ସୁନ୍ଦରଗଡ଼ ଶିବିରରେ ୭୩ ୟୁନିଟ ରକ୍ତ ସଂଗ୍ରହ

ସୁନ୍ଦରଗଡ଼: ‘ଟୋପାଏ ରକତ ଅମୂଲ ମୂଲ, ଛିଣ୍ଡାଇ ଦିଏ ସେ ମୃତ୍ୟୁର ଜାଲ। ହସି ହସି ଦାନ କରିବା ଆସ ହେ ଆସ, ଶୁଖିଲା ମୁହଁରେ ଭରିବା ହସ। ଏହା ସିନା ଏକ ମହତପଣିଆ, ଆଉ ବାକି ସବୁ ଦୁଇଦିନିଆ’। ଏହି ମାନବୀୟ ଆବେଦନ ନେଇ ଗ୍ରୀଷ୍ମ ପ୍ରାରମ୍ଭରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଓଡ଼ିଶା ରକ୍ତଭଣ୍ଡାରରେ ରକ୍ତ ଅଭାବ ଦୂର କରିବାକୁ ମଙ୍ଗଳବାର ‘ସମର୍ପିତ ସେବା ସଂସ୍ଥାନ’ (ଟିମ ଶ୍ମଶାନବନ୍ଧୁ), ‘ସମ୍ବାଦ’- ‘ଆମ ଓଡ଼ିଶା’ ଏବଂ ଜିଲ୍ଲା କ୍ରୀଡ଼ା ସଂସଦର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। କ୍ରୀଡ଼ା ସଂସଦ କାର୍ଯ୍ୟାଳୟ ସ୍ଥିତ ଅଭ୍ୟର୍ଥନା କକ୍ଷରେ ଆୟୋଜିତ ଏହି ଶିବିରକୁ ମୁଖ୍ୟଅତିଥି ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡଃ. ସରୋଜ କୁମାର ମିଶ୍ର, ସମ୍ମାନିତ ଅତିଥି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶୁଭଶ୍ରୀ ପ୍ରଧାନ, ଜିଲ୍ଲା କଂଗ୍ରେସ ସଭାପତି ବେଣୁମାଧବ ତ୍ରିପାଠୀ, ଯୁବ ସମାଜସେବୀ ଡଃ. ହିମାଂଶୁ ଶେଖର ଷଡ଼ଙ୍ଗୀ ପ୍ରମୁଖ ଶୁଭାରମ୍ଭ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଶିବିରରେ ରାଉରକେଲା ନର୍ସିଂ ତାଲିମ କେନ୍ଦ୍ର ସୁନ୍ଦରଗଡ଼ର ଯୋଗଦାନ ପ୍ରେରଣାଦାୟକ ଥିଲା। କେନ୍ଦ୍ର ମୁଖ୍ୟ ଫକୀର କର୍ଣ୍ଣଙ୍କ ତତ୍ତ୍ବାବଧାନରେ ୩୫ ଜଣ ଛାତ୍ରଛାତ୍ରୀ ରକ୍ତଦାନ କରିଥିଲେ।

ବର୍ଷା ସତ୍ତ୍ବେ ରକ୍ତଦାତା ବେଶ ଉତ୍ସାହର ସହ ଭାଗ ନେଇଥିଲେ। ଶିବିରରେ ମୋଟ ୭୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ସମର୍ପିତ ସେବା ସଂସ୍ଥାନ (ଟିମ ଶ୍ମଶାନ ବନ୍ଧୁ) ତରଫରୁ ସିଦ୍ଧାନ୍ତ କୁମାର ପଣ୍ଡାଙ୍କ ସହିତ ଶିଶିର କୁମାର ବେହେରା, ଚିଣ୍ଟୁ ରକ୍ସା, ଦେବେନ୍ଦ୍ର ସାହୁ ପ୍ରମୁଖ ରକ୍ତଦାନ କରିବା ସହିତ ଶିବିରରେ ସହଯୋଗ କରିଥିଲେ। ସେହିପରି ଜିଲ୍ଲା କ୍ରାଡା ସଂସଦ ସାଧାରଣ ସଂପାଦକ ପ୍ରଭାତ ଭୋଳ, ବିଶ୍ବରଞ୍ଜନ ହୋତା, ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ଡମ୍ବରୁଧର ନାୟକ, ପଙ୍କଜ ଠାକୁର, ରାଜେନ୍ଦ୍ର ପଣ୍ଡା, ସମୀର ପଟ୍ଟନାୟକ, ଶ୍ୟାମନନ୍ଦନ ସହାୟ, ଅଜୟ ବହିଦାର, ସୂରଜ ଭଇଁସାଲ, ମୁନୁ, ଦିଲ୍ଲୀପ ପ୍ରମୁଖ ସହଯୋଗ କରିଥିଲେ। କନକଟିଭି ସାମ୍ବାଦିକ ଦେବାଶିଷ କବି, ସାମ୍ବାଦିକ ଦେବବ୍ରତ ଜେନା, ସୁଜିତ କୁମାର ସା, ରବି ତନ୍ତୀ, ଉପେନ୍ଦ୍ର ମହାରଣା, କିଶୋର ନାଏକ, ପୂର୍ବତନ ପ୍ରଧାନଶିକ୍ଷକ ସୁଧାଂଶୁ କୁମାର ଚୌଧୁରୀ ପ୍ରମୁଖ ପ୍ରମୁଖ ରକ୍ତଦାତା ଓ ଆୟୋଜକ ଟିମକୁ ଉତ୍ସାହିତ କରିଥିଲେ। ରକ୍ତଭଣ୍ଡାରର କର୍ମଚାରୀ ରତ୍ନପ୍ରଭା ନାୟକଙ୍କ ନେତୃତ୍ବରେ ଜ୍ୟୋତ୍ସ୍ନାରାଣୀ ଦିଉରିଆ, ଦୁଷ୍ମନ୍ତ ପଟେଲ, ସୂରଜ ସାହୁ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଖରାଦିନିଆ ରକ୍ତ ଅଭାବ ଦୂର କରିବାକୁ ‘ସମର୍ପିତ ସେବା ସଂସ୍ଥାନ’ (ଟିମ ଶ୍ମଶାନ ବନ୍ଧୁ) ଓ ‘ସମ୍ବାଦ’-ଆମ ଓଡ଼ିଶା’ ଆଗକୁ ମଧ୍ୟ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର