ଆଜି ପୁପଲ୍ ଫୋରମ୍ ପକ୍ଷରୁ ରକ୍ତଦାନ ଶିବିର

ଖୋର୍ଦ୍ଧା : ରବିବାର ଖୋର୍ଦ୍ଧାର ଜଣାଶୁଣା ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିପୁଲ୍ସ ଫୋରମ୍ ପକ୍ଷରୁ ଏହାର ୩୦ତମ ପ୍ରତିଷ୍ଠା ଦିବସରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ ।
ଏନେଇ ସୂଚନା ଦେଇ ସଂଗଠନର କର୍ମକର୍ତା ସଂଜୟ ପଟ୍ଟନାୟକ କହିଛନ୍ତି ଯେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରକ୍ତଦାନ ଭଳି ଏକ ମହତ କାର୍ଯ୍ୟ କରାଯାଇ ସଂଗଠନର ପ୍ରତିଷ୍ଠା ଦିବସ ପାଳିତ ହେବ । ରକ୍ତଦାନ ଶିବିର ସ୍ଥାନୀୟ ଅଂଜୁଶ୍ରୀ କଲ୍ୟାଣମଣ୍ଡପରେ ସକାଳ ୯ଟାରୁ ଆରମ୍ଭ ହେବ । ଇଚ୍ଛୁକ ସ୍ୱେଚ୍ଛାସେବୀ ଓ ରକ୍ତଦାତାମାନେ ଏହି ସମୟରେ ଉପସ୍ଥିତ ରହି ରକ୍ତଦାନ କରିପାରିବେ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର