାୟ, ପ୍ରଜ୍ଞାସା ଦକ୍ଷିଣରାୟ, ଖଇରା ସମ୍ବାଦ ବ୍ଲକ ପ୍ରତିନିଧି ତଥା ଆମ ଓଡ଼ିଶା ବ୍ଲକ ସଂଯୋଜକ ଅବିନାଶ ପ୍ରଧାନ ଓ ଉତ୍ତର ଓଡିଶା ସଂସ୍କରଣର ଆମ ଓଡ଼ିଶା ସହଯୋଗୀ ଲକ୍ଷ୍ମୀଧର ବାରିକ ଶିବିରକୁ ପରିଚାଳନା କରିଥିଲେ।

ସରୋଜ କୁମାର ମହାନ୍ତି, ସୁମନ ଦକ୍ଷିଣରାୟ, ବିଶ୍ଵରଞ୍ଜନ ମହାପାତ୍ର, ପ୍ରୀତମ ଦକ୍ଷିଣରାୟ, ଗୋତମ ବେହେରା, ଦିପକ କୁମାର ସାହୁ, ପ୍ରତିକ ଦକ୍ଷିଣରାୟ, ଅଞ୍ଜନା ମହାରଣା, ମନୋଜ କୁମାର ରାଉତ, ଷ୍ଟାଲିନ ପାତ୍ର, ପ୍ରଶାନ୍ତ ନାୟକ, ସୁବାଷ ଚନ୍ଦ୍ର ବେହେରା ରକ୍ତଦାନ କରିଥିଲେ। ଶିବିରରୁ ୧୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।

ସମ୍ବନ୍ଧିତ ଖବର