ଗୁଣପୁର: ଆଜି ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ଏକ ସ୍ବେଚ୍ଛାକୃତ ଆନ୍ତ ମହାବିଦ୍ୟାଳୟ ମେଗା ରକ୍ତଦାନ ଶିବିର ଵିଶ୍ଵବିଦ୍ୟାଳୟ ପରିସର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୭୧୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରରେ ଭାମିନି ସ୍ଥିତ ଦ୍ବିତୀୟ ଆଇଆରବିଏନ ଦୁର୍ଗପତି ଦିଲ୍ଲୀପ କୁମାର ମହାପାତ୍ର ଯୋଗ ଦେଇ ଶିବିରର ଶୁଭ ଉଦଘାଟନ କରି ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଏହିଭଳି ମାନବ ସେବା କାର୍ଯ୍ୟକୁ ଭୁୟସା ପ୍ରଶଂସା କରିଥିଲେ। ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ଼ଃ ଏନ. ଭି. ଜଗନ୍ନାଧା ରାଓ ସର୍ବପ୍ରଥମେ ରକ୍ତଦାନ କରିଥିଲେ।
ବିଶ୍ୱବିଦ୍ୟାଳୟର ମହା ନିର୍ଦେଶକ ଡ଼ଃ. ଜଗଦୀଶ ପଣ୍ଡା, ସ୍କୁଲ ଅଫ ଇଞ୍ଜିନିୟରିଙ୍ଗ ଆଣ୍ଡ ଟେକ୍ନୋଲୋଜି ଡିନଏବି ଶ୍ରୀନିବାସ ରାଓ, ସ୍କୁଲ ଅଫ ମ୍ୟାନେଜମେଣ୍ଟର ଡ଼ିନ ଜଗଦୀଶ ଏମ, ଡେପୁଟି ରେଜିଷ୍ଟ୍ରାର ଶିବ ପ୍ରସାଦ ତ୍ରିପାଠୀ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରକୁ ଜାତୀୟ ସେବା ଯୋଜନାର ଆବାହକ ଡ଼ଃ. ପ୍ରେମାନଶୁ ଶେଖର ରଥ, କାର୍ୟ୍ୟକ୍ରମ ଅଧିକାରୀ ରଶ୍ମି ପ୍ରଭା ମହାରଣା, ଅଧ୍ୟାପକ ଭି ଗଣେଶ, ଗୋପାଳ କୃଷ୍ଣ ମହାନ୍ତି, କ୍ରୀଡା ଅଧିକାରୀ ରବିନ୍ଦ୍ର କୁମାର ପଣ୍ଡା, ଜ୍ୟୋତିର୍ମୟ ମିଶ୍ର, କାଳୀ ପ୍ରସାଦ ରଥ, କୃଷ୍ଣ ପ୍ରସାଦ ଦାସ, ଜସିଲ ପଟ୍ଟନାୟକ, ପିଣ୍ଟୁ ବେବର୍ତା ପ୍ରମୁଖ ଶିବରକୁ ପରିଚାଳନା କରିଥିଲେ।
ଵ୍ରହ୍ମପୁର ରକ୍ତ ଭଣ୍ଡାରର ଟେକ୍ନିସିୟାନ ଗୋପାଳ କୃଷ୍ଣ ପଣ୍ଡା, ପ୍ରଦୀପ କୁମାର ପଣ୍ଡା ଓ ଚିନ୍ମୟ ବେହେରା ୩୦୧ ୟୁନିଟ, ଗୁଣୁପୁର ରକ୍ତ ଭଣ୍ଡାରର ଟେକ୍ନିସିୟାନ ସୁରୁଚି ପାତ୍ର, ରାକେଶ କୁମାର ପଣ୍ଡା, ଗୌରୀ ଶଙ୍କର ବ୍ରହ୍ମା, ରାଧାକାନ୍ତ ମହାନ୍ତି ୧୦୦ ୟୁନିଟ, ରାୟଗଡା ରକ୍ତ ଭଣ୍ଡାରର ଡାକ୍ତର ଗୌତମ ପଟ୍ଟନାୟକ, ଟେକ୍ନିସିୟାନ ଆଚାର୍ଯ୍ୟ, ବି. କିଶୋର କୁମାର, ଉମାକାନ୍ତ ମିଶ୍ର ୧୮୦ୟୁନିଟ ଏବଂ ପାରଳାଖେମୁଣ୍ଡି ରକ୍ତଭଣ୍ଡାରର ଡାକ୍ତର ଏନ. ରବି ବାବୁ, ଟେକ୍ନିସିୟାନ ଖଗେଶ୍ୱର ବେହେରା, ଏ କୁସୁମ ୧୩୦ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିରରେ ଜିଆଇସି ଏମ.ଏସ ଏବଂ ଜିଆଇଏସଟି ମହାବିଦ୍ୟାଳୟ, ବି. ଆଇଟିଏସ ଡିପ୍ଲୋମା ମହାବିଦ୍ୟାଳୟ ଏବଂ ଥାୟରମା ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଯୋଗ ଦେଇ ଉତ୍ସାହର ସହ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଏହାସହ ଚିତ୍ରାଙ୍କନ ଓ ଝୋଟି ପ୍ରତିଯୋଗୀତାରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର ଓ ସିଲ ପ୍ରଦାନ କରାଯାଇଥିଲା।