ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକର ଗୋରୁମହିଷାଣୀ ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ର ଠାରେ ଆମ ଓଡିଶା ପକ୍ଷରୁ ଏକ ସେଚ୍ଚାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ଲକ୍ଷ୍ମଣ ଟୁଡୁ ଶିବିରକୁ ଉଦଘାଟନ କରିଥିଲେ। ରାଇରଙ୍ଗପୁର ‘ସମ୍ବାଦ’ ପ୍ରତିନିଧି ତଥା ଆମ ଓଡିଶା ସଂଯୋଜକ ତୁଷାରକାନ୍ତ ମହାନ୍ତି ଓ ଗୋରୁମହିଷାଣୀ ପ୍ରତିନିଧି ରାମକୃଷ୍ଣ ଦେ ଉକ୍ତ ଶିବିରକୁ ପରିଚାଳନା କରିଥିଲେ। ଏଥିରେ ମୋଟ ୩୦ ଜଣ ରକ୍ତଦାତା ସେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଶିବିରକୁ ସମାଜସେବୀ ଲକ୍ଷ୍ମଣ ଟୁଡୁ, ଲଖି ଟୁଡୁ, ବିକାଶ ଗୁପ୍ତା, ରଘୁ ପାତ୍ର, ନିୟୁଷ୍ଟାର କ୍ଲବର ସଦସ୍ୟ ମାନେ ପରିଚାଳନା କରିଥିଲେ। ସେଚ୍ଛାକୃତ ରକ୍ତଦାତା ମାନେ ହେଲେ ଅନୁପ କୁମାର ଗୁପ୍ତା, ଲଖିଆ ଟୁଡୁ, ବିକାଶ ଗୁପ୍ତା, ହିମାଂଶୁ କୁମାର ପାତ୍ର, ରାମକୃଷ୍ଣ ଦେ, ରାଜେଶ ମୁଣ୍ଡା, କ୍ରୀଷ୍ଣା ବାଗୁତି, ଜ୍ଞାନରଞ୍ଜନ ନାଏକ, ଜଗଦିଶ ଚନ୍ଦ୍ର ନାଏକ, ବିକାଶ ଚନ୍ଦ୍ର ଗିରି, ଘାସିରାମ ଲହାର, ଶିବ ସର୍ଦ୍ଧାର, ସବାନ୍ ହେମ୍ବ୍ରମ୍, ସମନାଥ ମହାନ୍ତି, ଲକ୍ଷ୍ମଣ ହାଁସଦାଃ, ଯଦୁ ଟୁଡୁ, ସୟ ନାଏକ, ରାମୁ ମହାନ୍ତ, ମଣ୍ଟୁ ନାଏକ, ଜିତେନ୍ଦ୍ର ଲୋହାର, ଜିତେନ୍ଦ୍ର ହେମ୍ବ୍ରମ, ରଘୁ ପାତ୍ର, ଟୁଲୁ ମହାନ୍ତ, ପଙ୍କଜ ସେଠୀ, ବାସୁଦବେ ବେହେରା, ହିରନ୍ ନାଏକ, ହରିଶ ନାଏକ, ଦେବାଶିଷ ବାରିକ, କମଲ ପାତ୍ର, ରଇବୁ ଗିରି ପ୍ରମୁଖ ରକ୍ତଦାନ କରିଥିଲେ।

Advertisment

publive-image Sambad

ଏଥିରେ ନିୟୁଷ୍ଟାର କ୍ଲବ ଓ ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରର କର୍ମଚାରୀ ମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ। ରାଇରଙ୍ଗପୁର ରକ୍ତ ଭଣ୍ଡାର ଅଧିକାରିଣୀ ଡଃ. ସ୍ମିତାଶ୍ରୀ ବିରୁଆ, ଏଲଟିଦେବବ୍ରତ ଗିରି, ଚିରଞ୍ଜିବି ମହାନ୍ତି, ମାନସ ରଞ୍ଜନ ଗିରି, ହେମେନ୍ଦ୍ର ମହାନ୍ତ ପ୍ରମୁଖ ସଗ୍ରହ କରିଥିଲେ। ଉକ୍ତ ଶିବିରକୁ ଡାକ୍ତଖାନାର ହିମାଂଶୁ ଶେଖର ପାତ୍ର, ଭଜୁ ହେମ୍ବ୍ରମ, ନନ୍ଦିଘୋଷ କାଳନ୍ଦୀ, ଅଲେଖ କାଳନ୍ଦୀ, ରୀନା ମୁଣ୍ଡାରୀ, ନିୟୁଷ୍ଟାର କ୍ଲବର ସଦସ୍ୟ କ୍ରୀଷ୍ଣା ବାଗୁତି, ରାମୁ ମହାନ୍ତି, ସଞ୍ଜୟ ନାଏକଙ୍କ ସମେତ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସଂଯୋଜକ ତୁଷାରକାନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।