ରାୟଗଡା: ରାୟଗଡାରେ ପହଞ୍ଚିଲେ ସାଇକେଲ ମ୍ୟାନ୍ ଅଫ୍ ଇଣ୍ଡିଆ ଭାବେ ପରିଚିତ ଜୟଦେବ ରାଉତ। ଶ୍ରୀ ରାଉତ ହେଉଛନ୍ତି ଜଣେ ସ୍ବେଚ୍ଛାସେବୀ ରକ୍ତଦାତା ସହ ସବୁ ଘରେ ରକ୍ତଦାତା ଅଭିଯାନକୁ ପ୍ରୋତ୍ସାହନ କରିବା ପାଇଁ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।ସେ ଗତ ୨୦୨୨ ଅକ୍ଟୋବର ୧ ତାରିଖରୁ ନିଜର ଯାତ୍ରା ଆରମ୍ଭ କରିଥିଲେ। ଭାରତସାରା ଯାତ୍ରା କରିବା ସହ ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ସମସ୍ତଙ୍କ ପ୍ରେରଣା ଦେବେ। ସେ ପଶ୍ଚିମବଙ୍ଗରୁ ଯାତ୍ରା ଆରମ୍ଭ କରି ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଜମୁକାଶ୍ମୀର, ଲଦାଖ, ପଞ୍ଜାବ, ରାଜସ୍ଥାନ, ବିହାର, ଛତିଶଗଡ, ଅରୁଣାଚଳ ପ୍ରଦେଶ, ହିମାଚଳ ପ୍ରଦେଶ, ହରିୟାଣା, ଦିଲ୍ଲୀ, ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, କେରଳ, ଗୋଆ, ପଣ୍ଡିଚେରୀ ହୋଇ ବର୍ତ୍ତମାନ ଓଡିଶାର ରାୟଗଡାରେ ପହଞ୍ଚିଛନ୍ତି। ରାୟଗଡାର ଏପିଜେ ଅବଦୁଲ କାଲାମ ଫାଉଣ୍ଡେସନ ଓ ରକ୍ତଦାନ ଗୋଷ୍ଠୀ ଶ୍ରୀ ରାଉତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ପରେ ରକ୍ତ ଭଣ୍ଡାରକୁ ଯାଇ ସେଠାରେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।ଆସନ୍ତାକାଲି ସେ ଜେମସ୍ ଇଷ୍ଟିଚୁଟକୁ ଯିବେ ଓ ପରେ ୨ ତାରିଖ ଦିନ ବିଷମକଟକରେ ହେଉଥିବା ଆମ ଓଡିଶା ତରଫରୁ ସ୍ବେଛାକୃତ ରକ୍ତଦାନ ଶିବିରରେ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବେ ବୋଲି ଜଣାପଡିଛି।
ସବୁ ଘରେ ରକ୍ତଦାତା ଅଭିଯାନ ନେଇ ସାଇକେଲରେ ସଚେତନତା
/sambad/media/post_attachments/wp-content/uploads/2023/07/Rgda-cycle-man-Sri-rout-blood-donate-msg-1.jpg)