୨ ଜଣ ରୋଗୀଙ୍କୁ ରକ୍ତଦାନ କରି ଜୀବନ ବଂଚାଇଲେ ଜିଲ୍ଲା ଯୁବ ଓ ଛାତ୍ର ବିଜେଡି କର୍ମୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଯୁବ ବିଜେଡି ଓ ଛାତ୍ର ବିଜେଡି ତରଫରୁ ଦୁଇ ଜଣ ରୋଗୀଙ୍କୁ ରକ୍ତଦାନ କରି ଜୀବନ ବଂଚାଇଥିବା ନେଇ ଜଣାପଡିଛି। ପଡିଆ ବ୍ଲକର ପ୍ରତିଭା ରାୟ ନାମକ ମହିଳା ଗର୍ଭବତୀ ଥିବା ବେଳେ ରକ୍ତର ଅଭାବ ରହିଥିବା ଡାକ୍ତର କହିବା ପରେ ପରିବାର ଲୋକେ ରକ୍ତ ପାଇଁ ବିଭିନ୍ନ ଲୋକଙ୍କୁ ନେହାରୁ ହୋଇଥିଲେ।ତେବେ ବିଜେଡିର ଯୁବ ଓ ଛାତ୍ର ଦଳ ପକ୍ଷରୁ ବସନ୍ତ କୁମାର ହରିଜନଙ୍କୁ ରକ୍ତଦାନ ପାଇଁ ପ୍ରବର୍ତ୍ତା ଯାଇଥିଲା। ବସନ୍ତ ତୁରନ୍ତ ମାଲକାନଗିରି ରକ୍ତଭଣ୍ଡାରକୁ ଆସି ରକ୍ତ ଦାନ କରିଥିଲେ, ଯାହାଫଳରେ ପ୍ରତିଭାଙ୍କୁ ରକ୍ତ ପ୍ରଦାନ କରାଯାଇପାରିଥିଲା।

ସେହିପରି ଅନ୍ୟ ଏକ ଘଟଣାରେ ମାଲକାନଗିରି ନିକଟସ୍ଥ ସିଆଡିମାଳ ଗ୍ରାମର ପଦିଆ ମାଡକାମୀ ଆନିମିଆ ରୋଗରେ ପିଡୀତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ।ତାଂକୁ ମଧ୍ୟ ରକ୍ତ ଦରକାର ପଡୁଥବା ଡାକ୍ତର କହିବା ପରେ ତୁରନ୍ତ ରକ୍ତ ପାଇଁ ବିଭିନ୍ନ ସ୍ଥାନକୁ ପରିବାର ଲୋକେ ଯାଇଥିଲେ।

ତେବେ ଯୁବ ବିଜେଡି ଓ ଛାତ୍ର ବିଜେଡିର କର୍ମକର୍ତ୍ତା ଏହି ସଂପର୍କରେ ଜାଣିବା ପରେ ତୁରନ୍ତ ମାଲକାନଗିରି ବ୍ଲକ କଲୋନୀର ଶଂକର ପାଣିଗ୍ରାହୀଙ୍କୁ ରକ୍ତଦାନ ପାଇଁ ପ୍ରବର୍ତ୍ତାଇଥିଲେ।ଶଂକର ମଧ୍ୟ ରକ୍ତଦାନ ପାଇଁ ରାଜି ହୋଇ ରକ୍ତଦାନ କରିଥିଲେ।ବିଜେଡି ଜୀବନବିନ୍ଦୁ କାର୍ୟ୍ୟକ୍ରମରେ ରକ୍ତଦାନ କାର୍ୟ୍ୟକ୍ରମ ଅନୁଷ୍ଠିତ କରି ରକ୍ତ ସଂଗ୍ରହରେ ସହଯୋଗ କରିଆସୁଛି। ତେବେ ଜିଲ୍ଲା ବିଜେଡିର ଯୁବ ଓ ଛାତ୍ର ସଂଗଠନର ଏହି ମହାନ କାମ ପାଇଁ ସାଧାରଣରେ ପ୍ରଶଂସା କରାଯାଇଛି।ତେବେ ରକ୍ତ ସଂଗ୍ରହରେ ମାଲକାନଗିରି ପୌର ପରିଷଦର ଯୁବ ସଭାପତି ରାଜୀବ ଲୋଚନ ଶିଶା, ଛାତ୍ର ସଭାପତି ଏ.ରାଜୁ ରାଓ, ସଂଜୀବ କୁମାର ଓଝା, ସଂପାଦକ ସତ୍ୟଜିତ ଗୌଡ ଓ ପ୍ରକାଶ କୁମାର, ରାହୁଲ ରାଓ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର