ଖଣ୍ଡାୟତ, କ୍ଷତ୍ରିୟ ଓ ପାଇକ ସମାଜର ବାର୍ଷିକୀ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର; ୨୬ୟୁନିଟ ସଂଗ୍ରହ

ଜୟପୁର: ଖଣ୍ଡାୟତ, କ୍ଷତ୍ରିୟ ଓ ପାଇକ ସମାଜ ପକ୍ଷରୁ ବାର୍ଷିକ ଉତ୍ସବ ଅବସରରେ ‘ସମ୍ବାଦ’ଆ‌ମଓଡିଶା, ଏଚ୍ଡି‌ଏଫ୍ସି‌ ବ୍ୟାଙ୍କ ସହାୟତାରେ ବାମୁଣୀ ଗ୍ରାମ ଶୀତଳାମାଁ ମନ୍ଦିର ପାର୍ଶ୍ବ ଆମ୍ବ ବଗିଚା ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏଥିରେ ସଂଗଠନର ସଭାପତି ପ୍ରକାଶ ଚନ୍ଦ୍ର ମଲ୍ଲୀକ, ସଂପାଦକ ନାରାୟଣ ମଲ୍ଲୀକ ପ୍ରଥମେ ରକ୍ତଦାନ କରିବା ପରେ ଶିବିର ଆରମ୍ଭ ହୋଇଥିଲା। ବହୁ ରକ୍ତଦାତା ପ୍ରଥମ କରି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।

ବାର୍ଷିକ ଉତ୍ସବରେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିବାକୁ ଆସିଥିବା ବିଶିଷ୍ଟ ନୃତ୍ୟଗୁରୁ ପଂଚାନନ୍ (ମୁନ୍ନା) ମିଶ୍ର, ତାଙ୍କ ଝିଅ ପ୍ରାଚୀ ମିଶ୍ର, ପୁତରା ଶ୍ରୀଧର ପାଣିଗ୍ରାହୀ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ପ୍ରଥମ କରି ପ୍ରାଚୀ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବା ପରେ ସଂଗଠନର ମହିଳା ସଭ୍ୟା ମାନେ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ। ପ୍ରଥମ କରି ଅଭିନାଶ ଜେନା ଓ ତାଙ୍କ ଭାଇ ଅଭିଶେକ ଜେନା ବି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିବା ବେଳେ ସରକାରୀ ମହିଳା ମହାବିଦ୍ୟାଳୟର ଏନ୍ଏ‌ସ୍ଏ‌ସ୍ ସ୍ବେଚ୍ଛାସେବୀ ସଂଜନା ଜେନା ବି ରକ୍ତଦାନ କରି ଅନ୍ୟ ରକ୍ତଦାତାଙ୍କୁ ପ୍ରତ୍ସାହିତ କରିଥିଲେ।

Sambad

ସେଭଳି ତୁଫାନ କୁମାର ସାମଲ ତାଙ୍କ ବିବାହ ବାର୍ଷିକୀ ରହିଥିବାରୁ ସେ ବି ତାକୁ ସ୍ମୃତିରେ ରଖିବା ଉଦେଶ୍ୟରେ ରକ୍ତଦାନ କରିଥିଲେ ଶିବିରରେ ‘ଓ’ ଗୃପର ୬ଟି, ‘ଏ’ ପଜିଟିଭ୍ ଗୃପର ୭ଟି, ‘ବି’ ପଜିଟିଭ୍ ଗୃପର ୧୩ଟି ଓ ‘ଏ ବି’ ପଜିଟିଭ୍ ଗୃପର ୨ୟୁନିଟ ଏଭଳି ୨୬ ୟୁନିଟ ସଂଗ୍ରହ ହୋଇଥିଲା। ଏଥିରେ ୪ଜଣ ମହିଳା ରକ୍ତଦାନ କରିଥିଲେ। ଶିବିରରେ ସଂଗଠନର ସଭାପତି ପ୍ରକାଶ ମଲ୍ଲୀକ, ସଂପାଦକ ନାରାୟଣ ମଲ୍ଲକୀ, କୃଷ୍ଣଚନ୍ଦ୍ର ନାୟକ, ହରିହର ମଲ୍ଲୀକ, ଉଦୟନାଥ ଦଳାଇ, ଗୁପ୍ତ ନାୟକ ପ୍ରମୁଖ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଆମଓଡିଶା ଓ ‘ସମ୍ବାଦ’ର ମାନପତ୍ର, ରେଡକ୍ରସର ମାନପତ୍ର, ପରିଚୟ ପ୍ରତ୍ର ରକ୍ତଦାତାଙ୍କୁ ଦିଆଯାଇଥିଲା। ରକ୍ତଭଣ୍ଡାର ଅଧିକାରୀ ଡଃ. ସୂର୍ୟ୍ୟଶେଖର ମିଶ୍ର, ବରିଷ୍ଠ ଟେକ୍ନିସିଆନ୍ ଅଭୟ ପଣ୍ଡା, ମାମା ସୋନିୟା ପ୍ରଧାନ, ବୁଲୁ ଗୌଡ, ରଶ୍ମିରଂଜନ ପ୍ରଧାନ ରକ୍ତସଂଗ୍ରହ କରିଥିଲେ।

‘ସମ୍ବାଦ’ର ଜୟପୁର ନଗର ପ୍ରତିନିଧି ସୁରେଶ କୁମାର ନାଇଡୁ, ଆମଓଡିଶାର ତ୍ରିଶୁଳ ସାନ୍ତ୍ରା, ରକ୍ତଦାତା ପ୍ରବର୍ତ୍ତକ ଫୋରମର କାର୍ତ୍ତିକ ରାଉତ, ଏଚ୍ଏ‌ଡିଏଫ୍ସି‌ ବ୍ୟାଙ୍କର ଦେବରାଜ ତ୍ରିପାଠୀ ଓ ଭବାନୀ ରଥ ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ। ସଂଗଠନର କର୍ମକର୍ତ୍ତା ପ୍ରମୁଖ ସହଯୋଗ କରିଥିଲେ। ରକ୍ତଦାତା ଜୀବନଦାତା- ପ୍ରକାଶ ଚନ୍ଦ୍ର ମଲ୍ଲୀକ, ନାରାୟଣ ମଲ୍ଲୀକ, ଶଙ୍କର ମଲ୍ଲୀକ, କୃଷ୍ଣ ଚନ୍ଦ୍ର ପ୍ରଧାନୀ, ଚିତ୍ତରଂଜନ ମଲ୍ଲୀକ, ବୃନ୍ଦାବନ ଜେନା, ଜୟଦେବ ପ୍ରଧାନୀ, ଜୟ ମଲ୍ଲୀକ, ରାଧାକୃଷ୍ଣ ଦଳାଇ, ଅଶୋକ କୁମାର ପାତ୍ର, ମନୋଜ କୁମାର ମଲ୍ଲୀକ, ପଂଚାନନ ମିଶ୍ର, ପ୍ରାଚୀ ମିଶ୍ର, ମୁରଲୀଧର ପ୍ରଧାନୀ, ମହେଶ କୁମାର ମଲ୍ଲୀକ, ତୋଫାନ କୁମାର ସାମଲ, ଭକ୍ତରଂଜନ ପ୍ରଧାନୀ, ଶଶିଭୁଷଣ ମଲ୍ଲୀକ, ଅଭିନାଶ ଜେନା, ସଂଜନା ଜେନା, ଅବିନାଶ ପ୍ରଧାନୀ, ଅଭିଶେକ ଜେନା, ଶ୍ରୀଧର ପାଣିଗ୍ରାହୀ, ବନିତା ମଲ୍ଲୀକ, ଅଙ୍କିତା ପ୍ରଧାନ, ବେଣୁଧର ପାତ୍ର।

ସମ୍ବନ୍ଧିତ ଖବର