ଭୁବନେଶ୍ବର: ବେଦାନ୍ତ ଆଲୁମିନିୟମ ଓଡ଼ିଶାର ରାୟଗଡ଼ା ଜିଲ୍ଳାର ସିଜିମାଲି ଅଞ୍ଚଳରେ ଏକ ରକ୍ତଦାନ ଶିବିର ଆୟୋଜନ କରି ରାଜ୍ୟର ଦୁର୍ଗମ ଅଞ୍ଚଳରେ ବ୍ଲଡ ବ୍ୟାଙ୍କରେ ରକ୍ତ ଉପଲବ୍ଧତା ସହିତ ସ୍ଥାନୀୟ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ କରିଛି । ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଏହାର ଆୟୋଜନ କରାଯାଇଥିଲା ।
ଏହି ଶିବିରଟି ଥୁଆମୂଳ ରାମପୁରର ମେଡିକାଲ ଅଫିସରଙ୍କ ସହିତ ଥୁଆମୂଳ ରାମପୁରର ବିଡିଓ ଧୂରୁଭ ଚରଣ ମୁଣ୍ଡୁଳିଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ଏଥିରେ ଭାରତୀୟ ରେଳବାଇ, ଓଡ଼ିଶା ଅଗ୍ନିଶମ ବିଭାଗର ପ୍ରତିନିଧି, ବେଦାନ୍ତ ଆଲୁମିନିୟମର କର୍ମଚାରୀ, ସ୍ଥାନୀୟ ସ୍ୱେଛାସେବୀ ଓ ଗୋଷ୍ଠୀ ମାନେ ଉତ୍ସାହର ସହ ଯୋଗ ଦେଇଥିଲେ । ଏହି ଶିବିରରେ ୩୦ ୟୁନିଟରୁ ଅଧିକ ରକ୍ତ ସଂଗ୍ରହ କରାଯାଇଥିଲା ଓ ତାହାକୁ ଭବାନୀପାଟଣା ବ୍ଲଡ ବ୍ୟାଙ୍କକୁ ଦାନ କରାଯାଇଥିଲା ।
ଦୁର୍ଗମ ଅଞ୍ଚଳରେ ଥିବା ବ୍ଲଡ ବ୍ୟାଙ୍କ ଗୁଡ଼ିକରେ ଜରୁରୀ ପରିସ୍ଥିତି ଲାଗି ପର୍ଯ୍ୟାପ୍ତ ପରିମାଣର ରକ୍ତ ଯୋଗାଣକୁ ଗୁରୁତ୍ୱ ଦେବା ଲାଗି ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି । ବେଦାନ୍ତ ଆଲୁମିନିୟମ ଏହି ଅଭିଯାନ ଜରିଆରେ ସ୍ୱାସ୍ଥ୍ୟସେବାକୁ ଯଥେଷ୍ଟ ବୃଦ୍ଧି କରୁଛି ଓ ସ୍ଥାନୀୟ ପ୍ରଶାସନକୁ ସମର୍ଥନ ଜାରି ରଖିଛି ।