ଜୟପୁର : ଗତ ତିନି ମାସ ହେବ ଜୟପୁର ରକ୍ତଭଣ୍ଡାରରେ ରକ୍ତର ଅଭାବ ଲାଗି ରହିଛି। ରୋଗୀଙ୍କ ସଂପର୍କୀୟ ମାନେ ଅଦଳବଦଳ କରିଲେ ଯାଇ ରୋଗୀଙ୍କୁ ରକ୍ତଦିଆଯାଉଛି। ମହାମାରୀ ଭୟରେ ବି କେହି ରକ୍ତଦାନ କରିବାକୁ ଆଗେଇ ଆସୁନାହାନ୍ତି। ଏହାରି ମଧ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ବି ଅନୁଷ୍ଠିତ ହୋଇ ପାରିନି। ଅନ୍ୟ ପକ୍ଷରେ ରକ୍ତ ଅଭାବରେ ରୋଗୀଙ୍କ ସଂପର୍କୀୟ ମାନେ ଛଟପଟ ହେଉଛନ୍ତି। ଏହା ଜାଣିବା ପରେ ୨ଜଣ ଯୁବକ ସ୍ବେଚ୍ଛାକୃତ ଭାବେ ରକ୍ତଭଣ୍ଡାରକୁ ଯାଇ ରକ୍ତଦାନ କରି ନିଜର ମହାନତାର ପରିଚୟ ଦେଇଛନ୍ତି। ୨୧ବର୍ଷର କଲେଜ ଛାତ୍ର ରାଜସାର୍ଥକ ପଣ୍ଡା ନିଜର ବିବିଏ ପରୀକ୍ଷା ଚାଳିଥିବା ସମୟରେ ରକ୍ତଭଣ୍ଡାରର ରକ୍ତଅଭାବକୁ ଜାଣି ପାରି ସ୍ବେଚ୍ଛାକୃତ ଭାବେ ବି ପଜିଟିଭ୍ ବର୍ଗର ରକ୍ତଦାନ କରିଥିଲେ। ରାଜ ନିଜ ୧୮ତମ ଜନ୍ମଦିନରୁ ରକ୍ତଦାନ ଆରମ୍ଭ କରିଥିଲେ। ପ୍ରତି ତିନି ମାସରେ ଥରେ ସେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ସେଭଳି ବୈପାରୀଗୁଡାରେ ଶିକ୍ଷକ ଭାବେ କାର୍ୟ୍ୟ କରୁଥିବା ଲିଟୁ ପତି ରକ୍ତଭଣ୍ଡାରର ରକ୍ତ ଅଭାବ ସଂପର୍କରେ ଜାଣି ନିଜେ ଓ ପଜିଟିଭ୍ ବର୍ଗର ରକ୍ତ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି। ଉଭୟଙ୍କୁ ପଚାରିବାରେ ଉଭୟ କହିଲେ ସେମାନେ ଦେଇଥିବା ରକ୍ତ କାହାକୁ ଦେବେ ତାହା ଜାଣିବା ତାଙ୍କ ପାଇଁ ଆବଶ୍ୟକ ନୁହେଁ ଦୁଇଟି ଜୀବନ ବଂଚିବା ଦରକାର। ଉଭୟ ଯୁବକଙ୍କ ଏଭଳି ମହାନ କାମ ଅନ୍ୟ ଯୁବବର୍ଗଙ୍କ ପାଇଁ ମାର୍ଗ ଦର୍ଶନ ଦେବ।
ରକ୍ତଭଣ୍ଡାରରେ ରକ୍ତ ଅଭାବ, ପୂରଣ କରିବାକୁ ଆଗେଇ ଆସିଲେ ଦୁଇ ଯୁବକ
/sambad/media/post_attachments/wp-content/uploads/2021/05/jpr-litu-pati-1.jpg)