ମାଲକାନଗିରି: ଯୁବ ସ୍ବାଭିମାନ ଦିବସ ଅବସରରେ ‘ସମ୍ବାଦ’ ଓ ମାଲକାନଗିରି ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଯୋଗ ଏହାକୁ ଉଦଘାଟନ କରିଥିଲେ। ଭାରତୀୟ ସଂସ୍କୃତି ବସୁଧୈବ କୁଟମ୍ବକମ୍ ବିଚାରଧାରାରେ ଅନୁପ୍ରାଣିତ ହୋଇ ସମାଜରେ ଅନ୍ୟକୁ ସହାୟତା କରିବା ଉଚିତ୍ ଓ ଯୁବ ସମାଜ ରକ୍ତଦାନ ଭଳି ଏକ ମହତ୍ କାର୍ଯ୍ୟରେ ନିଜକୁ ସାମିଲ୍ କରି ଅନ୍ୟର ଜୀବନ ବଞ୍ଚାଇବା ଭଳି ମହାନ୍ କାର୍ଯ୍ୟ କରିବା ନିମନ୍ତେ ଆଗେଇ ଆସିବା ଉଚିତ୍ ବୋଲି ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ। ଏଥିରେ ସମ୍ମାନିତ ଅଥିତି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ଯୋଗ ଦେଇ କହିଥିଲେ ଯେ ଜଣେ ରକ୍ତ ଦାନ କରିବା ଦ୍ୱାରା ତିନି ଜଣଙ୍କ ଜୀବନ ରକ୍ଷା କରାଯାଇ ପାରିବ। ତେଣୁ ଯୁବ ସମାଜ ରକ୍ତଦାନ କରି ନିଜର ସମାଜ ପ୍ରତି ଥିବା ଉତ୍ତର ଦାୟିତ୍ଵକୁ ନିର୍ବାହ କରିବା ଉଚିତ୍ ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଯୁବ ରେଡକ୍ରସ ସମ୍ପାଦକ ଡଃ. ରଞ୍ଜନ କୁମାର ସ୍ବାଇଁ ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଆଲୋକ କୁମାର ପାତ୍ର ମଞ୍ଚାସୀନ ହୋଇ ରକ୍ତଦାନର ମହତ୍ବ ବିଷୟରେ କହିଥିଲେ। ଏହାପରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆସି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।
ଏହି ଅବସରରେ ସ୍ବତନ୍ତ୍ର ଅତିଥି ଭାବେ ମାଲକାନଗିରି ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧୱାନୀ ଯୋଗ ଦେଇ ରକ୍ତଦାନର ଆବଶ୍ୟକତା ବିଷୟରେ ଆଲୋକପାତ କରିବା ସହ ସେ ନିଜେ ରକ୍ତଦାନ କରିଥିଲେ। ଏଥିସହ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ। ଶିବିରରୁ ମୋଟ୍ ୩୬ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ମାଲକାନଗିରି ରକ୍ତଭଣ୍ଡାରର ଲ୍ୟାବ ଟେକ୍ନିସିଆନ୍ ସୁଜଲ କୁମାର ରାୟ, ଡିଏମଏ ଅର୍ଚ୍ଚନା ସୁଆର, ନର୍ସିଂ ଅଫିସର ଏନ୍.ସୁବର୍ଣ୍ଣା ଓ ଆଟେଣ୍ଡାଣ୍ଟ ମୋହନ ଖେମୁଣ୍ଡୁ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ ‘ସମ୍ବାଦ’ ମାଲକାନଗିରି ଜିଲ୍ଲା ପ୍ରତିନିଧି ଜ୍ଞାନଚାନ୍ଦ ଜଗନ୍ନାଥ, ମହାବିଦ୍ୟାଳୟ ଅଧ୍ୟାପକ ଗୁରୁ ପ୍ରସାଦ ଲେଙ୍କା, ବଙ୍କିମ୍ ସିଲ୍, ଜିତେନ୍ଦ୍ର ବାରିକ, ସତ୍ୟନାରାୟଣ ସାହୁ, ରଶ୍ମିତା ନନ୍ଦ, ଦେବଜାନୀ ଶୁଭଲକ୍ଷ୍ମୀ ସ୍ବାଇଁ, ମେନକା ପଟ୍ଟନାୟକ, ସୁଭସ୍ମିତା ସୁବୁଦ୍ଧି, ରଶ୍ମିତା ପଟ୍ଟନାୟକ, ମୁକ୍ତିକାନ୍ତ ପଣ୍ଡା, ଅଞ୍ଜଳି ନାୟକ, ଡଃ. ଚିନ୍ମୟ ମହାନ୍ଦିଆ, ସୁଶାନ୍ତ ମାରାଣ୍ଡି, ଡଃ. ସୂର୍ଯ୍ୟକାନ୍ତ ପାଲ, ଡଃ. କିରଣ କୁମାର ଜାମଡାଲିଆ, ଡଃ. ଦିନବନ୍ଧୁ ସାହୁ, ସୌମ୍ୟରଞ୍ଜନ ଦାସ, ସଦାଶିବ ମହାପାତ୍ର, କୁମୁଦ ଖୁସୱାହା, ବିଜୟ ମଧୁ, ଗୌରାଙ୍ଗ ମଣ୍ଡଳ, ରାଜେନ୍ଦ୍ର ଜେନା, ରବି ରାଜେଶ, ବସନ୍ତ ନାୟକ, ହିମାଂଶୁ ଶେଖର ନନ୍ଦି ଓ ନିର୍ମଲ ସେନାପତି ପ୍ରମୁଖ ସହଯୋଗ କରିଥିଲେ।
ପୂର୍ବବର୍ତ୍ତୀ ଖବର
ସମ୍ବନ୍ଧିତ ଖବର