ବଜରଙ୍ଗ ଦଳ ଓ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ଜଗତସିଂହପୁର ଟାଉନ୍: ହୃତାତ୍ମା ଦିବସ ଉପଲକ୍ଷେ ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ ଏବଂ ‘ସମ୍ବାଦ’ ଆମ ଓଡ଼ିଶାର ମିଳିତ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ୮୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ସ୍ୱେଚ୍ଛାସେବୀ ମାନେ ଏକାଠି ହୋଇ ରକ୍ତଦାନ କରିଥିଲେ। ଅଯୋଧ୍ୟାରେ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ନିମନ୍ତେ କରସେବାରେ ପ୍ରାଣ ହରାଇଥିବା କାର୍ଯ୍ୟକର୍ତ୍ତା ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦେଶ୍ୟରେ ପ୍ରତିବର୍ଷ ବଜରଙ୍ଗ ଦଳ ପକ୍ଷରୁ ସାରା ଭାରତ ବର୍ଷରେ ଏହି ହୃତାତ୍ମା ଦିବସ ପାଳନ କରାଯାଉଛି। ତେବେ ଜଗତସିଂହପୁର ବଜରଙ୍ଗ ଦଳ ପକ୍ଷରୁ ଆଜି ଦୁଇଟି ମହତ କାମକୁ ହାତକୁ ନିଆଯାଇଛି। ପ୍ରଥମତଃ ବଜରଙ୍ଗ ଦଳ ସ୍ୱାସ୍ଥ୍ୟମିତ୍ର ଭାବରେ ଆଜି ଏକ ନୂତନ ସେବା ଅଭିଯାନ ଆରମ୍ଭ କରାଯାଇଛି। ଏଥିରେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ରକ୍ତ ଆବଶ୍ୟକତା ପୂରଣ କରିବା ସହିତ ଚିକିତ୍ସାଳୟରେ ନିସ୍ୱାର୍ଥପର ଭାବେ ରୋଗୀଙ୍କୁ ସେବା ଯୋଗାଇ ଦେବାକୁ ଶପଥ ନେଇଛନ୍ତି। ଏଥିସହ ଆଜି ଏକ ବୃହତ ରକ୍ତଦାନ ଶିବିରକୁ ଆୟାଜନ କରାଯାଇଥିଲା। ଏଥିରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ. ବିଜୟା ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦର ସଭାପତି ଗୌରାଙ୍ଗ ଚରଣ ହୋତା, ଉପାଧ୍ୟକ୍ଷ ପଣ୍ଡିତ ପ୍ରଫୁଲ୍ଲ କୁମାର ସାହୁ, ସମ୍ପାଦକ ମାନସ ସ୍ୱାଇଁ, ବିଶ୍ୱ ହିନ୍ଦୁ ପରିଷଦ ବିଭାଗ ସମ୍ପାଦକ ନିର୍ମଳା ଦ୍ୱିବେଦୀ ପ୍ରମୁଖ ଯୋଗ ଦେଇଥିଲେ। ଜଗତସିଂହପୁର ରକ୍ତ ଭଣ୍ଡାରର ନିରଞ୍ଜନ ରାଉତ, ପଙ୍କଜିନୀ ବେହେରା, ଅଞ୍ଜଳୀ ସାହୁ, ଜ୍ୟୋର୍ତିମୟୀ ଦାସ, ହିରଣ୍ୟ ଗୋଚ୍ଛାୟତ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ। ସକାଳ ୯ଟା ଠାରୁ ରକ୍ତଦାନ ଶିବିର ଆରମ୍ଭ ହୋଇ ଦିନ ୩ଟାରେ ଶେଷ ହୋଇଥିଲା।

Sambad

ଏଥିରେ ବଜରଙ୍ଗ ଦଳର ସକ୍ରିୟ କାର୍ଯ୍ୟକର୍ତ୍ତମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଜଗତସିଂହପୁର ‘ସମ୍ବାଦ’ ପ୍ରତିନିଧି ସୋମନାଥ ପରିଡ଼ାଙ୍କ ସମେତ ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ଶ୍ୟାମ ସୁନ୍ଦର ସାହୁ, ସୂର୍ଯ୍ୟକାନ୍ତ ନନ୍ଦ, ପାର୍ଥ ସ୍ୱରୂପ ରାୟ, ରାକେଶ ପାତ୍ର, ସୌଭାଗ୍ୟ ସ୍ୱାଇଁ, ଅଭିଶେକ ବଳ, ବିଶ୍ୱଜିତ୍ ପାତ୍ର, ଆକାଶ ମହାପାତ୍ର, ଅମରଜିତ୍ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ରକ୍ତଦାତା ଜୀବନ ଦାତା ଭାବେ ଶ୍ୟାମ ସୁନ୍ଦର ସାହୁ, ରାକେଶ ପାତ୍ର, ସୋମନାଥ ପରିଡ଼ା, ପ୍ରିୟଦର୍ଶୀ ଭୋଇ, ଦେବାଶିଷ ମାଝୀ, ସତ୍ୟନାରାୟଣ ବାରିକ, ଧୀଲନ୍ ସାମଲ, ଆଦିତ୍ୟ ପ୍ରସାଦ ବିନ୍ଧାଣୀ, ମନୋଜ କୁମାର ଅରୁଖ୍, ଅମରେନ୍ଦ୍ର ବାରିକ, ସରୋଜ ବଳିଆରସିଂହ, ଦିଲ୍ଲିପ କୁମାର ସ୍ୱାଇଁ, ଅବିନାଶ ସାହୁ, ସୌମ୍ୟ ରଂଜନ ଦାଶ, ପାର୍ଥ ସାରଥୀ ସାହୁ, ବିଶ୍ୱ ରଂଜନ ସାହୁ, ସୂର୍ଯ୍ୟକାନ୍ତ ସାହୁ, ପ୍ରସନ୍ନ କୁମାର ପୁହାଣ, ଗଗନ ବେହେରା, ସ୍ମୃତି ରଂଜନ ନାୟକ, ସାରଦା ପ୍ରସନ୍ନ ମଲ୍ଲ, ଦେବୀ ପ୍ରସାଦ ଜେନା, କାର୍ତ୍ତିକ ମଲ୍ଲିକ, ଅବିନାଶ ଦାସ, ସରୋଜ କୁମାର ଅରୁଖ, ବିକାଶ ଓଝା, ଓମ୍ ପ୍ରକାଶ ପାଢ଼ୀ, ସଂଜୟ ରଂଜନ ଦାସ, ଏମ୍ ସୌଭାଗ୍ୟ ପ୍ରୀତମ୍, ପ୍ରାଚୀ ରେଖା ରାୟ, ଅମିତ ପଟ୍ଟନାୟକ, ସୁପ୍ରଭାତ ପଟ୍ଟନାୟକ, ସ୍ୱରୂପ ସ୍ୱପ୍ନଜିତ୍ ମହାନ୍ତି, ମାନସ ରଂଜନ ସାମଲ, ଆଦିତ୍ୟ କୁମାର ସ୍ୱାଇଁ, ଆଶିଷ କୁମାର ଭୂୟାଁ, ପୂର୍ଣ୍ଣ ପ୍ଳବନ ରାୟ, ସୁଜିତ କୁମାର ସାହୁ, ଜ୍ୟୋତି ରଂଜନ ଗାଆଣ, କମଳାକାନ୍ତ ମଲ୍ଲିକ, କପିଳ ଚନ୍ଦ୍ର ସ୍ୱାଇଁ, ସୌଭାଗ୍ୟ ଲେଙ୍କା, ରୂପେଶ କର, ରତି ରଂଜନ ପାଢ଼ୀ, ଶକ୍ତି ପ୍ରସାଦ ସ୍ୱାଇଁ, ଆଶୁତୋଷ ଦାସ, ଆଶିଷ କୁମାର ସାହୁ, ସୌମ୍ୟ ରାଉତ, ବିକାଶ ରଂଜନ ମହାନ୍ତି, କେଶବ ରଂଜନ ଗୋଛାୟତ, ପାର୍ଥ ସ୍ୱରୂପ ରାୟ, ସୂର୍ଯ୍ୟକାନ୍ତ ନନ୍ଦ, ଦିବ୍ୟଜ୍ୟୋତି ଲେଙ୍କା, ଅମରଜିତ୍ ନାୟକ, ପବିତ୍ର କୁମାର ସ୍ୱାଇଁ, ରାକେଶ କୁମାର ପ୍ରଧାନ, ଆଦିତ୍ୟ କ୍ରୀଷ୍ଣ ମହାନ୍ତି, ସୌରଭ ସତ୍ୟଜିତ୍, ସତ୍ୟଜିତ୍ ସେଠୀ, ଜ୍ୟୋତି ପ୍ରକାଶ ଦାସ, ଦେବେନ୍ଦ୍ର ରାଉତ, ଅସିତ୍ କୁମାର ସାହୁ, ମନୋଜ ବାରିକ, ପ୍ରଜ୍ଞାଦିପ୍ତ ମିଶ୍ର, ବିଶ୍ୱକମଳ ବାରିକ, ଶିବ ପ୍ରସାଦ ତ୍ରୀପାଠୀ, ସଦାଶିବ ପାଢ଼ୀ, ପ୍ରଭଞ୍ଜନ ମିଶ୍ର, ସମ୍ବିତ ଶେଖର ମୁଦୁଲି, ଲକ୍ଷ୍ମିକାନ୍ତ କୂଅଁର, ସଗ୍ରାମ କେଶରୀ ସାହୁ, ଶେଖର ସମୀର ରଂଜନ ସେଠୀ, ନଗେନ୍ଦ୍ର କୁମାର ଦାସ, ମଣିକାନ୍ତ ନାୟକ, ଆଶୁତୋଷ ନାୟକ, ଚିନ୍ମୟ କୁମାର ସ୍ୱାଇଁ, ତୁଷାର ରାଉତ, ବିଶ୍ୱଜିତ୍ ପାତ୍ର, ନଳିନୀ କାନ୍ତ ଓଝା

ସମ୍ବନ୍ଧିତ ଖବର