ସୁବାସ ଚନ୍ଦ୍ର ପ୍ରଧାନଙ୍କ ସ୍ମୃତି କମିଟି ପକ୍ଷରୁ ରକ୍ତଦାନ ଶିବିର: ୩୨ ୟୁନିଟ ରକ୍ତ ସଂଗ୍ରହ

ଖଇରା: ଖଇରା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସ୍‌ର୍ଗତ ସୁବାସ ଚନ୍ଦ୍ର ପ୍ରଧାନଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ଅବସରରେ ତାଙ୍କ ସ୍ମୃତି କମିଟି ପକ୍ଷରୁ ଏକ ରକ୍ତଦାନ ଶିବିର ସମ୍ବାଦ ଆମ ଓଡ଼ିଶା ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତ ଦାନ ଶିବିରକୁ ସ୍ୱର୍ଗତଃ ପ୍ରଧାନଙ୍କ ଧର୍ମପତ୍ନୀ ବିଷ୍ଣୁପ୍ରିୟା ଦେବୀ ଆନୁଷ୍ଠାନିକ ଭାବେ ଉଦଘାଟିତ କରିଥିଲେ।

ଏହି ଅସରରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପରିଚାଳକ ଦିଲ୍ଲୀପ କୁମାର ଲେଙ୍କାଙ୍କ ପୋରହିତ୍ୟରେ ଏକ ସ୍ମୃତି ଚାରଣସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସରସ୍ୱତୀ ଶିଶୁ ମନ୍ଦିରର ସମସ୍ତ ଗୁରଜି, ଗୁରୁମା, ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଥିବା ବେଳେ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ଯୁବନେତା ଯଯାତି ଦାସ, ଅନିରୁଦ୍ଧ ପଣ୍ଡାଙ୍କ ସମେତ ଖଇରା ବ୍ଲକର ସମସ୍ତ କାର୍ଯ୍ୟରତ ସମ୍ବାଦିକ ଉପସ୍ଥିତ ରହି ସ୍ୱର୍ଗତଃ ପ୍ରଧାନଙ୍କର ସ୍ମୃତି ଚାରଣ କରିବା ସହିତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।

ଉକ୍ତ ଶିବିରରୁ ୩୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଡାକ୍ତର ମାନସ ରଞ୍ଜନ ପୁହାଣ ରକ୍ତ ଦାତା ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ବାଲେଶ୍ୱର ରକ୍ତ ଭଣ୍ଡାରର ଟେକ୍ନିସିଆନ ବସନ୍ତ ଜେନା, ଅଜୟ କୁମାର ମହାପାତ୍ର ଓ ନରେନ୍ଦ୍ର ମଲ୍ଲିକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। କିଶୋର କୁମାର ବେହେରା, ମନୋଜ କୁମାର ପ୍ରଧାନ, ହିମାଂଶୁ କୁମାର ଦାସ, ତପନ କୁମାର ବେହେରା, ଦେବରୁପ ଶୁକ୍ଳା, ଶଶୀକାନ୍ତ ଶନିବିଗ୍ରହ, ତରଣୀ ରଥ, ଜୋତିପ୍ରଭା ଜେନା, କ୍ରୀଷ୍ନାମୟୂରୀ ଲେଙ୍କା, ଜୋସ୍ନାରାଣୀ ପ୍ରଧନା, ବନ୍ଦନା ପ୍ରଧନା, ଖଇରା ବ୍ଲକ ‘ସମ୍ବାଦ’ ପ୍ରତିନିଧି ତଥା ଆମ ଓଡ଼ିଶା ବ୍ଲକ ସଂଯୋଜକ ଅବିନାଶ ପ୍ରଧାନ ଓ ଆମ ଓଡ଼ିଶା ସହଯୋଗୀ ଲକ୍ଷ୍ମୀଧର ବାରିକ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ଉକ୍ତ ରକ୍ତଦାନ ଶିବିରରେ ଅଶେଷ ପ୍ରଧାନ, ଅର୍ଜୁନ ଚରଣ ନାୟକ, ତପନ କୁମାର ରାଉତ, ଜୀବନ ଜୋତି ପ୍ରଧାନ, ବିଶ୍‌ରଞ୍ଜନ ପଟ୍ଟନାୟକ, ସନ୍ତୋଷ କୁମାର ମହାନ୍ତି, ଦୟାନିଧି ପଣ୍ଡା, ବିଷ୍ଣୁପ୍ରିୟା ମହାନ୍ତି, ଗୋତମ ଗାହାଣ, ଅବିନାଶ ପ୍ରଧାନ, ବିସ୍ମୟ ବେହେରା, ଚିନ୍ମୟ ମହାନ୍ତି, ସମ୍ବୁନାଥ ନାୟକ, ରବୀନ୍ଦ୍ର ଷେଣ୍ଢ, ଅମରେଶ ପ୍ରଧାନ, ଶଶୀକାନ୍ତ ଶନିବିଗ୍ରହ, ଦିଲ୍ଲୀପ କୁମାର ଦାସ, କଳ୍ପନା ଲେଙ୍କା, ସିର୍ଧାତ ପଲେଇ, ରବୀନ୍ଦ୍ର ଗିରୀ, ଚିରଞ୍ଜିବି ନାୟକ, ଦୀପକ କୁମାର ଦାସ, ରାଇମୋହନ ଲେଙ୍କା, ଡମ୍ବରୁଧର ମଲ୍ଲିକ, ସଂଜୟ କୁମାର ସାହୁ, ଦୀପକ କୁମାର ବିଶ୍ୱାଳ, ତରଣୀ ରଥ, ନାରାୟଣ ଚନ୍ଦ୍ର ସାମଲ, ସନ୍ତୋଷ କୁମାର ନାୟକ, ପ୍ରଭାତ କୁମାର ନାୟକ, ରଞ୍ଜନ କୁମାର ସାହୁ, ରଞ୍ଜନ ଘଡା ପ୍ରମୁଖ ରକ୍ତଦାନ କରିଥିଲେ।

ସମ୍ବନ୍ଧିତ ଖବର