ପଞ୍ଚଶକ୍ତି-ଉଦୟଶକ୍ତି ବିକାଶ ମଞ୍ଚ ପକ୍ଷରୁ ମେଗା ରକ୍ତଦାନ ଶିବିର

ବାଲେଶ୍ୱର: ବାଲେଶ୍ୱର ପୌରପାଳିକା ଅନ୍ତର୍ଗତ ଉଦୟନଗରରେ ପଞ୍ଚଶକ୍ତି ଓ ଉଦୟଶକ୍ତି ବିକାଶ ମଞ୍ଚ ପକ୍ଷରୁ ଆଜି ଏକ ମେଗା ରକ୍ତଦାନ ଶିବିର ସମ୍ବାଦ-ଆମ ଓଡ଼ିଶା ସହଯୋଗରେ କ୍ରୀଷ୍ଣା ଗୋଶାଳା ନିକଟ ପ୍ରଦୀପ କୁମାର ଦାଶଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହୋଇଥିଲା। ମଞ୍ଚର ସଭାପତି କୈଳାସପତି ତିୱାରୀ ଓ ସମ୍ପାଦକ ଭାସ୍କର ଚନ୍ଦ୍ର ପାଢ଼ୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶବିରରୁ ୧୧୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

ଏହି ଶିବିରକୁ ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ବାଲେଶ୍ୱର ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ଡା ବସନ୍ତ କୁମାର ଉପାଧ୍ୟାୟ, ଟ୍ରାଫିକ ଥାନା ଅଧିକାରୀ ପ୍ରଶାନ୍ତ କୁମାର ରଣସିଂହ, ଜିଲ୍ଲା ପରିଷଦ ସଭ୍ୟ ସୀତାରାମ ପ୍ରଧାନ, ଫକୀରମୋହନ ସରକାରୀ ମେଡିକାଲ କଲେଜର ମାନସିକ ରୋଗ ବିଭାଗ ଡାକ୍ତର ଶୁଭସ୍ମିତା ଦଣ୍ଡପାଟ ଓ ପୁର୍ବତନ କାଉନସିଲର କୈଳାସ ବିହାରୀ ଦାଶ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରିବା ସହ ରକ୍ତଦାନ ଭଳି ମହତ କାର୍ଯ୍ୟ କରିଥିବାରୁ ସଂଗଠନକୁ ଭୂୟସୀ ପ୍ରଶଂସା କରିଥିଲେ।

ମଞ୍ଚର ସହ-ସମ୍ପାଦକ କରୁଣାକର ମହାପାତ୍ର, ନଳିନୀକାନ୍ତ ଜେନା, କରୁଣାକର ମହାପାତ୍ର, ପ୍ରଦୀପ କୁମାର ଦାସ, ସନାତନ ପାଣିଗ୍ରାହୀ, ସଞ୍ଜୟ କୁମାର ରାଉତ, ପ୍ରଦୀପ କୁମାର ଦାଶ, ରାଜେନ୍ଦ୍ର କୁମାର ଜେନା, ଅଶ୍ୱିନୀ କୁମାର ଦଣ୍ଡପାଟ, ଉଦୟ କୁମାର ଦାସ, ଅତୀଶ ସୋରେନ, ଆନନ୍ଦ ଚନ୍ଦ୍ର ଭୂୟାଁ, ମିହିର କୁମାର ଦେ, ଅମୂଲ୍ୟ ପାତ୍ର, ନାରାୟଣ ବାରିକ, ରବିନାରାୟଣ ବେହେରା, ଡ. ଦୀନବନ୍ଧୁ ମହାପାତ୍ର, ପ୍ରଭାତ ଚନ୍ଦ୍ର ମହାପାତ୍ର, ଲକ୍ଷ୍ମୀଚରଣ ପଣ୍ଡା, କୃଷ୍ଣଚନ୍ଦ୍ର ମିଶ୍ର, ପ୍ରିୟଦର୍ଶିନୀ ଦାଶ ଶିବିରକୁ ପରିଚାଳନା କରିଥିଲେ।

ଡା. ଉପାଧ୍ୟାୟ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବାବେଳେ ଟେକ୍ନିସିଆନ ବିଜୟ କୁମାର ପଟ୍ଟନାୟକ, ସୟଦ ଦିଲଦାର, ଲୋକ ସମ୍ପର୍କ ଅଧିକାରୀ ସୁଚିସ୍ମିତା ଦାସ, ସହଯୋଗୀ ହେମଲତା ସେଠୀ ଓ ବିଦ୍ୟାଧର ସାହୁ ରକ୍ତ ସଂଗ୍ରହ କରିଥିଲେ। ଆମ ଓଡ଼ିଶାର ସହଯୋଗୀ ଲକ୍ଷ୍ମୀଧର ବାରିକ, ଗ୍ଲେଜ୍‌ ଇଣ୍ଡିଆ ବାଲେଶ୍ୱର ଶାଖା ଓ ଉଦୟନଗର ପ୍ରଧାନମନ୍ତ୍ରୀ କୁଶଳ ଯୋଜନା ଏବଂ ମଞ୍ଚର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

ଜୀବନ ଦାତା: ଉମେଶ କୁମାର ମହାନ୍ତି, ବିଦ୍ୟାବତୀ ତିୱାରୀ, ଝାଡ଼େଶ୍ୱର ବେହେରା, କୁମାର ବେହେରା, ଇପ୍ସୀତା ସାହୁ, ବସନ୍ତ ନାୟକ, ମହେନ୍ଦ୍ର କୁମାର ସେଠୁଆ, ଦୀପକ କୁମାର ନାୟକ, ମକରଧ୍ୱଜ ମଲ୍ଲିକ, ସୁଶାନ୍ତ ପ୍ରଧାନ, ସନ୍ତୋଷ କୁମାର ପାତ୍ର, ମାହେଶ୍ୱରୀ ନାୟକ, ଅନୀଲ କୁମାର ସାହୁ, ରଷାନ୍ତ ରଣା, ସଞ୍ଜୀବ ପଣ୍ଡା, ଡାକ୍ତର ନାୟକ, ଅମିନ ସେଠୀ, ଲଳିତାଂଶୁ ପାତ୍ର, ଦିବ୍ୟାଂଶୁ ପାତ୍ର, ପ୍ରକାଶ ର୍ମିଦ୍ଧା, ଆକାଶ କୁମାର କମ୍ପା, ଶିବଶଙ୍କର ଜେନା, ପ୍ରଶାନ୍ତ କୁମାର ନାୟକ, ଏମ ବିଜୟ, ଡି. ରାଜା, ସୁରେଶ ଚନ୍ଦ୍ର ବେହେରା, ମହେନ୍ଦ୍ର କୁମାର ମହନ୍ତ, ଆଶିଷ କୁମାର ବେହେରା, ଲକ୍ଷ୍ମଣ ମହାନ୍ତି, ରମ୍ୟ ରଞ୍ଜନ ପଣ୍ଡା, ଅନ୍ତ ବେହେରା, ଦେବାଶିଷ ଦାଶ, ବିଶ୍ୱଜିତ ରାଉତରାୟ, ଯଯାତିକେଶରୀ ମହାରଣା, ନୀଳାଦ୍ରୀ ନାଏକ, ଚେତକ ମୋହନ ପାଠକ, ଦୀପକ କୁମାର ଦେ, ଅବଦୁଲ ନଜ଼ୀର, ଶିବଶଙ୍କର ବାରିକ, ଯତୀନ ହେମ୍ବ୍ରମ, ମହମ୍ମଦ ମତି ଉଲ୍ଲା ଆନଶର, ଜିତେନ୍ଦ୍ର ବାଗ, ବାପୁନ ଦେଓଗାଁ, ଦୀପକ ବେହେରା, ପ୍ରଦୀପ ଜେନା, ଧ୍ରୁତିରଞ୍ଜନ ପାତ୍ର, ଦିଗାମ୍ବର ମଲ୍ଲିକ, ଜ୍ୟୋତିରଞ୍ଜନ ଖଟୁଆ, ଲକ୍ଷ୍ମଣ ଟକରି, ଶମ୍ଭୁନାଥ ଖଣ୍ଡା, ପଦ୍ମଲୋଚନ ନାୟକ, ସାଗରବିହାରୀ ଦାଶ, ବିଶ୍ୱରଞ୍ଜନ ନାୟକ, ଉମାକାନ୍ତ ବେହେରା, ପ୍ରୀତମ କୁମାର ଜେନା, ଶୁଭସ୍ମିତା ଦାଶ, ଅଭିଜିତ ପାତ୍ର, ରାଜେଶ କୁମାର ଦେ, ସୁରଜ ପାତ୍ର, ସୁଶାନ୍ତ କୁମାର ସାହୁ, ସିଂହାସନ ଦାସ, ସତ୍ୟାମ୍ଭୁ ଭୂୟାଁ, ଶିବରାମ ସ୍‌ୱାଇଁ, ସାଇମନ ପ୍ରଧାନ, ଦେବବ୍ରତ ପାଳ, ରୂପକ କୁମାର ଜେନା, ହେମନ୍ତ ପ୍ରଧାନ, ବିବେକ କୁମାର ସିଂହ, ମନୁ ଗୋମାଙ୍ଗ, ସୋନାଲ କୁମାର ଦ୍ଵିବେଦୀ, ସୁଜନରଶ୍ମି ପାଢ଼ୀ, ମଧୁସ୍ମିତା ଦାସ, ଆଶିଷ ଷଡ଼ଙ୍ଗୀ, ଆକାଶ ସିଂ, କାହ୍ନଚରଣ ପ୍ରଧାନ, ବିଭୁତି ଜେନା, ର୍ନିମଳ ମଲ୍ଲିକ, ମୃଣ୍ମୟକାନ୍ତି ଦେ, ବାସୁଦେବ ବେହେରା, ବିଜୟ ବିଶୋଇ, ସୁଦୀପ୍ତ କୁମାର ଭୋଇ, ଶଙ୍କରପ୍ରସାଦ ସାହୁ, ଶଶୀକାନ୍ତ ବେହେରା, ପ୍ରହ୍ଲାଦ ସାମଲ, ବିଭୂତି ମୁଣ୍ଡା, ପ୍ରୀତିରଞ୍ଜନ ସ୍‌ୱାଇଁ, ଅରବିନ୍ଦ ରାଉତ, ହରେକୃଷ୍ଣ ପଞ୍ଝା, ମାନସ ଜେନା, ଶିଦ୍ଧେଶ୍ୱର ପାଢ଼ୀ, ଯଜ୍ଞାନ ମେହେର, ନିଳାଞ୍ଚଳ ଦାଶ, ଲକ୍ଷ୍ମୀକାନ୍ତ ବେହେରା, ଜ୍ୟୋର୍ତିମଲ ପରିଡ଼ା, ଶଙ୍କର୍ଷଣ ମହାପାତ୍ର, ସୁଶାନ୍ତ କୁମାର ବେହେରା, ବାପୁନ ବେହେରା, ସଞ୍ଜୟ କୁମାର ରାଉତ, ଅଜୟ ପ୍ରଧାନ, ଖଗେନ୍ଦ୍ର କୁମାର ନାୟକ, ଚନ୍ଦ୍ରମୋହନ ହାଁସଦା, ଶିବୁରାମ ପ୍ରଧାନ, ପ୍ରଭାସ ରଞ୍ଜନ ମିଶ୍ର, ସୁବ୍ରତ ଦାସ, ପ୍ରଦୀପ କୁମାର ଦାଶ, ଅମରେଶ ଦଳେଇ, ପ୍ରିୟଦର୍ଶୀ ଦାଶ, ଜିତେନ୍ଦ୍ର ପୃଷ୍ଟି, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଅନ୍ତର୍ଯ୍ୟାମୀ ଜେନା, ରୁଦ୍ର ମୋହନ ସେନ ଓ ଅମରଜିତ ମହାପାତ୍ର।

ସମ୍ବନ୍ଧିତ ଖବର