ରକ୍ତର ଅଭାବ ଦୂର କରିବାକୁ ପ୍ରୟାସ; ୭୮ ୟୁନିଟ୍‌ ରକ୍ତଦାନ କଲେ ମାହେଶ୍ୱରୀ ସମାଜ ସଦସ୍ୟ

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲାରେ ଏବେ ରକ୍ତର ଘୋର ସଂକଟ ଦେଖାଦେଇଥିବା ବେଳେ ଏହି ଅଭାବକୁ ପୂରଣ କରିବା‌ ଲାଗି ଓଡ଼ିଶା ରକ୍ତ କେନ୍ଦ୍ର ବାଲେଶ୍ବର ଶାଖାର ଆହ୍ବାନରେ ଜିଲ୍ଲା ମାହେଶ୍ୱରୀ ସମାଜ ଏବଂ ମାହେଶ୍ୱରୀ ଯୁବ ସଂଗଠନ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ‘ସମ୍ବାଦ’-ଆମ ଓଡ଼ିଶା ସହଯୋଗରେ ଆଜି ମାହେଶ୍ୱରୀ ଭବନ ଠାରେ ଅନୁଷ୍ଠିତ ହୋଇଥିଲା। ପଙ୍କଜ କୁମାର ପେରିୱାଲ, କମଳ ରାଠୀ, ଗୋବିନ୍ଦ ରାଠୀ, ମନୋହର ପେରିୱାଲ ଓ ଚନ୍ଦ୍ର ପ୍ରକାଶ କାବେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରକୁ ବାଲେଶ୍ଵର ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ମହେଶ କୁମାର ବିଶ୍ବାଳ, ସୁଶୀଲ କର୍ଣ୍ଣାନି, ବିଷ୍ଣୁ ମାରୁ, ନବୀନ ଚଣ୍ଡକ, ନବରତ୍ନ ରାଠୀ, ଅରୁଣ ରାଠୀ, ସୌରଭ ରାଠୀ, ହରେନ୍ଦ୍ର ଭୁତ୍ର, ଦେବାଶିଷ ପାଣି, ଅଶୋକ କୁମାର ମିଶ୍ର, ଅଭୟ କୁମାର ପରିଡ଼ା ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ଡାକ୍ତର ବିଶ୍ୱାଳ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ନର୍ସିଂ ଅଫିସର ସ୍ୱାତୀ ସୁଚରିତା ରାଜ, ଟେକ୍ନିସିଆନ ବିଜୟ କୁମାର ପଟ୍ଟନାୟକ, ସବନମ୍‌ ଦାସ ଓ ସହଯୋଗୀ ବିନୋଦ ବିହାରୀ ଦାସ ରକ୍ତ ସଂଗ୍ରହ କରିଥିଲେ। ଶିବିରରୁ ୭୮ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। ଦିନେଶ କର୍ଣ୍ଣାନି, ରଶ୍ମି ପେରିୱାଲ, ମିଶା ପେରିୱାଲ, ଆଶିଷ ଭଟ୍ଟର, ଘନଶ୍ୟାମ କର୍ଣ୍ଣାନି, କାର୍ତ୍ତିକ ସାଡ଼ା, ସଞ୍ଜୟ ସମାନି, ମୋତିଲାଲ ଭୁତ୍ରା, ବିକାଶ ଭୁତ୍ରା ଓ ଆମ ଓଡ଼ିଶାର ସହଯୋଗୀ ଲକ୍ଷ୍ମୀଧର ବାରିକ ପ୍ରମୁଖ ଉପସ୍ଥିତ ରହି ଏହି ଶିବିରକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର