ସମ୍ବାଦ ଆମ ଓଡ଼ିଶା ଓ ଅନ୍ତରଙ୍ଗ ଯୁବ ମହାସଂଘ ପକ୍ଷରୁ ରକ୍ତଦାନ ଶିବିର

ଜି.ଉଦୟଗିରି: କରୋନା କାଳରେ ରକ୍ତର ଘୋର ଅଭାବ ଦେଖାଦେଇଥିବା ବେଳେ ‘ସମ୍ବାଦ’ ଆମ ଓଡ଼ିଶା ଏବଂ ଅନ୍ତରଙ୍ଗ ଯୁବ ମହାସଂଘ ପକ୍ଷରୁ କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ ଦୁର୍ଗମ ରଟିଙ୍ଗିଆ ପଞ୍ଚାୟତରେ ପ୍ରଥମଥର ପାଇଁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରଟିଙ୍ଗିଆ ପଞ୍ଚାୟତ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା। କରୋନା ସମୟରେ ରକ୍ତର ଅଭାବ ଦୂର କରିବା ନିମନ୍ତେ ଜଙ୍ଗଲ ପାହାଡ଼ ଘେରା ଏହି ଅଞ୍ଚଳର ଯୁବପିଢ଼ି ଆଗେଇ ଆସି ଆଗ୍ରହର ସହ ରକ୍ତଦାନ କରିଥିଲେ।

‘ସମ୍ବାଦ’ ପ୍ରତିନିଧି ସମୀର କୁମାର ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ, ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଚତୁର୍ଭୁଜ ସାହୁ, ଜାଗୃତିର ସମ୍ପାଦକ କୈଳାସ ଦଣ୍ଡପାଟ, ପ୍ରଦାତ୍ତାର ସମ୍ପାଦକ ପ୍ରଦୀପ ଦାଶ ଉପସ୍ଥିତ ରହି ରକ୍ତଦାନ ଶିବିର ଉଦଘାଟନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ମୋଟ ୩୨ଜଣ ସ୍ବେଚ୍ଛାକୃତ ରକ୍ତ ଦାନ କରିଥିଲେ।ସ୍ବେଚ୍ଛାକୃତ ରକ୍ତଦାନ କରିଥିବା ରକ୍ତଦାତା ମାନେ ହେଲେ ପଙ୍କଜ ପ୍ରଧାନ, କିଷାନ ପ୍ରଧାନ, ବସନ୍ତ କୁମାର ପ୍ରଧାନ, ନୀଳମାଧଵ ପାତ୍ର, ଟାର୍ଜନ ସାହୁ, ରାଜେଶ ପ୍ରଧାନ, ବିଶ୍ବମ୍ବର ପ୍ରଧାନ, ଅଭିଷେକ ଗୌରବ, ସଞ୍ଜୟ କୁମାର ପ୍ରଧାନ, ଆରିଆନ୍‌ସ ମଲ୍ଲିକ, ଶିଶିରକାନ୍ତ ପ୍ରଧାନ, ରାଜେଶ ନାୟକ, ନାରାୟଣ ସାହୁ, ଅଞ୍ଜନ ପ୍ରଧାନ, ସସ୍ମିତା ମଲ୍ଲିକ, ସଞ୍ଜୀବ କୁମାର ପ୍ରଧାନ, ପ୍ରଦୀପ ନାୟକ, ହୃଷିକେଶ ପ୍ରଧାନ, ରଞ୍ଜିତ କୁମାର ନାୟକ ରକ୍ତଦାନ କରିଥିବା ବେଳେ ଗୋଟିଏ ପରିବାରର ବାପା ମା’ ପୁଅ ରକ୍ତଦାନ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

Sambad

ସେମାନେ ହେଲେ ବାପା ଜିତେନ୍ଦ୍ର ନାୟକ, ମା’ ରୀନା ନାୟକ ଏବଂ ପୁଅ ଏନ୍‌. ଦିବ୍ୟପ୍ରସାଦ, ଶ୍ରୀଭଳି ବାପା ପୁଅ ଜାଗୃତିର ସମ୍ପାଦକ କୈଳାଶ ଦଣ୍ଡପାଟ ଏବଂ ତାଙ୍କ ପୁଅ ଦେବୀପ୍ରସାଦ ଦଣ୍ଡପାଟ, ପ୍ରଦାତ୍ତାର ସମ୍ପାଦକ ପ୍ରଦୀପ ଦାସ ଏବଂ ତାଙ୍କ ପୁଅ ପ୍ରତୀକ କୁମାର ଦାଶ, ମା’ ସସ୍ମିତା ସାହୁ ଏବଂ ପୁଅ ଓଁ ପ୍ରକାଶ ସାହୁ, ବାପା ଝିଅ ବାପା ମନୋଜ ତ୍ରିପାଠୀ ଏବଂ ଝିଅ ପ୍ରଜ୍ଞାପରମିତା, ସେଇଭଳି ଦୁଇ ଭଉଣୀ ଜ୍ୟୋଷ୍ଣାରାଣୀ ନାୟକ ଏବଂ ଚିନ୍ମୟୀ ନାୟକ ରକ୍ତଦାନ କରିଥିଲେ। ଏହି ରକ୍ତଦାନ ଶିବିରକୁ ହୃଷିକେଶ ପ୍ରଧାନ, ବିଷ୍ଣୁପ୍ରିୟା ପ୍ରଧାନ, ସସ୍ମିତା ମଲ୍ଲିକ, ରାଜବାଲା ସିଂହ ପ୍ରମୁଖ ପରିଚାଳନା କରିଥିବା ବେଳେ ଫୁଲବାଣୀ ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ଡ଼ଃ. ଜୟଦ୍ବୀପ ଘୋଷ, ଏଲଟି ଦୀନକୃଷ୍ଣ ମହନ୍ତ, ସୁଜିତ କୁମାର ସାହୁ ଏବଂ ଡିଏମ୍ଏ‌ ପ୍ରଶାନ୍ତ କୁମାର ରତ୍ନାଳୁ ରକ୍ତ ସଂଗ୍ରହ କରିଥିଲେ।

ସମ୍ବନ୍ଧିତ ଖବର