ରକ୍ତଦାନ ଶିବିରରୁ ୫୧ ୟୁନିଟ ରକ୍ତ ସଂଗ୍ରହ

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଖୁଣ୍ଟଲାପାଲିି ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଠାରେ ଗଜଲକ୍ଷ୍ମୀ ପୂଜା ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଗଜଲକ୍ଷ୍ମୀ ପୂଜା କମିଟି, ଉଲୁଣ୍ଡା ବ୍ଲକ ଜୀବୀକା ମିଶନ ଓ ଆମ ଓଡିଶାର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିରରେ ମୋଟ ୫୧ ୟୁନିଟ ରକ୍ତସଂଗ୍ରହ ହୋଇଥିଲା। ରକ୍ତଦାନ ଶିବିରକୁ ସୋନପୁରର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଜିଲ୍ଲା ବିଜେଡି ସଭାପତି ସରୋଜ କମ୍ପ, ରାଜ୍ୟ ପରିବେଶ ସମ୍ପାଦକ ଉତ୍ତର ପାତ୍ର ଉଦଘାଟନ କରିଥିଲେ।

ପ୍ରଥମେ ରକ୍ତଦାତାଙ୍କୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ରକ୍ତଦାନ ଶିବିରରେ ପ୍ରଥମେ ଏହି ବ୍ଲକର କେଶଲପୁରା ଗ୍ରାମର ଦମ୍ପତି ଗିରିଧାରୀ ହୋତା, ସ୍ତ୍ରୀ ମୋନୋରମା ହୋତା ରକ୍ତଦାନ କରିଥିଲେ। ତାଙ୍କ ପରେ ରାମେଶ୍ୱର ମେଣ୍ଡଳୀ, ସଞ୍ଜୟ ମେଣ୍ଡଳୀ, ଲକ୍ଷ୍ମୀକାନ୍ତ ଗଡୁଆ, ପ୍ରତ୍ୟୁଷ ରଞ୍ଜନ ଭୋଇ, ସମରେନ୍ଦ୍ର ମେଣ୍ଡଳୀ, ଜୟନ୍ତ କୁମାର ନାଏକ, ପ୍ରଭାତ ରଞ୍ଜନ ଭୋଇ, କିଶୋର ମହକୁର, ସୁନୀଲ କୁମାର ପାଢ଼ୀ, ରାଜେନ୍ଦ୍ର ତ୍ରିପାଠୀ, ହରିହର ବଘାର, ବାବୁଲାଲ ସାହୁ, ପ୍ରକାଶ ସାହୁ, ରାଜେଶ୍ୱର ନାଏକ, ତ୍ରିୟମ୍ବକ ଦାଶ, ପୀତବାସ ମେଣ୍ଡଳୀ, ଶିବଶଙ୍କର ତ୍ରିପାଠୀ, ସୁରେନ୍ଦ୍ର ଭୋଇ, ବୀରେନ୍ଦ୍ର ତ୍ରିପାଠୀ, ନିରଞ୍ଜନ ମେଣ୍ଡଳୀ, କାର୍ତିକ ଝାଙ୍କର, ମାନସ କର୍ଣ୍ଣ, ଠାକୁର ରାଜହଂସ, ପ୍ରେମାନନ୍ଦ ଭୋଇ, ପୂର୍ଣ୍ଣଚନ୍ଦ୍ର ଭୋଇ, ଆଦିକନ୍ଦ ମିଶ୍ର, ଗୌରହରି ମହାକୁର, କାର୍ତ୍ତିକେଶ୍ୱର ପାତ୍ର, ରଂଜିତା ଗଡୁଆ, ଶୁକଦେବ ପଧାନ, ବଳରାମ ମେଣ୍ଡଳୀ, ଗଣେଶ ପଧାନ, ଚମରକ୍ଷ ପଧାନ, ତ୍ରିଲୋଚନ ମେଣ୍ଡଳୀ, ବିମଲ ମେଣ୍ଡଳୀ, ବିଜୟ କୁମାର ମେଣ୍ଡଳୀ, ଦିଲୀପ କୁମାର ପଧାନ, ସତ୍ୟନାରାୟଣ ମେହେର, ରଂଜିତ ପଧାନ, ବିପିନ ବିହାରୀ ମେଣ୍ଡଳୀ, ସଂଜୀବ ପାତ୍ର, ଜମ୍ବେଶ୍ୱର ଗଡୁଆ, ସଂଜୀବ ମେଣ୍ଡଳୀ, ସନାତନ ମେଣ୍ଡଳୀ, ବିଶ୍ୱରଂଜନ ଦାଶ, ଦୀପକ କୁମାର ଭୋଇ, ଯୁଗଳ ପାତ୍ର, ମୃତ୍ୟୁଞ୍ଜୟ ପଧାନ, ତପନ ନନ୍ଦ, ପ୍ରମୁଖ ରକ୍ତଦାନ କରିଥିଲେ।

ସିୟା ସଂଗଠନର ସମ୍ପାଦକ ସୁଦାମ ଚରଣ ଗାଇଗରିଆ, ବୀରମହାରାଜପୁର ଯୁବ ସଂଗଠନର ସଭାପତି ଆନନ୍ଦ ବିଶ୍ୱାଳ, ମହିଳା ଗ୍ରୁପର ଜିପିଏଲଏଫ ସଭାପତି ଶାନ୍ତିଲତା ମେଣ୍ଡଳୀ, ଏମବିକେ ପୁଷ୍ପାଞ୍ଜଳି ବାରିକ, ବ୍ୟାଙ୍କ ମିତ୍ର ସଂଗୀତା ପାତ୍ର, ସିଆରପିସିଏମ ଗୀତାଞ୍ଜଳି ମିଶ୍ର, ରଂଜିତା ଶତପଥୀ ସୋଭାଗିନୀ ପାଢ଼ୀ, ଅଞ୍ଜନା ପଧାନ, ଅଙ୍ଗନବାଡି କର୍ମୀ ବାସନ୍ତୀ ଦାଶ, ନମିତା କର୍ମୀ, ଆଶାକର୍ମୀ ମମତା ଗରିଆ, ତାପସ ନନ୍ଦ, ନନ୍ଦୀଘୋଷ ଡାଙ୍ଗ, ହରିଲାଲ କର୍ମୀ, ଗୋପାଳ ଭୋଇ, ଅରବିନ୍ଦ ସେଠୀ, ମାଧବ ପାତ୍ର, ଋଷୁବ ମେଣ୍ଡଳୀ, ନିତ୍ୟାନଦ ମହାକୁର, ପ୍ରଧାନ ଶିକ୍ଷକ ଅଚ୍ୟୁତ ପଧାନ, ସମାଜ ସେବୀ ବିଜୟ କୁମାର ନାଏକ, ପ୍ରେମାନନ୍ଦ ନାଏକ, ମଣ୍ଟୁ ମନ୍ତ୍ରା , ରାଜେଶ ବାଘ ସଂଜୀବ ତ୍ରିପାଠୀ ସହଯୋଗ କରି ଥିଲେ ଉଲୁଣ୍ଡା ସମ୍ବାଦ ପ୍ରତିନିଧି କୁଶ ବଘାର, ଟୁନା ମେଣ୍ଡଳୀ, ବିଜୟ କୁମାର ନାଏକ ଶିବିର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର