ବିକଳାନନ୍ଦ କର ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର: ୫୭ ୟୁନିଟ୍‌ ରକ୍ତ ସଂଗ୍ରହ

ସାଲେପୁର: କଟକ ଜିଲ୍ଲା ସାଲେପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ବିକଳାନନ୍ଦ କର ମେମୋରିଆଲ ଟ୍ରଷ୍ଟ’ ଆନୁକୁଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ବି.କେ ଆଇ.ଟି.ଆଇ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟର ପ୍ରତିଷ୍ଠାତା ପ୍ରଶାନ୍ତ କୁମାର କରଙ୍କ ଅଧ୍ୟକ୍ଷତାରେ ଓ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ହିମାଂଶୁ ଶେଖର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। କରୋନା ମହାମାରୀ ସମୟରେ ରକ୍ତର ଅଭାବକୁ ମେଣ୍ଟାଇବା ପାଇଁ ଟ୍ରଷ୍ଟର ଏଭଳି ପ୍ରୟାସକୁ ବିଧାୟକ ଶ୍ରୀ ବେହେରା ସାଧୁବାଦ ଜଣାଇଥିଲେ।

ଅନ୍ୟତମ ଅତିଥି ଭାବେ ରେଡକ୍ରସର ଡାକ୍ତର ସୁଧାଂଶୁ ଶେଖର ସାହୁ ଓ ସମ୍ମାନିତ ଅତିଥି ଭାବେ ଚନ୍ଦ୍ରାପୁରଦେଇ ସରପଞ୍ଚ ଅନିଲ କୁମାର ଦାସ ଯୋଗଦେଇ ଟ୍ରଷ୍ଟର ଜନହିତକର କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ। ଟ୍ରଷ୍ଟର ପରାମର୍ଶଦାତା ନବକିଶୋର କର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଟ୍ରଷ୍ଟର ଟ୍ରଷ୍ଟି ଅବତନ ଷଡ଼ଙ୍ଗୀ, ଦେବେନ୍ଦ୍ର ନାୟକ, ଜୟଦେବ ଷଡ଼ଙ୍ଗୀ, ବିଶ୍ୱରଂଜନ ସାହୁ, ବି.କେ.ଆଇ.ଟି.ଆଇର ନିର୍ଦ୍ଦେଶକ ପ୍ରଦୀପ କୁମାର କର, କର ଆଣ୍ଡ ବ୍ରଦର୍ସର ନିର୍ଦ୍ଦେଶକ ସାଈ ଶିବାନୀ କର, ମିତ୍ରଭାନୁ କର, ବି.କେ.ଆଇଟି.ଆଇର ଅଧ୍ୟକ୍ଷ ବସନ୍ତ କୁମାର ସାମନ୍ତରାୟ ପରିଚାଳନା କରିଥିବା ବେଳେ ବିଭୂତି ଭୂଷଣ ଦାସ, ପ୍ରଧାନ ଶିକ୍ଷକ ବିଷ୍ଣୁଚରଣ ମିଶ୍ର, ନାରାୟଣ ପତି, ଅନୁପ କୁମାର ମଲ୍ଲ, ଦେବେନ୍ଦ୍ର ନାଥ ସ୍ୱାଇଁ, ସୁରଜ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସ୍ୱେଚ୍ଛାକୃତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। କଟକସ୍ଥିତ କେନ୍ଦ୍ରୀୟ ରେଡକ୍ରସ ରକ୍ତ ଭଣ୍ଡାର ତରଫରୁ ୫୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

ସମ୍ବନ୍ଧିତ ଖବର