ଆମ ଓଡ଼ିଶା-ସମ୍ବାଦ ପକ୍ଷରୁ ଯୁବ ସ୍ୱାଭିମାନ ଦିବସ: ଭବାନୀପାଟଣାରେ ରକ୍ତଦାନ ଶିବିର

ଭବାନୀପାଟଣା: ଆମ ଓଡ଼ିଶା ସମ୍ବାଦ ପକ୍ଷରୁ ଯୁବ ସ୍ୱାଭିମାନ ଦିବସ ଅବସରରେ ଭବାନୀପାଟଣା ସହରସ୍ଥିତ ଜିଲ୍ଲା ସଦର ମହକୁମା ଡାକ୍ତରଖାନା ରକ୍ତ ଭଣ୍ଡାର ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସିଟି ତାଲିମପ୍ରାପ୍ତ ଶିକ୍ଷକ ସଂଘ ସଭାପତି ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ମୁଖ୍ୟଅତିଥି ସଦର ବ୍ଲକ ଉପାଧ୍ୟକ୍ଷ ସଚ୍ଚିଦାନନ୍ଦ ମହାଖୁଡ଼, ସମ୍ମାନୀତ ଅତିଥି ଜିଲ୍ଲା ବ୍ୟାଡମିଣ୍ଟନ ଏସୋସିଏସନ ସଭାପତି ପ୍ରଦୀପ କୁମାର ଦାସ, ସାଇନିଂ କଳାହାଣ୍ଡିର ଅଧ୍ୟକ୍ଷ ଭବାନୀ ଶଙ୍କର ନିଆଲ, ସ୍ୱାଗତ ଆଇଟିସି ର ଅଧ୍ୟକ୍ଷ୍ୟା ପ୍ରୀତି ପଟ୍ଟନାୟକ, ନଗର ବିଜେଡି ସଭାପତି ଧବଲେଶ୍ୱର ମହାପାତ୍ର, ସେନାପତି ନାୟକ, ପ୍ରୀତମ ହୋତା , କୁନମୁନ ଦାସ ପ୍ରମୁଖ ଯୋଗ ଦେଇଥିଲେ । ସମ୍ବାଦ ର ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର କୁମାର ବିଶି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

କାର୍ଯ୍ୟକ୍ରମକୁ ବ୍ଲଡ଼ବ୍ୟାଙ୍କ ଅଧିକାରୀ ଡ଼ା. ଜୟନ୍ତୀବାଳା ନାୟକ, ଲ୍ୟାବଟେକନିସିଆନ ସୁବାଷ ଚନ୍ଦ୍ର ଦାସ, ଡ଼ମ୍ବରୁଧର ସାହୁ, ସରୋଜ କୁମାର ମହନ୍ତ, ତେଜରାଜ ଦଣ୍ଡସେନା, ଅଜିତ ନାୟକ, କୃଷ୍ଣଚନ୍ଦ୍ର ସାହୁ, ଚତୁର୍ଭୁଜ ଦୁବେ, ବୃକୋଦର ଚନ୍ଦନ ଙ୍କ ତତ୍ତ୍ଵାବଧାନରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କୁନମୁନ ଦାସ,ମନୋଜ କୁମାର ଦାସ, ରମାକାନ୍ତ କାଣ୍ଡ, ଶ୍ରୀକାନ୍ତ ରଥ, ସାଗର ତାଣ୍ଡି, ମୁକେଶ ମଖିଜା, ଆଶିଷ ନାୟକ, ଲିଙ୍ଗରାଜ ମାଝୀ, ଭବାନୀ ସିଂ, ସୋହନ କୁକ୍ରେଜା , ଅବିନାଶ ରାଉତ, ଦିଲ୍ଲୀପ ଗଉଡ଼, ମୃତ୍ୟୁଞ୍ଜୟ ପାତ୍ର, କ୍ଷୀରସିନ୍ଧୁ ଦଣ୍ଡସେନା, ଦିଲ୍ଲୀପ ବାଗ, ରାକେଶ ରଣା, ମଣ୍ଟୁ ସାହୁ, ସଞ୍ଜୟ ନିଆଲ, ଥିବିର ନାଏକ, ଦୀପକ ବେହେରା, ସମେତ ୨୮ ଜଣ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।

ସମ୍ବନ୍ଧିତ ଖବର