ହଳଦିଆ ମହାବିଦ୍ୟାଳୟ ଓ ସମ୍ବାଦ ଆମ ଓଡ଼ିଶାର ରକ୍ତଦାନ ଶିବିରରେ ୩୦ ୟୁନିଟ ରକ୍ତସଂଗ୍ରହ

ଖୋର୍ଦ୍ଧା: ଆଜି ହଳଦିଆ ମହାବିଦ୍ୟାଳୟର ଯୁବ ରେଡ୍କ୍ରସ, ଜାତୀୟ ସେବା ଯୋଜନା ଓ ‘ସମ୍ବାଦ’ ଆମଓଡ଼ିଶା ପକ୍ଷରୁ ଏକ ରକ୍ତଦାନ ଶିବିର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ପୂର୍ବାହ୍ନରେ ଅନୁଷ୍ଠିତ ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଉମାକାନ୍ତ ପାତ୍ର ଉଦଘାଟନ କରିଥିଲେ। ସ୍ଥାନୀୟ ଏଚ୍‌ଡ଼ିଏଫ୍‌ସି ବ୍ୟାଙ୍କର ଅଧିକାରୀ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ରକ୍ତଦାତାଙ୍କୁ ପ୍ରୋତ୍ସାହିତ କରିଥିଲେ। ଅଧ୍ୟାପକ ପାର୍ଥସାରଥୀ ରଥ, ନିରଂଜନ ମହାପାତ୍ର, ପବିତ୍ର ମୋହନ ହୋତାଙ୍କ ସହ ଛାତ୍ରଛାତ୍ରୀ ଓ କର୍ମଚାରୀ ମଧୁସ୍ମିତା କର, ତପନ କୁମାର ଦାସ, ଶ୍ରଦ୍ଧାଂଜଳି ରାଉତ, ସୋନାଲି ରାଉତ, ଗୌରଙ୍ଗ ବେହେରା, ସୌମ୍ୟରଂଜନ ପ୍ରଧାନ, ଶୁଭ୍ରକାନ୍ତ ଲେଙ୍କା, ସ୍ମୃତିରାଣୀ ସାହୁ, ଯୋଗିନାଥ ବେହେରା, ଲକ୍ଷ୍ମୀପ୍ରିୟା ମହାନ୍ତି, ଅମ୍ବିକେଶ ଜେନା, ବିଶ୍ୱରଂଜନ ବଡ଼ଜେନା, ମନୋରଂଜନ ଜେନା, ସତ୍ୟପ୍ରସାଦ ବାରିକ, ଜ୍ଞାନ ରଂଜନ ସାହୁ, ବିଷ୍ଣୁ ପ୍ରସାଦ ସାହୁ, ଧର୍ମାନନ୍ଦ ବେହେରା, ଅଶୋକ ଲେଙ୍କା, ସୌମ୍ୟରଂଜନ ପ୍ରଧାନ, ଯଶସ୍ମିତା ଭଂଜ, ବିକାଶ କୁମାର ସାହୁ, ସୂର୍ଯ୍ୟନାରାୟଣ ମିଶ୍ର, ଅଜୟ କୁମାର ମହାରଣା, ସ୍ୱାଗତିକା ବେହେରା, ବିକଳ୍ପ ଚନ୍ଦ୍ର ଭଂଜଦେଓ, ଚନ୍ଦ୍ରଶେଖର ବେହେରା ପ୍ରମୁଖ ରକ୍ତଦାନ ଦେଇଥିଲେ।

ରକ୍ତନମୁନା ପରୀକ୍ଷଣ ଓ ସଂଗ୍ରହ କରିଥିଲେ, ରକ୍ତଭଣ୍ଡାରର ଡାକ୍ତର ସ୍ନୋହାଂଶୁ ଶତପଥୀ, ତାପସ କୁମାର ମହାନ୍ତ, ଦେବପ୍ରସାଦ ବାରିକ, ପ୍ରସନ୍ନ କୁମାର ସ୍ୱାଇଁ, ସରୋଜ କୁମାର ମହାନ୍ତି, ସଂଜୟ ପାତ୍ର। କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନାର ଅଧିକାରୀ ଅଜୟ କୁମାର ସାହୁ, ଯୁବ ରେଡକ୍ରସର କାଉନ୍ସିଲର ସନାତନ ସାହୁ, ଅର୍ଥନୀତି ବିଭାଗର ଅଧ୍ୟାପକ ସନ୍ତୋଷ କୁମାର ମହାନ୍ତି, ଅଧ୍ୟାପିକା ନିରୂପମା ରଥ, ରାଜନୀତି ବିଜ୍ଞାନର ଅଧ୍ୟାପିକା ସଂଘମିତ୍ରା ପଟ୍ଟନାୟକ, ଉଦ୍ଭିଦ ବିଜ୍ଞାନର ଅଧ୍ୟାପିକା ମମତାବାଳା ପାଣି, କ୍ରୀଡ଼ା ଶିକ୍ଷକ ଦୀନବନ୍ଧୁ ସାହୁ, ଅରୁଣାଭ ଭଂଜଦେଓ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର