ମାଲକାନଗିରିରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ମାଥିଲି ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟରେ ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୧ତମ ଜନ୍ମ ବାର୍ଷିକି ଏବଂ ସ୍ବାଧୀନତାର ୭୫ତମ ଅମୃତ ମହୋତ୍ସବ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ନେହରୁ ଯୁବ କେନ୍ଦ୍ର,ଯୁବ ରେଡକ୍ରସ ଏବଂ ଆମ ଓଡିଶା ତରଫରୁ ମିଳିତ ଭାବେ ଅନୁଷ୍ଠିତ ହୋଇଥିଲା।ଏହି ରକ୍ତଦାନ ଶିବିରକୁ କେନ୍ଦ୍ର ସଂଖ୍ୟା ଲଘୁ ରାଷ୍ଟ୍ରମନ୍ତ୍ରୀ ଜୋନ ବାର୍ଲା ଉପସ୍ଥିତ ରହି ଶୁଭ ଉଦଘାଟନ କରିଥିଲେ।

ସମ୍ମାନୀତ ଅତିଥି ଭାବେ ପୂର୍ବତନ ସାଂସଦ ବଳଭଦ୍ର ମାଝି ଏବଂ ପର୍ଶୁରାମ ମାଝି ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ହରିଶ ରୁପାଲ,ଯୁବ ରେଡକ୍ରସର ସଂଯୋଜକ ଡ.ରଂଜନ କୁମାର ସ୍ବାଇଁ,ତୁଷାର କୁମାର ମହାପାତ୍ର,ହରିଶ ପରିଡା,ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁବ୍ରତ କୁମାର ଭଦ୍ର,ଯୁକ୍ତ ତିନି ମହାବିଦ୍ୟାଳୟର ଅଧ୍ୟକ୍ଷା ନିଳୀମା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ତେବେ ଏହି ରକ୍ତଦାନ ଶିବିରରେ ମୋଟ ୧୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ରକ୍ତଦାତାମାନେ ହେଲେ ଆର.ଉଦୟଶଂକର ରାଓ,ପ୍ରଭାତ କୁମାର ଓଝା,ପ୍ରିୟଙ୍କା ମହାରଣା,ତୁଳାରାମ ଫଟକା,ଭଗବାନ ନାୟକ,ଅଶୋକ କୁମାର ବୈଦ୍ୟ,ଭଗବାନ ନାୟକ,ତୁଷାର ମହାପାତ୍ର,ସଂତୋଷ ପାତ୍ର,ଲକ୍ଷ୍ଣଣ ବାକା,ପବିତ୍ର,ଲକ୍ଷ୍ଣଣ ମାଡକାମୀ ପ୍ରମୁଖ ରହିଛନ୍ତି। ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର