ସାନ୍ତାଳୀ ଭାଷା ଦିବସ : ବିଜୁ ଯୁବ ଛାତ୍ର ଜନତା ଦଳର ପକ୍ଷରୁ ମେଗା ରକ୍ତଦାନ ଶିବିର ୩୬୪ ୟୁନିଟ୍ ରକ୍ତ ସଂଗୃହୀତ

ବାରିପଦା: ସାନ୍ତାଳୀ ଭାଷା ଦିବସ ପାଳନ ଅବସରରେ ଜିଲ୍ଲା ଯୁବ ବିଜେଡି ସଭାପତି ଅରୁଣ ବରାଡଙ୍କ ନେତୃତ୍ୱରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଜୀବନବିନ୍ଦୁ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୩୬୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।

ଆଜି ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ବିଜୁ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେଡି ସାଂଗଠନିକ ସମ୍ପାଦକ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଅଲିଚିକ ଲିପିର ସ୍ରଷ୍ଟା ପଣ୍ଡିତ ମୁର୍ମୁଙ୍କର ସ୍ମୃତିଚାରଣ କରିଥିଲେ। ରାଜସ୍ୱ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ସୁଦାମ ମାର୍ଣ୍ଡିଙ୍କ ସଭାପତିତ୍ୱରେ ଆୟୋଜିତ ସ୍ମୃତି ସଭାରେ ରାଜ୍ୟସଭା ସାଂସଦ ତଥା ଦଳର ମୁଖପାତ୍ର ସସ୍ମିତ ପାତ୍ର, କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ଏଲିନା ଦାଶ, ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ରାଜ୍ୟ ସାଧାରଣ ସଂପାଦିକା ସରୋଜିନୀ ହେମ୍ବ୍ରମ, ପୂର୍ବତନ ଉପ-ବାଚସ୍ପତି ସାନନ୍ଦ ମାର୍ଣ୍ଡି, ପୂର୍ବତନ ବିଧାୟକ ଭାଦବ ହାଁସଦା, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାଶିଷ ମାଣ୍ଡି, କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ତଥା ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ସଂଯୋଜକ ଦେବାଶିଷ ମହାନ୍ତି, ପୂର୍ବତନ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ରାଜ୍ୟ ବିଜେଡି ସମ୍ପାଦକ କୃଷ୍ଣଚନ୍ଦ୍ର ଦାସ, ସୁବ୍ରମଣ୍ୟମ ମହାନ୍ତି, ଜିତେନ୍ଦ୍ର ମହାନ୍ତି, ପ୍ରଭାତ ନାୟକ, ଜିଲ୍ଲା ସଦର ବିଜେଡି ସଭାପତି କାଶୀନାଥ ହେମ୍ବ୍ରମ, ସ୍ବରୂପ କୁମାର ଦାସ, ଦେବାଶିଷ ପାତ୍ର, ଛାତ୍ର ଜୋନାଲ ବିଜେଡି ସଭାପତି ଅବଦୁଲ ହବିବ, ଛାତ୍ର ବିଜେଡି ଜିଲ୍ଲା ସଭାପତି ସୁନୀଲ ନାୟକ, ଛାତ୍ର ବିଜେଡି ରାଜ୍ୟ ସମ୍ପାଦକ ଅଭୟ ସିଂ, ଦିବ୍ୟବ୍ରତ ମହାନ୍ତି, ବିକାଶ ମହାନ୍ତ, ସଦର ଛାତ୍ର ବିଜେଡି ସଭାପତି ଅନିଶ, ରାଜ୍ୟ ଯୁବ ସମ୍ପାଦକ ରାଜୀବ ଜେନା, ରଜନୀ ମହାନ୍ତ, ଗଣେଷ ମିଶ୍ର, ଅମିତ ବୈଠା, ସୁଶୀଲ ସେଠୀ, ଆଶୀର୍ବାଦ ଦାସ ପ୍ରମୁଖ ଯୋଗଦେଇ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସ୍ମୃତିଚାରଣ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ସମାଜସେବୀ ଅମର ସେଠୀ ରକ୍ତଦାତା, ବାରିପଦା ବ୍ଲଡ ବ୍ୟାଙ୍କ, ଉଦଳା ବ୍ଲଡ ବ୍ୟାଙ୍କର କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧିତ ଖବର