ବନ୍ଧୁଗାଁ: ଆଜି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ‘ସମ୍ବାଦ’ ଆମ ଓଡ଼ିଶା ଓ ସାଇ ସେବା ଟ୍ରଷ୍ଟ ତରଫରୁ ସାଇ ମନ୍ଦିର ସମ୍ମୁଖରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ମେଡିକାଲ ଅଫିସର ପ୍ରଭାତ କୁମାର ପାଣି ଏବଂ ସରପଲ୍ଲୀ ସାଇ ସେବା ଟ୍ରଷ୍ଟର ପି. ଆପାନ୍ନା ଉଦଘାଟନ କରିଥିଲେ। ସକାଳ ଦଶଟାରେ ବ୍ଲକର ବିଭିନ୍ନ ସ୍ଥାନରୁ ଯୁବକ, ମହିଳା ଆସି ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ। ବ୍ଲକରେ ଏପରି କାର୍ଯ୍ୟକୁ ସ୍ଥାନୀୟରେ ବେଶ ପ୍ରଶଂସା କରାଯାଇଛି। ଆୟୋଜିତ ଶିବିରରେ ବ୍ଲକ ‘ସମ୍ବାଦ’ ପ୍ରତିନିଧି ମାଲି କେଣ୍ଡୃକା ଏବଂ ଅନିଲ ସୁବୁଦ୍ଧି, ବନ୍ଧୁଗାଁ ବ୍ଲକ କଂ‌ଗ୍ରେସ ସଭାପତି ଡି.ଏଙ୍କାଟି, ସରପଲ୍ଲୀ ସାଇ ସେବା କମିଟିର, ଉପଦେଷ୍ଟା ବି. ଶ୍ରୀନିବାସ ପଟ୍ଟନାୟକ, ସମ୍ପାଦକ ଦଣ୍ଡାସି ଲାବଲା, କୋଷାଧ୍ୟକ୍ଷ ସୁରୀ କୃଷ୍ଣା ରାଓ, ଗ୍ୟାନରଞ୍ଜନ ମିଶ୍ର, ଜି. କିରଣ, ଟି. ସତ୍ୟନାରାୟଣ, ନରସିଂହ ମୂର୍ତ୍ତି, ବେଣୁଧର ଲାବଲା, କୋମା ସୁବାନ୍ନା, ଜଗଦିଶ୍ ସେନାପତ, ଭଗବାନ ପାତ୍ର, ଜି. ଅଶୋକ କୁମାର, ଏନୁଗୁଲା ରଞ୍ଜିତ  କୁମାର, ଚକ୍ରଧର ବିଶୋଇ, କାଡ୍ରାକା ଲାଛିକା, ମୀନା ବେଉରା, ସଂଜିବ କୁମାର ବାଙ୍ଗାରୀ, ପ୍ରକାଶ ପିଡିକା, ଉତ୍ତମ କୁମାର ନାୟକ ପ୍ରମୁଖ ସାମ୍ବାଦିକ ବନ୍ଧୁ ସହଯୋଗ କରିଥିଲେ। ମୁଖ୍ୟତଃ ଆଜିର ଶିବିରରେ ପ୍ରଥମଥର ମହିଳା ମାନେ ଆଗକୁ ଆସି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଏକ ବାର୍ତ୍ତା ଦେଇଛନ୍ତି। ଆଜି ସର୍ବମୋଟ ୩୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।

Advertisment

କୋରାପୁଟ ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ମଧୁସୁଦନ ବଳିଆର ସିଂହ, ଗୀତାଞ୍ଜଳି ସ୍ବାଇଁ, ଏଲ୍‌ଟି ରଞ୍ଜିତ ସାହୁ, ସୁମନ ସାହୁ, ମହେନ୍ଦ୍ର ନାୟକ, କୃତ୍ତିବାସ ସାହୁ, କିଶାନ ପ୍ରଭଞ୍ଜନ ଧଳ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ। ଆୟୋଜିତ ରକ୍ତଦାନ ଶିବିରରେ ପ୍ରଭାତ କୁମାର ପାଣୀ, ରଞ୍ଜିତ ଖୋସଲା, କପିଳାସ ସୁବୁଦ୍ଧି, ସୁରୀ କୃଷ୍ଣା ରାଓ, ସୁନୀଲ କୁମାର ଲାବଲା, ଗ୍ୟାନ ରଞ୍ଜନ ମିଶ୍ର, ଜି. କିରଣ, ଚକ୍ରଧର ବିଶୋଇ, ବେଣୁଧର ଲାବଲା, ସଂଯୁକ୍ତ ବିଶୋଇ, ରାମକୃଷ୍ଣ ବେହେରା, ନବୀନ ୱାଟେକା, ବି. ସାଇରାଜୁ, ଜି. ଜୋତି ପ୍ରକାଶ, କେ. ବାସୁ, ଏସ୍. ତରୁଣ କୁମାର, ଅଶ୍ବିନୀ ଚୁକା, ଏମଏଲ୍ ସକୁନ୍ତଳା, କାମେଶ୍ବର ସାହୁକାର, ଏ. ସାଇ କୁମାର, ଜି. ଭେଙ୍କେଟେସ, ଟି. ସତ୍ୟନାରାୟଣ, ଏ. ଲକ୍ଷ୍ମଣ, ଦିପକ ସିଂହ, ସୁମିତ କୁମାର ଚୈଧୁରୀ, ଯୁଧୀଷ୍ଠିର ସାହୁ, ଜାନକି ଚୌଧୁରୀ, ରଞ୍ଜିତା ଲାବଲା, କଳ୍ପନା ଲାବଲା, ଉଦିତ ନାରାୟଣ ରଚମାଲା, ଟାଙ୍କୁ ଚିତ୍ରୁ ପ୍ରମୁଖ ରକ୍ତଦାତା ରକ୍ତଦାନ କରିଥିଲେ।