ବାରିପଦା: ଯୁବ ସ୍ୱାଭିମାନ ଦିବସରେ ରକ୍ତଦାନକୁ ନେଇ ଯୁବଗୋଷ୍ଠୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି।  ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଆଜି ଜନ୍ମତିଥି ଅବସରରେ ବିପୁଳ ଉତ୍ସାହର ସହିତ ରକ୍ତଦାନ ମାଧ୍ୟମରେ ସମଗ୍ର ରାଜ୍ୟରେ ‘ଯୁବ ସ୍ୱାଭିମାନ ଦିବସ’ ପାଳନ କରାଯାଇଛି। ଏହି ଅବସରରେ ‘ସମ୍ବାଦ’ ଆମ ଓଡ଼ିଶା ପକ୍ଷରୁ ଆଜି ସ୍ଥାନୀୟ ଡିଭାଇନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଂଜିନିୟରିଂ ଏଣ୍ଡ୍‌ ଟେକ୍‌ନୋଲୋଜି (ଡିଆଇଇଟି) ପରିସରରେ ସମ୍ପୂର୍ଣ୍ଣ କରୋନା କଟକଣା ମଧ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। କରୋନା କଟକଣା ଏବଂ ଅନ୍ୟାନ୍ୟ ବିଭିନ୍ନ କାରଣରୁ ୩୦ ୟୁନିଟ୍‌ରୁ ଅଧିକ ରକ୍ତ ସଂଗ୍ରହ ନକରିବାକୁ ବାରିପଦା ରକ୍ତ ଭଣ୍ଡାର ପକ୍ଷରୁ କୁହାଯାଇଥିଲା । ଫଳରେ ଏହି ଶିବିରରୁ ୩୦ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା। ମାତ୍ର କରୋନା କଟକଣା ସତ୍ତ୍ବେ ଏହି ଶିବିରକୁ ନେଇ ଯୁବ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଥିଲା। ଅଧିକ ରକ୍ତ ସଂଗ୍ରହ କରିବାକୁ ମନା ହେବାରୁ ଅନେକ ଛାତ୍ର ଯୁବକ ବ୍ୟଥିତ ମନୋରଥ ନେଇ ଫେରିଥିଲେ।

Advertisment

ମୟୂରଭଞ୍ଜ ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ସ୍ମିତ୍‌ ପି ପରମାର ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ। କରୋନା ସମୟରେ ରକ୍ତଦାନ ଭଳି ଏକ ମହତ କାର୍ଯ୍ୟ କରୁଥିବାରୁ ଶ୍ରୀ ପରମାର ‘ସମ୍ବାଦ’ର ଏହି ଉଦ୍ୟମକୁ ପ୍ରଶଂସା କରିବା ସହିତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ପ୍ରତିକୁଳ ପାଗ ସ‌ତ୍ତ୍ବେ ରକ୍ତଦାନକୁ ନେଇ ଛାତ୍ରଛାତ୍ରୀ ଓ ଯୁବପିଢ଼ୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। ଦଳମତ ନିର୍ବିଶେଷରେ ସହରର ଜନପ୍ରତିନିଧି, ସ୍ବେଚ୍ଛାସେବୀ, ସମାଜସେବୀ ଏହି ଶିବିରରେ ଅଂଶଗ୍ରହଣ କରିଥିଲେ।

publive-image

ଡିଭାଇନ୍ ର ନିର୍ଦ୍ଦେଶକ ତଥା ଟ୍ରଷ୍ଟି ଇଂ ବିପ୍ଲବ ଭଞ୍ଜନ ବୁଗୁଡେଇ ଏହି ଶିବିର ପରିଚାଳନାରେ ବିଶେଷ ସହଯୋଗ କରିଥିଲେ। ପୂର୍ବତନ ଜିଲ୍ଲା ବିଜେପି ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣଚନ୍ଦ୍ର ମହାପାତ୍ର, ପୂର୍ବତନ ବାରିପଦା ପୌରାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଭଞ୍ଜସେନା ସଭାପତି ପିଣ୍ଟୁ ମାଇତି, ଯୁବଛାତ୍ର ସଂଯୋଜକ ରାକେଶ ବେହେରା, ଛାତ୍ରନେତା ମାନସ ବେହେରା, ବିଜେପି ଯୁବନେତା କୁମାର ମଙ୍ଗଲମ୍‌, ଦେବବ୍ରତ ସାମଲ, କେଶରୀୟା ହିନ୍ଦୁ ବାହିନୀ ସଭାପତି ଦିଲୀପ ଦାସ, ଦୀନେଶ ଦାଶ, ସୁବ୍ରତ ମୁଖୀ, ଅକ୍ଷୟ ଅଭିଷେକ ନାୟକ, ସୋମନାଥ ବେହେରା, ଦେବେନ୍ଦ୍ର ସିଂ, ବିନୋଦ ସିଂ, ସୁଜିତ ମହାନ୍ତ, ଜେଏମଏମ ଯୁବନେତା ଅର୍ଜୁନ ମୁର୍ମୁ, ବିଜେଡି ଯୁବ ନେତା ଅରୁଣ ବରାଡ଼, ଛାତ୍ରନେତା ସୁନୀଲ ନାୟକ, ସୁଶୀଲ ସେଠୀ, ଅବଦୁଲ ହବିବି, ଅମିତ ବଇଠା, ଯୁବକବି ଅମିତାଭ ମିଶ୍ର ପ୍ରମୁଖ ଏହି ଶିବିରରେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ଏହି ଶିବିରକୁ ମୟୂରଭଞ୍ଜ ଜିଲ୍ଲା ‘ସମ୍ବାଦ’ ପ୍ରତିନିଧି ରାଜ କିଶୋର ଦାଶ, ଶ୍ୟାମାଖୁଣ୍ଟା ବ୍ଲକ୍‌ ‘ସମ୍ବାଦ’ ପ୍ରତିନିଧି ଆର୍‌ ଶୋଭନଙ୍କ ସମେତ ବାରିପଦା ରକ୍ତ ଭଣ୍ଡାରର କର୍ମଚାରୀମାନେ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ତଥା ଓଡ଼ିଶା ମୋ ପରିବାର ଏବଂ ଜୀବନବିନ୍ଦୁ ମୟୂରଭଞ୍ଜ ଜିଲ୍ଲା ସଂଯୋଜକ ଦେବାଶିଷ ମହାନ୍ତି, ବରିଷ୍ଠ ସାମ୍ବାଦିକ ବିଭୁଦତ୍ତ ଦାସ, ସମାଜସେବୀ ଅମର ସେଠୀ ଏହି ଅବସରରେ ‘ସମ୍ବାଦ’ ସମ୍ପାଦକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଯୁବ ସାମାଜିକକର୍ମୀ ରାଜେଶ କୁମାର ପାତ୍ର, ସିଦ୍ଧାର୍ଥ ପାତ୍ର, ଅଭିଳାଶ ସ୍ବାଇଁ ପ୍ରମୁଖ ଶିବିର ଆୟୋଜନରେ ସହଯୋଗ କରିଥିଲେ। ଡିଆଇଇଟିର ଅଧ୍ୟକ୍ଷ ଅଭିନ୍ନ କୁମାର ଦାସ, ଡିନ୍‌ ରଞ୍ଜିତ କୁମାର ସାହୁଙ୍କ ସମେତ ଅନୁଷ୍ଠାନର କର୍ମଚାରୀମାନେ ଏହି ଶିବିର ଆୟୋଜନରେ ସହଯୋଗ କରିଥିଲେ।