‘ଓଡିଶା-ମୋ ପରିବାର’ ପକ୍ଷରୁ ରକ୍ତଦାନ ଶିବିର

ଭଦ୍ରକ: ‘ଓଡ଼ିଶା-ମୋ ପରିବାର’ ପକ୍ଷରୁ ଭଦ୍ରକ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ପରିସରରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ନେତୃତ୍ୱରେ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଛି। କୋଭିଡ୍‌ ସମୟରେ ରକ୍ତର ଅଭାବ ରହୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା – ମୋ ପରିବାରର ସମସ୍ତ ସଦସ୍ୟଙ୍କୁ ରକ୍ତଦାନ ଶିବିର କରିବା ପାଇଁ ଆହ୍ଵାନ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନକ୍ରମେ ଭଦ୍ରକ ବିଧାୟକ ଶ୍ରୀ ମଲ୍ଲିକଙ୍କ ସଂଯୋଜନାରେ ଚାଲିଥିବା ଏଇ ରକ୍ତଦାନ ଶିବିରରେ ପ୍ରତିଦିନ ଜିଲ୍ଲାର ଯୁବ ଓ ଛାତ୍ର ବିଜେଡିର ସଦସ୍ୟମାନେ ଯୋଗଦେଇ ରକ୍ତଦାନ କରୁଛନ୍ତି। ଏଇ ଶିବିରରେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ଜିଲ୍ଲା ପରିଷଦର ଅଧ୍ୟକ୍ଷ ଦ୍ଵିଜବର ରାଉତ, ଟାଉନ ସଭାପତି ତାହେର ମହମ୍ମଦ, ଯୁବନେତା ରାକେଶ ପଣ୍ଡା, ଛାତ୍ର ନେତା ତଥାଗତ ସାମଲଙ୍କ ସମେତ ବିଜେଡିର ବହୁ ନେତା ଓ କର୍ମୀ ତଥା ଓଡ଼ିଶା ମୋ ପରିବାର ପକ୍ଷରୁ ଭଦ୍ରକ ଜିଲ୍ଲା କମିଟିର ସଦସ୍ୟମାନେ ଯୋଗଦେଇ ରକ୍ତଦାନ କାର୍ଯ୍ୟକ୍ରମକୁ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର