ମହାବୀର ମୋଟର୍ସ ଓ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ରକ୍ତଦାନ ଶିବିର, ୩୨ ୟୁନିଟ ରକ୍ତ ସଂଗ୍ରହ

ଘୁ.ଉଦୟଗିରି: ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ସ୍ଥାନୀୟ ବ୍ୟବସାୟୀ ସଂଘ ସଭାଗୃହ ଠାରେ ଆଜି ଅନୁଷ୍ଠିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ମୋଟ ୩୨ଜଣ ସ୍ବେଚ୍ଛାକୃତ ରକ୍ତଦାନ କରିଛନ୍ତି। ଏସ୍‌ଡ଼ିପିଓ ଡି. ତିରୁପତିରାଓ ପଟ୍ଟନାୟକ, ଥାନାଧିକାରୀ ନରେଶ କୁମାର ସାହୁ, ପୂର୍ବତନ ଏନ୍ଏ‌ସି ଉପାଧ୍ୟକ୍ଷା ଭାନୁପ୍ରଭା ମିଶ୍ର, ବ୍ଲକ ଛାତ୍ର ବିଜେଡି ସଭାପତି ଛୋଟନ ନାୟକ, ଏନ୍ଏ‌ସି ଛାତ୍ର ବିଜେଡି ସଭାପତି ଅମିତ ପ୍ରଧାନ, କାଳୁ ଚରଣ ପଣ୍ଡା, ଚତୁର୍ଭୁଜ ସାହୁ ଓ ଅନ୍ତରଙ୍ଗ ସଦସ୍ୟ ହୃଷିକେଶ ପ୍ରଧାନ ଉପସ୍ଥିତ ରହି ଶିବିରର ଶୁଭ ଉଦ୍‌ଘାଟନ କରିଥିଲେ। ପ୍ରଥମେ ଭାନୁପ୍ରଭା ମିଶ୍ର, ଅମିତ ପ୍ରଧାନ, ଶଙ୍କର ମଲିକ ରକ୍ତଦାନ ଆରମ୍ଭ କରିଥିଲେ। ସମ୍ବାଦ ପ୍ରତିନିଧି ସମିର କୁମାର ପାଢ଼ୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଶିବିରରେ ହୃଷିକେଶ ପ୍ରଧାନ, ଚନ୍ଦନ ପାଣିଗ୍ରାହୀ, ଗୋରେଖ ପ୍ରଧାନ, ସଞ୍ଜୟ କୁମାର ସୁବୁଦ୍ଧି, ନାରାୟଣ ନାୟକ, ଚନ୍ଦ୍ରଶେଖର ପ୍ରଧାନ, ଭଗବାନ ଦାଶ, ଦୀପକ ସାହୁ, କପିଳାଶ ସାହୁ, ନାରାୟଣ ମହାରଣା, ସ୍ବର୍ଣ୍ଣଲତା ପ୍ରଧାନ, ମହାବୀର ମୋଟରର୍ସର ପ୍ରୋପ୍ରାଇଟର ସସ୍ମିତା ସାହୁ ଏବଂ ତାଙ୍କ ପୁଅ ଓମ ପ୍ରସାଦ ସାହୁ, ସ୍ୱାତିକ ପ୍ରସାଦ ସାହୁ, ଅଶୋକ ସାହୁ, ଅଭିଷେକ ନାୟକ, କୀର୍ତ୍ତି କୁମାର ନାୟକ, ଚନ୍ଦ୍ରକାନ୍ତ ପ୍ରଧାନ, ବିଦ୍ୟାଧର ସାହୁ, ମାନସ ରଞ୍ଜନ ଦାଶ, ରାଜେନ୍ଦ୍ର ମହାପାତ୍ର, ସୁଦାମ ମୁଳି, ରଘୁନାଥ ସାହୁ, ଟି ଶ୍ରୀନାରାୟଣ ପାତ୍ର, ଟି .ଓମ ନାରାୟଣ ପାତ୍ର, ଅଜିତ କୁମାର ସାହୁ, ରାଜେଶ କୁମାର ବଗର୍ତ୍ତି, ସମିର କୁମାର ପାଢୀ ଏବଂ ବ୍ରହ୍ମା ମହାରଣା ରକ୍ତଦାନ କରିଥିଲେ।

ସ୍ଥାନୀୟ ମହାବୀର ମୋଟର୍ସର ସହଯୋଗରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ଚତୁର୍ଭୁଜ ସାହୁ, ଦୂର୍ଗା ପ୍ରସାଦ ପଣ୍ଡା ବ୍ୟବସାୟୀ ସଂଘ ସମ୍ପାଦକ ସନ୍ତୋଷ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ସଞ୍ଜୟ ସୁବୁଦ୍ଧି, ମାନସ ରଞ୍ଜନ ଦାଶ,ସଚିତ ପୃଷ୍ଟି,ଟି ଶ୍ରୀ ନାରାୟଣ ପାତ୍ର, ଭଗବାନ ଦାଶ, ରଘୁନାଥ ସାହୁ ଅନ୍ତରଙ୍ଗ କ୍ଳବର ସଦସ୍ୟ ହୃଷିକେଶ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ରକ୍ତ ସଂଗ୍ରହରେ ଫୁଲବାଣୀ ରକ୍ତଭଣ୍ଡାରର ଡା ସୁନୀଲ ବେହେରା, ପ୍ରଶାନ୍ତ କୁମାର ପ୍ରଧାନ, ଦୀନକୃଷ୍ଣ ମହନ୍ତ ଏବଂ ତୁଷାରକାନ୍ତ ପ୍ରଧାନ ରକ୍ତ ସଂଗ୍ରହ କରିଥିଲେ। ସମ୍ବାଦ ପ୍ରତିନିଧି ସମିର କୁମାର ପାଢୀ ଏହି ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ। ମା ଓ ପୁଅ ଏବଂ ଦୁଇ ଭାଇ ସମେତ ତିନି ଜଣ ମହିଳା ରକ୍ତଦାନ କରିଥିବା ବେଳେ ପ୍ରଥମ ଥର ପାଇଁ ୧୨ଜଣ ରକ୍ତଦାନ କରିଥିଲେ।

ସମ୍ବନ୍ଧିତ ଖବର