‘ସମ୍ବାଦ ଆମ‌ ଓଡ଼ିଶା’ ଏବଂ ‘ବିପଦର ବନ୍ଧୁ’ ମିଳିତ ଶିବିରରେ ୫୨ ୟୁନିଟ ରକ୍ତ ସଂଗୃହୀତ

ନିଜର ନହୋଇବି ରକ୍ତ ଦେଇ ଜୀବନ ବଞ୍ଚାଇଦିଏ ରକ୍ତଦାତା

ଭଞ୍ଜନଗର: ରକ୍ତ ସଂର୍ପକ ନଥାଇ ମଧ୍ୟ ନିଜର ଠୁ ବଳି ସ୍ବେଇଚ୍ଛାରେ ରକ୍ତ ଦେଇ ଅନ୍ୟ ଜୀବନ ବଞ୍ଚାଇପାରି‌ଥାଏ ଜଣେ ରକ୍ତଦାତା। ଆଉ ରକ୍ତ ସଂର୍ପକ ନଥାଇ ମଧ୍ୟ ରକ୍ତର ଡୋରି ବାନ୍ଧିପାରିଥାଏ। ଏଭଳି ବିପଦ ସମୟରେ ଅମୁଲ୍ୟ ରକ୍ତ ଦେଇ ପାଲଟି ଯାଏ ବିପଦର ବନ୍ଧୁ। ସମ୍ବାଦ ଆମ ଓଡ଼ିଶା, ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ବିପଦର ବନ୍ଧୁ’ ଏବଂ ଉତ୍କଳ ସାମାଦିକ ସଂଘର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ଏଭଳି ମତ ପ୍ରକାଶ ପାଇଛି। ନିୟନ୍ତ୍ରିତ ବଜାର କମିଟି ସଭାଗୃହରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ୩୮ ଜଣ ନୂତନ ରକ୍ତଦାତାଙ୍କ ସମେତ ମୋଟ ୫୨ ଜଣ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିବା ଜଣାପଡିଛି। ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଉଦ୍‌ଘାଟନ କରିଥିବା ବ‌େଳେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର,ପ୍ରାକ୍ତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ତ୍ରିପାଠି,କ୍ଷତ୍ରିୟବରପୁର କଲେଜ ଅଧ୍ୟକ୍ଷ ଗୋବିନ୍ଦ ରାଓ ଏବଂ ଶୂଳପାଣି ଶତପଥି ସମ୍ମାନିତ ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ଭଞ୍ଜନଗର ରକ୍ତ ଭଣ୍ଡାରରେ ଗତ କିଛି ଦିନ ହେଲା ରକ୍ତର ଅଭାବ ଦେଖା ଦେଇଛି। ଗତ ସପ୍ତାହରେ ରକ୍ତ ଭଣ୍ଡାର ସଂପୂର୍ଣ୍ଣ ଖାଲି ହୋଇଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଯୁଦ୍ଧକାଳୀନ ଭିତ୍ତି ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ବିପଦର ବନ୍ଧୁ ଅନୁଷ୍ଠାନର ଅରକ୍ଷୀତ ପରିଚ୍ଛା,ପ୍ରଦିପ ଜେନା,ରାଜେଶ ପରିଡା,ଚିନ୍ମୟ ପଲେଇ, ଶୁଭମ, ସୁକାନ୍ତ ଦିଗାଲ, ପ୍ରଣୟ ରଞ୍ଜନ ଦାସ, ସିପୁନ ପାତ୍ର, ସମ୍ବାଦ ପ୍ରତିନିଧି ବିଶ୍ବମ୍ବର ଜେନା, ୟୁଜେଏ ସମ୍ପାଦକ ରବିନ୍ଦ୍ର କୁମାର ଗୌଡ, ସହ ସମ୍ପାଦକ ନିଲୁ ବିଷୋୟୀ, ସଂଯୋଜକ ‌ନଚିକେତା ପ୍ରଧାନ ପ୍ରମୁଖ ଏହି ଶିବିରକୁ ପରିଚାଳନା କରିଥିଲେ।

ଏହି ଶିବିରରେ ୟୁଜେଏ ସଭାପତି ଜୟକୃଷ୍ଣ ପଟ୍ଟନାୟକଙ୍କ ସମେତ ୭ ଜଣ ସାମ୍ବାଦିକ ରକ୍ତଦାନ କରିଥିଲେ। ଶାନ୍ତନୁ ଭୂୟାଁ, ଅମିତାଭ ବିଷୋୟୀ, ମଙ୍ଗୁଳୁ ଗ‌ୌଡ, ରିତୁ ସେଠୀ, ରଞ୍ଜିତ କୁମାର ସେଠୀ, ଭାନୁପ୍ରିୟା ତ୍ରିପାଠି, ପ୍ରଶାନ୍ତ ମୂଳି, ମହନ୍ତ ପ୍ରଧାନ, ମିଟୁ ଗୌଡ, ଚିନ୍ମୟୀ ଦାସ, କେ ଜିତେନ୍ଦ୍ର ଦୋରା, କର୍ତ୍ତବ୍ୟ ବିଷୋୟୀ, ବିବେକାନନ୍ଦ ମହାପାତ୍ର, ନାରାୟଣ ନାୟକ, ନବଘନ ନାୟକ, ବିଷ୍ଣୁ ପ୍ରଧାନ, ବାବୁଲା ପ୍ରଧାନ, ରାଜେଶ ସ୍ବାଇଁ, ପି ଭରତ କୁମାର, ରାଜ ପ୍ରଧାନ, ଧୋବା ନାୟକ, ଚିଦାନନ୍ଦ ମହାପାତ୍ର, ଦୁଷ୍ମନ୍ତ ପ୍ରଧାନ, ଆଲୋକ ସାହୁ, ନୃସିଂହ ଷଢଙ୍ଗୀ, ଅଶୋକ ଜାନୀ, ହରିକୃଷ୍ଣ ସ୍ବାଇଁ, ଅଜୟ ନାୟକ, ଅବଦୁଲ ଅଜହର, ଉପେନ୍ଦ୍ର ପ୍ରଧାନ, ଚନ୍ଦନ ସ୍ବାଇଁ, ଜିତେନ୍ଦ୍ର ସାମନ୍ତରାୟ, ବବୁଲୁ ପ୍ରଧାନ, ଚନ୍ଦ୍ର ଶେଖର ସାହୁ, ସୋମନାଥ ସାହୁ, ଆକାଶ ନାୟକ, ଶବିର ସିଂ, ରବିନ୍ଦ୍ର ପ୍ରଧାନ, ପ୍ରେମଜିତ୍‌ ଦଳବେହେରା, ରାକେଶ କୁମାର ସାହୁ, ଜିତେନ୍ଦ୍ର ପ୍ରଧାନ, ଶିବରାମ ପ୍ରଧାନ, ବିଶ୍ବ ମୋହନ ଆଚାରୀ, ଅବଦୁଲ ରଜେଶ ସାମ୍ବାଦିକ ପ୍ରଦିପ କୁମାର ସ୍ବାଇଁ, ରାଜେଶ କୁମାର ପଣ୍ଡା, ଚିନ୍ମୟ କୁମାର ବେବର୍ତ୍ତା, ଅନୀଲ ସେଠୀ, ସୁଜିତ କୁମାର ବିଷୋୟୀ, ସୌମ୍ୟଜିତ ପ୍ରଧାନ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।

ସମ୍ବନ୍ଧିତ ଖବର