ରାୟଗଡା: ‘ସମ୍ବାଦ’ର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଜନ୍ମ ଦିନ ଅବସରରେ ରାୟଗଡା ସ୍ଥିତ ସେଞ୍ଚୁରିଆନ ବିଶ୍ବ ବିଦ୍ୟାଳୟ ପରିସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜିର ଦିନକୁ ଯୁବ ସ୍ବାଭିମାନ ଦିବସ ରୂପେ ମଧ୍ୟ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ସେଞ୍ଚୁରିଆନ ବିଶ୍ବ ବିଦ୍ୟାଳୟର ନିର୍ଦେଶକ ରାଜେଶ ପାଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଅତିଥି ଭାବେ ଫାର୍ମାସି ମହାବିଦ୍ୟାଳୟର ଅଧ୍ୟକ୍ଷ ଚନ୍ଦ୍ର ଶେଖର ପାତ୍ର, ଏଓ କୃଷ୍ଣ ଚନ୍ଦ୍ର ମହାପାତ୍ର, ଲାଡି ଆତକି କୂର୍ମୀ, ରାଧାକୃଷ୍ଣ ମହାପାତ୍ର, ‘ସମ୍ବାଦ’ର ଜିଲ୍ଲା ପ୍ରତିନିଧି ପ୍ରମେନ୍ଦ୍ର ପରିଛା, ତୁଷାରଞ୍ଜନ ସାହୁ, ବବିତା ଅଧିକାରୀ, ଅବିନାଶ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଶ୍ରୀ ପାଢୀ ବିଶ୍ବବିଦ୍ୟାଳୟ ଏବଂ ଫାର୍ମାସି କଲେଜର ଛାତ୍ର ମାନଙ୍କୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିଥିଲେ। ରକ୍ତଦାନ ଏକ ମହତ ଦାନ ବୋଲି କହିବା ସହ ନିଜେ ମଧ୍ୟ ପ୍ରତିବର୍ଷ ରକ୍ତଦାନ କରୁଥିବା କହିଥିଲେ। ରକ୍ତର କୌଣସି ବିକଳ୍ପ ନାହିଁ ବୋଲି କହିଥିଲେ।

Advertisment

publive-image Sambad

ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ମୋଟ ୨୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। କାର୍ଯ୍ୟକ୍ରମରେ ରକ୍ତଦାତା ମାନେ ହେଲେ ଜି. ଚେତେଶ୍ବର ରାଓ, କେ. ଗଣେଶ ରେଡ୍ଡୀ, ଅଜିତ କୁମାର ପଣ୍ଡା, ଦୁର୍ଗାମାଧବ ପାଢୀ, ଶୁଭ୍ରାଂଶୁ ବାରିକ, ରାହୁଲ କୁମାର ବାରିକ, ଦେବାଶିଷ ପାଢୀ, ପ୍ରଦୀପ ଦାସ, କେ.ଭାମସୀ, ଚନ୍ଦନ ସାଠୁଆ, ରୋହିତ ଶତପଥୀ, ସମୀର ନିଲାମପୁରୀ, ଦେବାଶିଷ ପାଢୀ, ସୁମିତ କୁମାର ରାଣା, ସୁଶାନ୍ତ କୁମାର ପାତ୍ର, ବିଜୟ ସାହୁ, ଜି.ସତୀଶ କୁମାର, ବିକାଶ ଦୋରା, ରାହୁଲ ବୁଢୀ, ହେମନ୍ତ କୁମାର ସୁରଡଗଡ, ହେମନ୍ତ କୁମାର ବାଗ, ଡମ୍ବରୁ ପାଲକା, ରୋହିତ ଦାସ ପିରବାକା, ତରୁଣ ମିଶ୍ର, ରାଜେଶ କୁମାର ସାହୁ। ରକ୍ତ ସଂଗ୍ରହରେ ଡ.ଏମ.ଏ.ମଜ୍ଜିଦ, ବି.କ୍ରଷ୍ଣା କୁମାର, ଉମାକାନ୍ତ ମିଶ୍ର, ହେମନ୍ତ ନାଗ, ଶଂକର ତାଣ୍ଡାଗି, ଶିବାଜିତ ବିଷୋୟୀ ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ‘ସମ୍ବାଦ’ର ଜିଲ୍ଲା ପ୍ରତିନିଧି ପ୍ରମେନ୍ଦ୍ର ପରିଛା ପରିଚାଳନା କରିଥିଲେ।