ସମ୍ବାଦ ଆମ ଓଡ଼ିଶା ଓ ସାହିତ୍ୟଘରର ରକ୍ତଦାନ ଶିବିରରେ ୧୧ ୟୁନିଟ ରକ୍ତ ସଂଗ୍ରହ

ଖୋର୍ଦ୍ଧା: ଆଜି ଯୁବ ସ୍ୱାଭିମାନ ଦିବସ ଉପଲକ୍ଷେ ଖୋର୍ଦ୍ଧା ‘ସମ୍ବାଦ’ ସାହିତ୍ୟଘର ଓ ଆମ ଓଡ଼ିଶା ପକ୍ଷରୁ ଅନୁଷ୍ଠିତ ରକ୍ତଦାନ ଶିବିରରେ ୧୧ ୟୁନିଟ ରକ୍ତଦାନ ସଂଗ୍ରହ ହୋଇଛି। ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ସକାଳ ସାଢ଼େ ୧୦ଟାକୁ ଆରମ୍ଭ ହୋଇଥିଲା। ସମାଜସେବୀ ସଞ୍ଜୟ ପଟ୍ଟନାୟକ, ଖବରକାଗଜ ବିକ୍ରେତା ସଂଘର ସଭାପତି ଜିତେନ୍ଦ୍ର ବେହେରା, ବରିଷ୍ଠ ଆଇନଜୀବୀ ବିକ୍ରମ ଚମ୍ପତ୍ତିଙ୍କ ସହ ଯୁବ ରକ୍ତଦାତା ଆଶୁତୋଷ ସିଂହ, ଅରିହନ୍ତ ଜୈନ, ସୋମନାଥ ସ୍ୱାଇଁ, ସୁଦାମ ବେହେରା, ଅବିନାଶ ବେହେରା, ଆନନ୍ଦ ସାମନ୍ତରାୟ, ସଂଧ୍ୟା ସେନାପତି, ଆଲୋକ ଶ୍ରୀଚନ୍ଦନ ପ୍ରମୁଖ ରକ୍ତଦାନ କରିଥିଲେ। କାର୍ଯ୍ୟକ୍ରମକୁ ‘ସମ୍ବାଦ’ ଆମ ଓଡ଼ିଶାର ଭୁବନେଶ୍ୱର ସଂଯୋଜକ ସଂଗ୍ରାମ କେଶରୀ ସାମନ୍ତରାୟ, ଖୋର୍ଦ୍ଧା ‘ସମ୍ବାଦ’ ସାହିତ୍ୟଘରର କୋଷାଧ୍ୟକ୍ଷା ଇତିଶ୍ରୀ ସାହୁ, ସଦସ୍ୟ ଜ୍ୟୋତିରଞ୍ଜନ ସାହୁ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

ଖୋର୍ଦ୍ଧା ରକ୍ତଭଣ୍ଡାରର ପରିଚାଳିକା ଡା ନିରୂପମା ସାହୁଙ୍କ ନେତୃତ୍ୱରେ ଟେକ୍ନିସିୟନ ଅରୁଣ କୁମାର ସାହୁ, କୁନିଲତା ସାହୁ, ଅମିତା ନାୟକ ପ୍ରମୁଖ ରକ୍ତ ନମୁନା ପରୀକ୍ଷଣ ଓ ସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ‘ସମ୍ବାଦ’ ସାହିତ୍ୟଘର ସଭାପତି ସତ୍ୟବାଦୀ ବଳିଆରସିଂହ, ସମ୍ପାଦକ ଗୋବିନ୍ଦଚନ୍ଦ୍ର ମହାରଣା, ଉପସଭାପତି ଡଃ. ପ୍ରଫୁଲ୍ଲ ସାମନ୍ତରାୟ, କୃଷ୍ଣଚନ୍ଦ୍ର ହରିଚନ୍ଦନ, ଭୀମସେନ ପ୍ରଧାନ, ତୃପ୍ତିମୟୀ ନନ୍ଦ, ଡଃ. ବୃନ୍ଦାବନ ପଣ୍ଡା, ଆଇନଜୀବୀ ଶିଶିର ପରିଡ଼ା, ସମାଜସେବୀ ଦେବାଶିଷ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧିତ ଖବର