ବାଲେଶ୍ଵର: ଦିବଂଗତ ରେଳ କର୍ମଚାରୀ ସୁକାନ୍ତ ମିସ୍ତ୍ରୀ, ପିକେନ୍ ମଣ୍ଡଳ, ନିଖିଲି ଚନ୍ଦ୍ର ସରକାର ଓ ବି. ୟଙ୍ଗେଶ୍ୱର ରାଓଙ୍କ ସ୍ମୃତି ଉଦ୍ଦେଶ୍ୟରେ ରୂପ୍ସା ଦକ୍ଷିଣ-ପୂର୍ବ ରେଳପଥ ତଥା ଏସ୍ଏସ୍ଇ ଓ ପି. ୱେ ଏବଂ ସମ୍ବାଦ-ଆମଓଡ଼ିଶା ମଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ରୂପ୍ସା ସେକ୍ସନର ସିନିୟର ଚିପ୍ ଇଞ୍ଜିନିୟର ଗୋପବନ୍ଧୁ ସେଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ ଏବଂ ରେଳ ବିଭାଗ ପ୍ରତି ଦିବଂଗତ କର୍ମଚାରୀଙ୍କ ଅବଦାନ ବିଷୟରେ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଭାବେ ଚିଫ୍ ଅଫିସ୍ ସୁପରିନ୍ଟେଣ୍ଡେଣ୍ଟ ରମାକାନ୍ତ ଦୀକ୍ଷିତ, ଜୁନିଅର ଇଂ. ବିଶ୍ୱନାଥ ହାଲଦାର, ଅଫିସ୍ ସୁପରିଟେଣ୍ଡେଣ୍ଟ ପ୍ରଦିତ କୁମାର ପୁଥାଳ, ବସ୍ତା ଏସ୍ଏସ୍ଇ ପି ୱେ’ର ରାଜେଶ କୁମାର, ଅବସରପ୍ରାପ୍ତ ଇଂ. ଅଭିମନ୍ୟୁ ସାହୁ ଓ ବାଲେଶ୍ବର ଓଡ଼ିଶା ରକ୍ତକେନ୍ଦ୍ରର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସ୍ବର୍ଗତ ସୁକାନ୍ତ ମିସ୍ତ୍ରୀଙ୍କ ମାଆ ଓ ଭଉଣୀ ମଧ୍ୟ ଉପସ୍ଥିତ ଥିଲେ।
ଶିବିରରୁ ୪୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଡାକ୍ତର ଉପାଧ୍ୟାୟ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ସୁଚିସ୍ମିତା ଦାସ, ଟେକ୍ନିସିଆନ୍ ଜଗନ୍ନାଥ ପଣ୍ଡା, ସତ୍ୟ ବାବୁ, ସହଯୋଗୀ ମନୋରଞ୍ଜନ ଦାଶ ଓ ବିଦ୍ୟାଧର ସାହୁ ରକ୍ତ ସଂଗ୍ରହ କରିଥିଲେ। ଏମ୍ଡି ନିରୁଦ୍ଦିନ, ଶୁଭଜିତ ସରକାର, ଗୌତମ ବିଶ୍ୱାସ, ସୁକାନ୍ତ ଖମାରୀ, ଦେବବ୍ରତ ମଣ୍ଡଳ, ପିଣ୍ଟୁ ମିର୍ଦ୍ଧା, ପ୍ରସନ୍ନଜିତ ବରମନ, ନିପୁଲ ବିଶ୍ୱାସ, ଲକ୍ଷ୍ମୀଧର ବାରିକ ଏବଂ ରୂପ୍ସା ରେଳ ବିଭାଗର ସମସ୍ତ କର୍ମଚାରୀ ଶିବିର ପରିଚାଳନା କରିଥିଲେ।